🔥 TRENDING ब्रेकिंग न्यूज़! चारामा के बड़ेगौरी से... CTM ડબલ ડેકર ઓવરબ્રિજ પર 30 વર્ષીય યુવ... BRS Calls for ED Investigation into Te... Telangana consumers to bear additional... Odisha DGP Reviews Law‑and‑Order Ahead... Kanak News Odisha Airs 45th 8PM Bullet...
06 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କଠାରୁ ୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରଧାନଶିକ୍ଷକ

✍️ Reporter: Deepak Mahapatra 🗓 06 Oct 2026, 02:48 PM 👁 22
Share: 💬 WhatsApp 📘 Facebook 𝕏 Post
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ପ୍ରଧାନ ଶିକ୍ଷକ। ତାଙ୍କ ନାଁ ସେକ୍ ରୟାଜ ଅଲ୍ଲୀ। ସେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ।

ସେହି ସ୍କୁଲର ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ୪ ମାସର ବକେୟା ଏମଡିଏମ୍ ବିଲ୍ ପାସ୍ କରିଦେବାକୁ ସେ ଏହି ଲାଞ୍ଚ ନେଉଥିଲେ।

ବକେୟା ବିଲ୍ ପାସ୍ କରିଦେବାକୁ ପ୍ରଧାନଶିକ୍ଷକ ଲାଞ୍ଚ ମାଗୁଥିବା ନେଇ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଉ ଯୋଜନା ପ୍ରକାରେ ଆଜି ପ୍ରଧାନଶିକ୍ଷକ ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲେ ଭିଜିଲାନ୍ସ ଅଧିକାରୀମାନେ।
📲Get App