🔥 TRENDING Two Kidney Transplants Successfully Co... Tripura Police Seize 340 kg Ganja Wort... High Court Scrutinizes Encroachment on... Congress Protest in Vidisha Over Deten... ગ્યાનેશ કુમાનનું રાજીનામું: પ્રિયંકા ગ... बरहरवा नगर पंचायत में अतिक्रमण पर 54 द...
07 Oct 2026•
ગુજરાતી मराठी ਪੰਜਾਬੀ বাংলা
ଜନ୍ମଦିନରେ ଜଳିଲା ସହିଦ ଯବାନଙ୍କ ଜୁଇ
Defence

ଜନ୍ମଦିନରେ ଜଳିଲା ସହିଦ ଯବାନଙ୍କ ଜୁଇ

✍️ Reporter: Deepak Mahapatra 🗓 07 Oct 2026, 12:36 PM 👁 7
Share: 💬 WhatsApp 📘 Facebook 𝕏 Post
ଆଜି ଥିଲା ତାଙ୍କର ଜନ୍ମଦିନ। ସାଥୀ ଯବାନମାନଙ୍କ ସହିତ ହୁଏତ ସେ ପାଳି ଥାଆନ୍ତେ ନିଜର ୩୧ତମ ଜନ୍ମଦିନ। ଗାଁରୁ ଫୋନ୍‌ରେ ଛୁଟି ଥାଆନ୍ତା ବାପା,ମାଆ, ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ଅଭିନନ୍ଦନର ସୁଅ। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା।ଆଜି ଥିଲା ତାଙ୍କର ଜନ୍ମଦିନ। ସାଥୀ ଯବାନମାନଙ୍କ ସହିତ ହୁଏତ ସେ ପାଳି ଥାଆନ୍ତେ ନିଜର ୩୧ତମ ଜନ୍ମଦିନ। ଫୋନ୍‌ରେ ଛୁଟି ଥାଆନ୍ତା ବାପା,ମାଆ, ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ଅଭିନନ୍ଦନର ସୁଅ। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ଜନ୍ମଦିନରେ ଜୁଇରେ ଜଳିଛନ୍ତି ଆସାମ ରାଇଫଲ୍ସର ଯବାନ ତଥା ରାୟଗଡ଼ା ମାଟିର ପୁଅ ଭି. ତେଜା। ଅକ୍ଟୋବର ୫ ତାରିଖରେ ନାଗାଲାଣ୍ଡରେ କାର୍ଯ୍ୟରତ ଥିବା ବେଳେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିଲେ ସେ।

ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ାରେ ପହଞ୍ଚିଥିଲା ସହିଦ ଭି. ତେଜାଙ୍କ ପାର୍ଥିବ ଶରୀର। ଶତାଧିକ ଲୋକ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଆଜି ସକାଳେ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଓ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ସମେତ ଆହୁରି ଅନେକ ଲୋକ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଗାର୍ଡ ଅଫ୍ ଅନର ଦିଆଯିବା ପରେ ସିରିଗୁଡ଼ା ସ୍ଥିତ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି।

ରାୟଗଡ଼ା ସହରର କତୁର ଅଞ୍ଚଳର ଭି. ତେଜା ୨୦୨୨ ମସିହାରେ ଆସାମ ରାଇଫଲ୍ସରେ ସାମିଲ ହୋଇଥିଲେ। ୧୯୯୫ ମସିହା ଅକ୍ଟୋବର ମାସ ୭ ତାରିଖରେ ଜନ୍ମ ହୋଇଥିଲେ ଭି. ତେଜା। ତାଙ୍କର ବିବାହ ଠିକ୍ ହୋଇଯାଇଥିଲା। ଆସନ୍ତା ଡିସେମ୍ବର ୧୦ ତାରିଖରେ ସେ ବାହା ହୋଇଥାଆନ୍ତେ। ଘରେ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ତାଙ୍କ ଛୁଟି ମଞ୍ଜୁର ହୋଇସାରିଥିଲା। ତାଙ୍କୁ ୫୦ ଦିନ ଛୁଟି ମିଳିଥିଲା। ସେ ଦୀପାବଳିରେ ଘରକୁ ଆସିଥା’ନ୍ତେ। କିନ୍ତୁ ଦେଶ ସେବା କରୁ କରୁ ସେ ସହିଦ ହୋଇଗଲେ।
ଦୁଇ ବର୍ଷ ତଳେ ତେଜା ଅଙ୍ଗଦାନ ପାଇଁ ଘୋଷଣାପତ୍ରରେ ସ୍ୱାକ୍ଷର କରିଥିଲେ ଭି. ତେଜା। ତାଙ୍କ ଇଚ୍ଛା ଅନୁଯାୟୀ ମୃତ୍ୟୁ ପରେ ତାଙ୍କ କିଛି ଅଙ୍ଗକୁ ନାଗାଲାଣ୍ଡର ଏକ ଡାକ୍ତରଖାନାରେ ସଂରକ୍ଷିତ କରି ରଖାଯାଇଛି ବୋଲି ତାଙ୍କ ସାନ ଭାଇ ସୂଚନା ଦେଇଛନ୍ତି। ଭାଇଙ୍କୁ ହରାଇଥିଲେ ବି ପୂରା ପରିବାର ତାଙ୍କ ପାଇଁ ଗର୍ବିତ ବୋଲି ସେ କହିଛନ୍ତି।
📲Get App