🔥 TRENDING PM Modi Marks 25 Years in Public Servi... Centre developing multiple Sikkim rout... मुजफ्फरपुर के कटरा प्रखंड के देवगढ़ गा... Sikkim Education Department Teams up w... Mizoram's 'Sensiari II' Brings HIV Awa... Fraudster dupes seven Ichhawar village...
07 Oct 2026•
ગુજરાતી मराठी ਪੰਜਾਬੀ বাংলা
Business

ମହାପ୍ରସାଦକୁ ଅସମ୍ମାନ! ଆମିଷ ହୋଟେଲରେ ଅବଢ଼ା ବିକ୍ରି ଅଭିଯୋଗ, ମାଲିକ ରଖିଲେ ଜବାବ

✍️ Reporter: Deepak Mahapatra 🗓 07 Oct 2026, 12:42 PM 👁 21
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ମହାପ୍ରସାଦକୁ ଅସମ୍ମାନ! ତାହା ପୁଣି ଶ୍ରୀକ୍ଷେତ୍ର ପୁରୀରେ। ଏକ ଆମିଷ ହୋଟେଲରେ ଅବଢ଼ା ବିକ୍ରି କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ହୋଟେଲର ମାଲିକ ଏହାକୁ ଖଣ୍ଡନ କରିଛନ୍ତି।

ପୁରୀ ସହରରେ ବିଭିନ୍ନ ଲୋକଙ୍କର ଘରେ ଅନୁଷ୍ଠିତ ହେଉଥିବା ବିବାହ, ବ୍ରତ, ସୁଧିଘର ଓ ଜନ୍ମଦିନଗୁଡ଼ିକରେ ମହାପ୍ରସାଦ ଭୋଜନର ବ୍ୟବସ୍ଥା ହୋଇଥାଏ । ଅନେକ ସମୟରେ ମହପ୍ରସାଦ ବଳିଥାଏ। ତାହାକୁ ଲୋକେ ଗରିବ ଲୋକଙ୍କୁ ବାଣ୍ଟି ଦିଅନ୍ତି। ବିଶେଷକରି ରେଳ ଷ୍ଟେସନ ଆଉ ବସଷ୍ଟାଣ୍ଡ ଅଞ୍ଚଳରେ ରହୁଥିବା ଗରିବ ଲୋକଙ୍କୁ ସେହି ବଳକା ଅବଢ଼ାକୁ ପ୍ରଦାନ କରାଯାଇଥାଏ । ଅଭିଯୋଗ ହୋଇଛି ଯେ ଏହାର ଲାଭ ଉଠାନ୍ତି ସେହି ହୋଟେଲ ମାଲିକ। ସେ ଉକ୍ତ ବଳକା ମହାପ୍ରସାଦକୁ ସଂଗ୍ରହ ପୁନର୍ବାର ତାକୁ ରାନ୍ଧି ଲୋକଙ୍କୁ ବିକ୍ରି କରନ୍ତି। ସେ ସେଥିରେ ପିଆଜ, ରସୁଣ ମଧ୍ୟ ପକାଇଥାଆନ୍ତି ବୋଲି ଅଭିଯୋଗ ହୋଇଛି।
ଗତକାଲି ଏହି ହୋଟେଲଟିକୁ ଦୁଇ ଜଣ ବ୍ୟକ୍ତି ଖାଦ୍ୟ ପାର୍ସଲ ନେବାକୁ ଆସିଥିଲେ। ଆଉ ପାର୍ସଲ ପ୍ରସ୍ତୁତ ହେଉଥିବାବେଳେ ସେମାନେ ସମସ୍ତ ଜିନିଷକୁ ଦେଖିଥିଲେ। ହୋଟେଲ ପଛପଟେ ଓ ରୋଷେଇ ଘର ଭିତରେ ବହୁ ପରିମାଣରେ ଅବଢ଼ା କୁଡ଼ୁଆ ପଡ଼ିରହିଥିବାର ସେମାନେ ଦେଖିଥିଲେ। ଏସବୁ ଦେଖି ସେମାନେହୋଟେଲ ମାଲିକକୁ ପ୍ରଶ୍ନ କରିବା ସହିତ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ ।ଏହି ଖବର ବ୍ୟାପିବା ପରେ ସେଠାରେ ଭିଡ଼ ଜମିଥିଲା । ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୁଲିସ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ହୋଟେଲରୁ ନମୁନା ସଂଗ୍ରହ କରିଛି । ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ପୁଲିସ ସୂଚନା ଦେଇଛି ।

ଅନ୍ୟପକ୍ଷରେ ହୋଟେଲ ମାଲିକ ମନୋଜ କୁମାର ଦାସ କହିଛନ୍ତି, ମୁଁ ମହାପ୍ରସାଦକୁ ଅପମାନ କରିନାହିଁ । ଘରକୁ ନେବା ପାଇଁ ମହାପ୍ରସାଦ ଆଣିଥିଲି । ଜଣେ ପରିଚିତ ବ୍ୟକ୍ତି ସେହି ମହାପ୍ରସାଦକୁ ଦେଖିଥିଲେ ଓ ସେଥିରୁ କିଛି ନେବାକୁ କହିଥିଲେ। ସେ ମାଗିବାରୁ ମୁଁ ପଲିଥିନରେ ଟିକେ କାଢ଼ି ତାଙ୍କୁ ଦେଉଥିଲି । କିଛି ଲୋକ ଉଦ୍ଦେଶ୍ୟମୂଳକ ଭାବରେ ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ।

ଏହି ଘଟଣାଟି ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି।
📲Get App