🔥 TRENDING ब्रेकिंग न्यूज़! चारामा के बड़ेगौरी से... CTM ડબલ ડેકર ઓવરબ્રિજ પર 30 વર્ષીય યુવ... BRS Calls for ED Investigation into Te... Telangana consumers to bear additional... Odisha DGP Reviews Law‑and‑Order Ahead... Kanak News Odisha Airs 45th 8PM Bullet...
06 Oct 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

୨୬ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି: ସାଫଲ୍ୟ ମଣ୍ଡିତ ପ୍ରଧାନ ବିଏମସି ଅତିରିକ୍ତ କମିଶନର

✍️ Reporter: Deepak Mahapatra 🗓 06 Oct 2026, 02:48 PM 👁 24
Share: 💬 WhatsApp 📘 Facebook 𝕏 Post
ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ସାଫଲ୍ୟମଣ୍ଡିତ ପ୍ରଧାନଙ୍କୁ ବିଏମସି ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି। ଆଉ କୈଳାସ ଚନ୍ଦ୍ର ଦାସଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ଶ୍ରୀ ଦାସ ଏବେ ବିଏମସି ଅତିରିକ୍ତ କମିଶନର ଭାବେ କାର୍ଯ୍ୟରତ ଅଛନ୍ତି।ରାଜ୍ୟ ସରକାର ଆଜି ୨୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ଦୁଇଟି ପୃଥକ ବିଜ୍ଞପ୍ତିରେ ଓଏଏସ୍ ଅଫିସରମାନଙ୍କ ଅଦଳବଦଳ ହୋଇଛି। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ସାଫଲ୍ୟମଣ୍ଡିତ ପ୍ରଧାନଙ୍କୁ ବିଏମସି ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି। ଆଉ କୈଳାସ ଚନ୍ଦ୍ର ଦାସଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ଶ୍ରୀ ଦାସ ଏବେ ବିଏମସି ଅତିରିକ୍ତ କମିଶନର ଭାବେ କାର୍ଯ୍ୟରତ ଅଛନ୍ତି।

ବିଜ୍ଞପ୍ତି ଅନୁସାରେ, କଟକ ଆରଡିସି କାର୍ଯ୍ୟାଳୟରେ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନର ଥିବା ଶୁଭାଶିଷ ମାନସିଂହଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ, ବିବେକାନନ୍ଦ ସାହୁଙ୍କୁ ଭୁବନେଶ୍ୱରସ୍ଥିତ ଆଡସିନାଲ ରିଭିଜନ କୋର୍ଟରେ ଅତିରିକ୍ତ କମିଶନର, ବାସୁଦେବ ନାୟକଙ୍କୁ କଟକ କେନ୍ଦ୍ରାଂଚଳ ଆରଡିସି କାର୍ଯ୍ୟାଳୟରେ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନର, ପ୍ରତାପ ପ୍ରୀତିମୟଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।


ସେହିପରି ଆଡସିନାଲ ରିଭିଜନ କୋର୍ଟର ଅତିରିକ୍ତ କମିଶନର ଆଶୁତୋଷ ସାମଲଙ୍କୁ ଓଡ଼ିଶା ମାନବାଧିକାର ଆୟୋଗର ସଚିବ, ସରୋଜ କୁମାର ସ୍ୱାଇଁଙ୍କୁ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ସଚିବ, ମାୟାଧର ବେହେରାଙ୍କୁ ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ, ଅଶୋକ କୁମାର ଦାସଙ୍କୁ ଉଚ୍ଚଶିକ୍ଷା ବିଭାଗର ଉପସଚିବ, ଉମାକାନ୍ତ ପରିଡ଼ାଙ୍କୁ ପର୍ଯ୍ୟଟନ ବିଭାଗର ଉପସଚିବ ଓ ଅନୁପ ପଣ୍ଡାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି।
ଦେବଗଡ଼ ଉପଜିଲ୍ଲାପାଳ ପରୀକ୍ଷିତ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠର ଉପଶାସନ ସଚିବ ଓ ତାଙ୍କ ସ୍ଥାନରେ ରଶ୍ମି ରଞ୍ଜନ ମହାନ୍ତଙ୍କୁ ଦେବଗଡ଼ର ନୂଆ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି। ପ୍ରଭାତ କୁମାର ପରିଡ଼ାଙ୍କୁ ପାନପୋଷ ଉପଜିଲ୍ଲାପାଳ, କିଶୋର କୁମାର ପଣ୍ଡାଙ୍କୁ ନୟାଗଡ଼ର ଉପଜିଲ୍ଲାପାଳ, ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଉପସଚିବ, ଯଦୁମଣି ନାଏକଙ୍କୁ ବୌଦ୍ଧ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ, ଆଶିଷ ରଞ୍ଜନ ସାହୁଙ୍କୁ ଅନୁଗୋଳ ଉପଜିଲ୍ଲାପାଳ, ପ୍ରମଲାଲ ହିଆଲଙ୍କୁ ଓୟୁଏସଏସଏସସିର ଉପସଚିବ ଓ ପ୍ରଣୟ ରଞ୍ଜନ ବେହେରାଙ୍କୁ ବାରିପଦା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଭାବେ ବଦଳି ହୋଇଛି।

ସେହିପରି କାଶୀନଗର ବିଡିଓ ଡମ୍ବରୁଧର ମଲ୍ଲିକଙ୍କୁ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ, ବିଜୟାନନ୍ଦ ସେଠୀଙ୍କୁ ଓବିଆଣ୍ଡସିସି ଜେନେରାଲ ମ୍ୟାନେଜର, ରାଜୀବ କୁମାର ବେହେରାଙ୍କୁ ଉଦଳା ଉପଜିଲ୍ଲାପାଳ, ଡି. ଏସ୍ ଶୁଭଦର୍ଶୀ ଯୋଶୀଙ୍କୁ ଚମ୍ପୁଆ ଉପଜିଲ୍ଲାପାଳ ଓ ବାରଙ୍ଗ ବିଡିଓ ସ୍ୱାଗତ ଦାସଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଡେପୁଟି କମିଶନର ଭାବେ ବଦଳି ହୋଇଛି।
📲Get App