🔥 ट्रेंडिंग ब्रेकिंग न्यूज़! चारामा के बड़ेगौरी से... CTM ડબલ ડેકર ઓવરબ્રિજ પર 30 વર્ષીય યુવ... बीआरएस ने तेलंगाना सीएम रेवंत रेड्डी क... तेलंगाना उपभोक्ताओं पर नवंबर 2026 से ब... ओडिशा के डीजीपी ने छात्र चुनाव और महिल... कनक न्यूज ओडिशा ने 45वें 8 बजे के बुले...
06 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ସ୍ୱାମୀଙ୍କ ଶବ ଛୁଇଁଲେନି ପରିବାର
जीवनशैली

ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ସ୍ୱାମୀଙ୍କ ଶବ ଛୁଇଁଲେନି ପରିବାର

✍️ रिपोर्टर: Deepak Mahapatra 🗓 06 अक्टू. 2026, 02:44 PM 👁 20
शेयर करें: 💬 WhatsApp 📘 Facebook 𝕏 Post
ଅନ୍ୟ ଜାତିରେ ବିବାହ କରିବାରୁ ସ୍ୱାମୀଙ୍କ ଶବ ଛୁଇଁଲେନି ପରିବାର ଓ ସଂପର୍କୀୟ । ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ସ୍ୱାମୀ ମହାବୀର ବରିହାଙ୍କ ମୃତ୍ୟୁ ହୋଇଥିଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ବରପାଲି ଅଞ୍ଚଳରେ । ମୃତ ମହାବୀର ବିଞ୍ଝାଲ ସମ୍ପ୍ରଦାୟର ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଜାନକୀ ଲୁହା ହରିଜନ ସମ୍ପ୍ରଦାୟର । ଦୀର୍ଘ ୧୮ରୁ ୨୦ ବର୍ଷ ଧରି ଉଭୟ ପ୍ରେମ ବିବାହ କରି ବରିକେଲ ନୂଆଟିକ୍ରାରେ ରହୁଥିଲେ । ଅନ୍ୟ ଜାତିରେ ବିବାହ କରିବାରୁ ଉଭୟଙ୍କ ସହ ତାଙ୍କ ପରିବାର ଲୋକେ ରହୁନଥିଲେ ।
ବରପାଲି ଅନ୍ତର୍ଗତ ବରିକେଲ ନୂଆଟିକ୍ରା ଗ୍ରାମରେ ମହାବୀର ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପାଖରେ ସଫାସୁତୁରା କରିବା ବେଳେ ହଠାତ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମହାବୀର ବରିହାଙ୍କ ମୃତ୍ୟୁ ହୋଇଥିଲା l କିନ୍ତୁ ଦୀର୍ଘ ସମୟ ଧରି ସେଠାରେ ପଡ଼ିରହିଥିଲା ମୃତଦେହ l କାରଣ ଅନ୍ୟ ଜାତିରେ ବିବାହ କରିଥିବାରୁ ତାଙ୍କୁ କେହି ଛୁଇଁନଥିଲେ । ପରିବାର ଓ ସଂପର୍କୀୟ ଶବ ନେବାକୁ ମନା କରିବା ପରେ ଅସହାୟ ସ୍ତ୍ରୀଙ୍କୁ ସହଯୋଗର ହାତ ବଢ଼ାଇଥିଲା ସଂକଳ୍ପ ପରିବାର l ଆଉ ତାଙ୍କର ଶେଷକୃତ୍ୟ ହୋଇଥିଲା ।
📲Get App