🔥 TRENDING Shriya Saran Recalls Exiting 'Drishyam... అక్రమాలకు పాల్పడిన వారిపై చర్యలు తీసుక... Haryana ADO Result 2026 Declared: Chec... સુરત મેટ્રોમાં 'ડાયમંડ કટ' થીમેટિક ઇન્... सपा सुप्रीमो की गिरफ्तारी के विरोध में... IBPS हिंदी अधिकारी परीक्षा परिणाम 26 स...
06 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ବାଲିଅନ୍ତା ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଦୁଇ ଯୁବତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ପ୍ରୟାସ, ସହମତି ମିଳିନଥିବା ସୂଚନା

✍️ Reporter: Deepak Mahapatra 🗓 06 Oct 2026, 03:08 PM 👁 22
Share: 💬 WhatsApp 📘 Facebook 𝕏 Post
କଟକ: ଆରପିଏଫ୍ କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜୋରଦାର ଜାରି ରହିଛି। ଏହି ଚର୍ଚ୍ଚିତ ଘଟଣାରେ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ କ୍ରାଇମବ୍ରାଞ୍ଚ ଘଟଣାସ୍ଥଳରେ ଉପସ୍ଥିତ ଥିବା ଦୁଇ ଯୁବତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ଚାହୁଁଛି। ତେବେ ଉଭୟ ଯୁବତୀ ଏହି ପରୀକ୍ଷା ପାଇଁ ବର୍ତ୍ତମାନ ସୁଦ୍ଧା ସହମତି ପ୍ରଦାନ କରିନଥିବା କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାପଡ଼ିଛି।

ଏହା ପୂର୍ବରୁ କ୍ରାଇମବ୍ରାଞ୍ଚ ଏହି ମାମଲାରେ ସୌମ୍ୟଙ୍କ ସମ୍ପର୍କୀୟ ଓମ୍‌ଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରିସାରିଛି। ତେବେ ଏହି ଟେଷ୍ଟରୁ ସେଭଳି କୌଣସି ନୂଆ କିମ୍ବା ସନ୍ଦେହଜନକ ତଥ୍ୟ ହସ୍ତଗତ ହୋଇ ନଥିବା କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଜେରା ସମୟରେ ଓମ୍ ଯାହା ସବୁ ବୟାନ ଦେଇଥିଲେ, ଲାଏ ଡିଟେକ୍ସନ ଟେଷ୍ଟରେ ମଧ୍ୟ ସେ ଠିକ୍ ସେହିପରି କହିଥିଲେ। ଫଳରେ ଏହି ଷଡ଼ଯନ୍ତ୍ରରେ ଓମ୍‌ଙ୍କର କୌଣସି ସମ୍ପୃକ୍ତି ନଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।

ସୂଚନାଯୋଗ୍ୟ ଯେ, ଗତ ମେ ମାସ ୭ ତାରିଖ ଦିନ ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର କାଜ ନିକଟରେ କଟକ ଜିଆରପି (GRP)ର ନିଲମ୍ବିତ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ଏକ ଭିଡ଼ ହିଂସାର ଶିକାର ହୋଇଥିଲେ। ଅଭିଯୋଗ ହୋଇଥିଲା ଯେ, ସୌମ୍ୟ ଓ ଓମ୍ ଏକ ମୋଟରସାଇକେଲରେ ଯାଉଥିବା ବେଳେ ସେଠାରେ ଦୁଇ ଜଣ ଯୁବତୀଙ୍କ ସ୍କୁଟିକୁ ସାମାନ୍ୟ ଧକ୍କା ଲାଗିଥିଲା। ଏହି ସାମାନ୍ୟ କଥାକୁ କେନ୍ଦ୍ର କରି ସେଠାରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

ଯୁବତୀଙ୍କୁ ଦୁର୍ବ୍ୟବହାର ଓ ଶାରୀରିକ ଆକ୍ରମଣ କରାଯାଇଥିବା ଅଭିଯୋଗ ଆଣି ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ ସୌମ୍ୟଙ୍କୁ ଅମାନୁଷିକ ଭାବେ ମାଡ଼ ମାରି ଗୁରୁତର କରିଦେଇଥିଲେ। ଏହି ଆକ୍ରମଣରେ ଗୁରୁତର ଆଘାତ ଲାଗିବାରୁ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ମାମଲାରେ କ୍ରାଇମବ୍ରାଞ୍ଚ ଦ୍ରୁତ ପଦକ୍ଷେପ ନେଇ ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ମଙ୍ଗରାଜ ଓ ରଞ୍ଜିତ ପାତ୍ରଙ୍କ ସମେତ ୧୮ ଜଣରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି। ଏହାସହିତ କୋର୍ଟରେ ଏକ ବିସ୍ତୃତ ୭୬୭ ପୃଷ୍ଠାର ଚାର୍ଜସିଟ୍ ମଧ୍ୟ ଦାଖଲ କରାଯାଇଛି, ଯେଉଁଥିରେ ପ୍ରାଥମିକ ଭାବେ ୧୧ ଜଣଙ୍କ ବିରୋଧରେ ସାଙ୍ଘାତିକ ପ୍ରମାଣ ରହିଥିବା ଦର୍ଶାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଆଗକୁ ବଢ଼ାଯାଉଛି।
📲Get App