🔥 TRENDING પ્રાંતિજ પોલીસે માવાની મુવાડીમાં દરોડો... ટેમ્પો NH‑48 પર તાતીઝગડા નજીક પલટી, ચા... પલસાણા પોલીસે 9 ભેંસો ભરેલો ટેમ્પો રોક... સુરત જિલ્લા પાલોદ પોલીસે ગરબા આયોજકો સ... ઇડરમાં પૈસા વધારવાના ઠગામિયા બાજ ગેંગન... મંડવી નગરપાલિકાના વારી ગૃહમાં ક્લોરિન...
07 Oct 2026•
ગુજરાતી मराठी ਪੰਜਾਬੀ বাংলা
Travel

ଟ୍ରେନ୍‌ରେ ଡକାୟତି ପୂର୍ବରୁ ମାଡ଼ି ବସିଲା ପୁଲିସ, ୪ ଗିରଫ

✍️ Reporter: Deepak Mahapatra 🗓 07 Oct 2026, 12:40 PM 👁 21
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର–ପଲାସା ମେମୁ ଟ୍ରେନ୍‌ରେ ଡକାୟତି କରିବାକୁ ଯୋଜନା କରୁଥିବା ଏକ ୪ ଜଣିଆ ଦଳକୁ ସରକାରୀ ରେଳ ପୁଲିସ ଓ ଆରପିଏଫ୍ ମିଳିତ ଭାବେ କାବୁ କରିଛନ୍ତି।ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ରବି ନାୟକ (୩୦), ଏସ୍. ପ୍ରସାଦ ପାତ୍ର (୧୪), ବିବୁତି ଭୂଷଣ ସାହୁ (୩୦) ଓ ରୋହନ ପାତ୍ର (୧୯)। ସେମାନଙ୍କ ନିକଟରୁ ଭୁଜାଲି, ଛୁରି, ଲୁହାର ରଡ୍‌ ସହ ମୋଟ ୨.୭୭ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଛି।

ପୁଲିସ ସୂଚନା ଅନୁସାରେ, ଖଲ୍ଲିକୋଟ ରେଳ ଷ୍ଟେସନ ନିକଟରେ ଟ୍ରେନ୍‌ରେ ଡକାୟତି କରିବା ପାଇଁ ଅଭିଯୁକ୍ତମାନେ ଯୋଜନା କରୁଥିଲେ। ସୂଚନା ପାଇ ଜିଆରପି ଓ ଆରପିଏଫ୍‌ର ଏକ ମିଳିତ ଟିମ୍ ଚଢ଼ାଉ କରି ସେମାନଙ୍କୁ ଧରିଥିଲା।
ଜବତ ସାମଗ୍ରୀ ମଧ୍ୟରେ ନଗଦ ଟଙ୍କା, ମୋବାଇଲ ଫୋନ, ଧାରୁଆ ଅସ୍ତ୍ର, ଲୁହା ରଡ଼ ଓ ଅନ୍ୟାନ୍ୟ ସନ୍ଦେହଜନକ ସାମଗ୍ରୀ ରହିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି।
📲Get App