🔥 TRENDING Rajasthan Reschedules Elections to Avo... Crane Collides With 10 Vehicles in Pal... આજ રોજ પાટણ ઘટક ૧ ના તમામ આંગણવાડી કેન... Karnataka Farmers Suffer Rising Losses... Karnataka to Roll Out AI Course for Cl... RBSE to Conduct 10th Board Exams Twice...
06 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ଶ୍ରୀମନ୍ଦିର ଭିତରେ ଜେଟିପିଙ୍କ ଗୁଣ୍ଡାରାଜ; ସାମ୍ୱାଦିକଙ୍କୁ ମାଡ଼ ମାରି ଫଟାଇଲେ କାନ ପରଦା

✍️ Reporter: Deepak Mahapatra 🗓 06 Oct 2026, 02:54 PM 👁 9
Watch on: 📘 Facebook
Share: 💬 WhatsApp 📘 Facebook 𝕏 Post
ଶ୍ରୀମନ୍ଦିରରେ ଜଗନ୍ନାଥ ଟେମ୍ପୁଲ ପୋଲିସ ବା ଜେଟିପିର ଗୁଣ୍ଡାରାଜ । ମନ୍ଦିର ଭିତରେ ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟ ସନାତନ ଭୋଇଙ୍କୁ ମାଡ଼ ମାରିବା ଫଳରେ ତାଙ୍କର କାନର ପରଦା ଫାଟି ଯାଇଛି। ମୁଣ୍ଡରେ ଆଘାତ ଯୋଗୁ ସେ ପୁରୀ ମେଡିକାଲରେ ଚିକିତ୍ସା ହେଉଛନ୍ତି। ସାମ୍ୱାଦିକଙ୍କୁ ମାଡ଼ ମାରିବା ସହ ସାଧା କାଗଜରେ ତାଙ୍କ ଦସ୍ତଖତ ନେବା, ଏବଂ ଜାତିଆଣା ମନ୍ତବ୍ୟ ଦେଇଥିବା ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜ୍ଜୁ କରି ତଦନ୍ତ ଚାଲୁଥିବାର କହିଛନ୍ତି ପୁରୀ ଏସପି ।

ଗତ ଶନିବାର ରାତି ପ୍ରାୟ ୯ ଟା ସମୟରେ, ସାମ୍ବାଦିକ ଜଣକ ତାଙ୍କ ସଂସ୍ଥାର ଏଡିଟରଙ୍କ ସହ ଦର୍ଶନ କରିବାକୁ ଆସିଥିଲେ। ଦର୍ଶନ ପାଇଁ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହାନୀର ଜଣେ କର୍ମଚାରୀଙ୍କୁ ପ୍ରଶାସନ ପକ୍ଷରୁ ଦିଆଯାଇଥିଲା। ସଂପୃକ୍ତ କର୍ମଚାରୀ ଜଣଙ୍କ ଦର୍ଶନ କରାଇବା ପାଇଁ, ତାଙ୍କୁ ଶ୍ରୀମନ୍ଦିର ଘଣ୍ଟିଦ୍ୱାର ଦେଇ ମନ୍ଦିର ଭିତରକୁ ନେଇଥିଲେ। ହେଲେ ବ୍ୟାରିକେଡ ଡିୟୁଟିରେ ଥିବା ଜଣେ ଜେଟିଏସ, ତାଙ୍କୁ ବାରଣ କରିଥିଲେ। ଏଡିଟର ଓ ଅନ୍ୟମାନଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରୋଟକଲ ବ୍ୟବସ୍ଥା କରାଯାଇଥିବା କହିଥିଲେ ସାମ୍ବାଦିକ। ହେଲେ ଜେଟିଏସ ଜଣଙ୍କ ତାଙ୍କୁ ଗାଳିଗୁଲଜ କରିଥିଲେ। ପରେ ସେଠାରୁ ସାମ୍ବାଦିକ ପଳାଇଆସି, ସୂର୍ଯ୍ୟମନ୍ଦିର ଅପର ପାର୍ଶ୍ୱରେ ଥିବା ଦୀପଦୋକାନ ନିକଟରେ ଠିଆ ହୋଇଥିଲେ।
ହେଲେ ହଠାତ ସଂପୃକ୍ତ ଜେଟିଏସ କର୍ମଚାରୀ ଆସି ତାଙ୍କ ବେକକୁ ଧରି ଘଣ୍ଟିଦ୍ୱାର ନିକଟକୁ ନେଇଥିଲେ। ଯେଉଁଠି ଜେଟିପି ଲକ୍ଷ୍ମୀଧର ଉପାଧ୍ୟୟ କିଛି ନବୁଝି ସନାତନଙ୍କୁ ମାଡ ମାରିଥିଲେ। ଧଳା କାଗଜରେ ତାଙ୍କର ଦସ୍ତଖସ୍ତ ରଖିବା ସହ ଜାତିଆଣ ମନ୍ତବ୍ୟ ଦେଇ ଧମକ ଦେଇଥିଲେ। ଯାହାକୁ ନେଇ ସନାତନ ସିଂହଦ୍ଵାର ଥାନାରେ ଏକ ଲିଖି୍‌ତ ଅଭିଯୋଗ କରିଥିଲେ ।
📲Get App