🔥 TRENDING ब्रेकिंग न्यूज़! चारामा के बड़ेगौरी से... CTM ડબલ ડેકર ઓવરબ્રિજ પર 30 વર્ષીય યુવ... BRS Calls for ED Investigation into Te... Telangana consumers to bear additional... Odisha DGP Reviews Law‑and‑Order Ahead... Kanak News Odisha Airs 45th 8PM Bullet...
06 Oct 2026•
ગુજરાતી मराठी ਪੰਜਾਬੀ বাংলা
ପରୀକ୍ଷା ଖୁବଶୀଘ୍ର : ଆସନ୍ତା ସପ୍ତାହରେ ବିଜ୍ଞପ୍ତି, ସବୁ ୟୁନିଫର୍ମ ସର୍ଭିସ ପାଇଁ ହେବ ଗୋଟିଏ କମ୍ବାଇଣ୍ଡ ପରୀକ୍ଷା
Jobs & Career

ପରୀକ୍ଷା ଖୁବଶୀଘ୍ର : ଆସନ୍ତା ସପ୍ତାହରେ ବିଜ୍ଞପ୍ତି, ସବୁ ୟୁନିଫର୍ମ ସର୍ଭିସ ପାଇଁ ହେବ ଗୋଟିଏ କମ୍ବାଇଣ୍ଡ ପରୀକ୍ଷା

✍️ Reporter: Deepak Mahapatra 🗓 06 Oct 2026, 02:52 PM 👁 19
Share: 💬 WhatsApp 📘 Facebook 𝕏 Post
ସ୍ଥଗିତ ରହିଥିବା ପୁଲିସ ସବଇନ୍ସପେକ୍ଟର ପରୀକ୍ଷାର ପ୍ରାର୍ଥୀମାନଙ୍କ ଡାଟା ପୂର୍ବରୁ ଫରେନସିକ୍ ଲ୍ୟାବ୍ ଓ କୋର୍ଟ ଇନଭେଷ୍ଟିଗେସନ୍ ଯୋଗୁ ଫସି ରହିଥିଲା। ଏବେ ଏହି ଆଇନଗତ ସମସ୍ୟାର ସମାଧାନ ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଆଗାମୀ ସପ୍ତାହ ମଧ୍ୟରେ ପ୍ରାର୍ଥୀମାନଙ୍କୁ ସୂଚନା ଦିଆଯିବ।ପୁଲିସ ଏସଆଇ ପରୀକ୍ଷାକୁ ନେଇ ଦୀର୍ଘ ପ୍ରାୟ ଏକବର୍ଷ ଧରି ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇଛି। ଖୁବଶୀଘ୍ର ପୁଲିସ ଏସଆଇ ପରୀକ୍ଷା ହେବ ଓ ଏନେଇ ଆସନ୍ତା ସପ୍ତାହରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଓଡ଼ିଶା ୟୁନିଫର୍ମଡ୍ ଷ୍ଟାଫ ସିଲେକ୍ସନ ସର୍ଭିସ(ଓୟୁଏସଏସଏସ) କମିଶନ ଅଧ୍ୟକ୍ଷ ରଶ୍ମୀରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି। ଏହାସହିତ ରାଜ୍ୟର ସମସ୍ତ ୟୁନିଫର୍ମ ସର୍ଭିସରେ ନିଯୁକ୍ତି ପ୍ରକ୍ରିୟାକୁ ସରଳ ଓ ସ୍ୱଚ୍ଛ କରିବା ନିମନ୍ତେ ଏକକ ବା ‘କମ୍ପାଇଣ୍ଡ ପରୀକ୍ଷା’ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

କମିଶନ ଅଧ୍ୟକ୍ଷ ଶ୍ରୀ ସ୍ୱାଇଁ ସୂଚନା ଦେଇ କହିଛନ୍ତି ଯେ, ସ୍ଥଗିତ ରହିଥିବା ପୁଲିସ ସବଇନ୍ସପେକ୍ଟର ପରୀକ୍ଷାର ପ୍ରାର୍ଥୀମାନଙ୍କ ଡାଟା ପୂର୍ବରୁ ଫରେନସିକ୍ ଲ୍ୟାବ୍ ଓ କୋର୍ଟ ଇନଭେଷ୍ଟିଗେସନ୍ ଯୋଗୁ ଫସି ରହିଥିଲା। ଏବେ ଏହି ଆଇନଗତ ସମସ୍ୟାର ସମାଧାନ ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଆଗାମୀ ସପ୍ତାହ ମଧ୍ୟରେ ଅଫିସିଆଲ ୱେବସାଇଟ୍ ତଥା ବିଭିନ୍ନ ମିଡିଆ ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ସୂଚନା ଦିଆଯିବ।

Odisha Police SI Examର ପ୍ରାର୍ଥୀମାନେ ନିଜର ପଞ୍ଜିକୃତ ମୋବାଇଲ୍ ନମ୍ବର ଓ ଇମେଲକୁ ଆସିବାକୁ ଥିବା ଓଟିପି ଜରିଆରେ ନିଜର ତଥ୍ୟ ବା କ୍ରେଡେନ୍ସିଆଲକୁ ରିଭାଲିଡେଟ୍ କରିବେ। ଏହି ତଥ୍ୟ ଯାଂଚ କରିବା ପରେ ପରୀକ୍ଷାର୍ଥୀମାନଙ୍କ ପାଇଁ ଆଡମିଟ୍ କାର୍ଡ ଜାରି କରାଯିବ। ପୂର୍ବ ନୋଟିଫିକେସନରେ ଥିବା ସମସ୍ତ ନିୟମ, ସର୍ତ୍ତାବଳୀ ଓ ସିଲାବସ୍ ଅନୁସାରେ ହିଁ ଏହି ପରୀକ୍ଷା ପରିଚାଳନା କରିବାକୁ ଶତପ୍ରତିଶତ ଚେଷ୍ଟା କରାଯାଉଛି ବୋଲି ସେ ସ୍ପଷ୍ଟ କରାଯାଇଛି।

ପରୀକ୍ଷା କେବେ କରାଯିବ ସେନେଇ କମିଶନଙ୍କ ସାମୂହିକ ବୈଠକ ପରେ ତାରିଖ ଚୂଡ଼ାନ୍ତ କରାଯିବ ଓ କମିଶନଙ୍କ ବିଧିବଦ୍ଧ ବିଜ୍ଞପ୍ତି ଜରିଆରେ ଏହା ଘୋଷଣା ହେବ ବୋଲି ସେ କହିଛନ୍ତି। ଚଳିତ ଶୀତ ଋତୁ ଶେଷ ହେବା ପୂର୍ବରୁ ଶାରୀରିକ ଦକ୍ଷତା ପରୀକ୍ଷା ସହିତ ସମସ୍ତ ପ୍ରକ୍ରିୟା ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ସେହିପରି ପ୍ରିଜନ୍‌, ଫରେଷ୍ଟ, ଏକ୍ସାଇଜ୍‌, ଟ୍ରାନ୍ସପୋର୍ଟ, ଆର୍ମଡ୍ ପୁଲିସ ଓ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ ଭଳି ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପ୍ରାୟ ୭ରୁ୮ହଜାର କନଷ୍ଟେବଳ ଓ ସମତୁଲ ପଦବୀଗୁଡ଼ିକ ପାଇଁ ଗୋଟିଏ କମ୍ବାଇଣ୍ଡ ପରୀକ୍ଷା କରାଯିବ। ବର୍ଷତମାମ ବାରମ୍ବାର ପରୀକ୍ଷା ଦେଇ ଛାତ୍ରଛାତ୍ରୀମାନେ ଯେପରି ହଇରାଣ ନହୁଅନ୍ତି ଓ ସେମାନଙ୍କ ସମୟ ଓ ଅର୍ଥ ଅଯଥାରେ ନଷ୍ଟ ନ ହୁଏ, ସେଥିପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଉଛି ।

ସମସ୍ତ ବିଭାଗର ନିଯୁକ୍ତି ନିୟମାବଳୀକୁ ତର୍ଜମା କରି ଲିଖିତ ପରୀକ୍ଷା ସିଲାବସ୍‌, ଶାରୀରିକ ମାନଦଣ୍ଡ ଓ ଡାକ୍ତରୀ ପରୀକ୍ଷା ନିୟମକୁ ଏକ ସମାନ ଷ୍ଟାଣ୍ଡାର୍ଡରେ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ସମ୍ପୃକ୍ତ ବିଭାଗଗୁଡ଼ିକ ସହିତ ଆଲୋଚନା ଚୂଡ଼ାନ୍ତ ହୋଇସାରିଛି।

ସୂଚନାଯୋଗ୍ୟ, ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ ଦ୍ୱାରା ପରିଚାଳିତ ଓଡ଼ିଶା ପୁଲିସ ଏସଆଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପରେ ରାଜ୍ୟ ସରକାର ଏହି ପରୀକ୍ଷାକୁ ବାତିଲ କରିଦେଇଥିଲେ । ମାମଲାର ତଦନ୍ତ ପ୍ରଥମେ କ୍ରାଇମବ୍ରାଂଚ ଓ ଏବେ ସିବିଆଇର ତଦନ୍ତାଧୀନ ରହିଛି।

ରାଜ୍ୟ ସରକାର ଗତବର୍ଷ ନଭେମ୍ବର ମାସରେ ସବୁ ୟୁନିଫର୍ମ ସେବାର ପଦବୀରେ ନିଯୁକ୍ତି ପ୍ରକ୍ରିୟା ପାଇଁ ‘ଓୟୁଏସଏସଏସ’ ଗଠନ କରିଥିଲେ। ୨୦୨୬ ମାର୍ଚ୍ଚ ମାସରେ ଶ୍ରୀ ସ୍ୱାଇଁଙ୍କୁ କମିଶନଙ୍କ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। ବିଗତ ୬ମାସ ମଧ୍ୟରେ କମିଶନରେ ଅନ୍ୟ ସଦସ୍ୟ ଓ ପର୍ଯ୍ୟାପ୍ତ ପରିମାଣ କର୍ମଚାରୀଙ୍କୁ ସରକାର ନିଯୁକ୍ତି ଦେଇସାରିଛନ୍ତି।
📲Get App