🔥 TRENDING વિજયનગરમાં રાજીનામાની માંગતી રેલી, તુષ... West Bengal Launches Rs 50,000 Study G... Bihar Gold Rates on 7 Oct 2026: 22 & 2... Bihar gang arrested for fabricating SC... CBI submits closure report in POCSO co... BJP leader Shital Angural says CBI pro...
07 Oct 2026•
ગુજરાતી मराठी ਪੰਜਾਬੀ বাংলা
Travel

ଗୁମା ଘାଟିରେ ବିଳମ୍ବିତ ରାତିରେ ଓଲଟିଲା ଟ୍ରକ୍, କୋରାପୁଟ-ରାୟଗଡ଼ା ଯାତାୟାତ ବାଧାପ୍ରାପ୍ତ; ରାତି ତମାମ ହନ୍ତସନ୍ତ ଯାତ୍ରୀ

✍️ Reporter: Deepak Mahapatra 🗓 07 Oct 2026, 12:58 PM 👁 25
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ରାୟଗଡ଼ା : ବିଳମ୍ବିତ ରାତିରେ ରାୟଗଡ଼ା ଗୁମା ଘାଟି ନିକଟରେ ଦୁଇଟି ମାଲ୍ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଯାହା ଫଳରେ ଏହି ରୁଟ୍‌ରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ଏବଂ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ସୂଚନା ଅନୁଯାୟୀ ରାୟଗଡ଼ା ଜିଲ୍ଲା ଗୁମା ଘାଟିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଗୋଟିଏ ମାଲ୍ ବୋଝେଇ ଟ୍ରକ୍ ପୁଲକଣା ନିକଟ ଶେଷ ବୁଲାଣିରେ ଓଲଟି ପଡ଼ିଥିବା ବେଳେ ଅନ୍ୟ ଟ୍ରକ୍‌ଟି ଗୁମା ଘାଟିର ୩ ନମ୍ବର ବୁଲାଣି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତା ମଝିରେ ଦୁଇଟି ଯାକ ଟ୍ରକ୍ ଓଲଟି ରହିବା କାରଣରୁ କୋରାପୁଟ-ରାୟଗଡ଼ା ଏବଂ କାଶୀପୁର-ରାୟଗଡ଼ା ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଘଟଣା ରାତି ତମାମ ୩୨୬ ନମ୍ବର ଜାତୀୟ ରାଜପଥରେ ଫସି ରହି ଯାତ୍ରୀମାନେ ଅସହ୍ୟ କଷ୍ଟ ଭୋଗିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କରିଥିଲେ। ଏହି ଘାଟିରେ ବାରମ୍ବାର ଏହି ଭଳି ଦୁର୍ଘଟଣା ଘଟିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ କରି ପାରୁନି ପ୍ରଶାସନ ।
📲Get App