🔥 TRENDING दरभंगा में दुर्गा पूजा उत्सवों के साथ... माननीय अमर अग्रवाल ने बिलासपुर के लाल... कोल्हापूरच्या अंबाबाई मंदिरात विजयादशम... Kerala Minister: Case to be filed agai... UP Man Dies Under Suspicious Circumsta... Aadi Saikumar Headlines Pan-India Divi...
21 Oct 2026•
ગુજરાતી मराठी ਪੰਜਾਬੀ বাংলা
ଦାମୀ ଥାର ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ
Crime

ଦାମୀ ଥାର ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ

✍️ Reporter: Deepak Mahapatra 🗓 06 Oct 2026, 02:56 PM 👁 42
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ଥାନା ପକ୍ଷରୁ ୪୦ କେଜି ଗଞ୍ଜେଇ ସହ ଥାର ଗାଡ଼ି ଜବତ କରାଯାଇଛି । ଏହି ଘଟଣାରେ ଜଣକୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ଜିଲ୍ଲା ସୁଦୁରକୁମ୍ପା ଗାଁର ମହେନ୍ଦ୍ର ବେହେରା ।

ଭଞ୍ଜନଗର ଅବକାରୀ ବିଭାଗ ପହଣ୍ଡା ଛକ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଦ୍ରୁତ ଗତିରେ ଏକ ଥାର ଗାଡ଼ି ଆସୁଥିଲା । ଅବକାରୀ ଟିମ୍‌କୁ ଦେଖି ଗାଡ଼ିଟି ହଠାତ୍ ବୁଲାଇ ଖସିଯିବାକୁ ଉଦ୍ୟମ କରିଥିଲା । ତେବେ ଅବକାରୀ ଟିମ୍ ପିଛା କରି ଗାଡ଼ିକୁ ଅଟକାଇ ତଲାଶି କରିଥିଲା ।
ତଲାଶି ବେଳେ ଥାର ଗାଡ଼ିରୁ ୪୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଜବତ ଗଞ୍ଜେଇ ଓ ଥାର ଗାଡ଼ିର ଆନୁମାନିକ ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । କନ୍ଧମାଳରୁ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ହେଉଥିବା ଭଞ୍ଜନଗର ଅବକାରୀ ଥାନା ଅଧିକାରୀ ବିବୁ ପ୍ରସାଦ ସାହୁ ସୂଚନା ଦେଇଛନ୍ତି ।
📲Get App