🔥 TRENDING Court Rules: Out-of-State Produce Ente... Uttarakhand HC Seeks Reply on PIL Alle... Delhi records 98 dengue cases in first... Delhi Police Equip Officers with Bodyc... Delhi to Enforce New GRAP Rules Across... Supreme Court Reaches Punjab Govt Over...
06 Oct 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ଘୋଷଣା ହେଲା ୧୭ ଜଣିଆ ଓଡ଼ିଶା ସିନିୟର୍ ପୁରୁଷ କ୍ରିକେଟ ଦଳ , ଚାରି ନୂଆ ମୁହଁ ସାମିଲ୍

✍️ Reporter: Deepak Mahapatra 🗓 06 Oct 2026, 03:05 PM 👁 27
Share: 💬 WhatsApp 📘 Facebook 𝕏 Post
କଟକ : ଆସନ୍ତା ଅକ୍ଟୋବର ୧୧ରୁ ଆରମ୍ଭ ହେବ ୨୦୨୬-୨୭ ରଣଜୀ ସିଜିନ । ସେନେଇ ଓଡ଼ିଶା କ୍ରିକେଟ ଆସୋସିଏସନ୍ (OCA) ପକ୍ଷରୁ ଆଗାମୀ ୨୦୨୬-୨୭ ରଣଜୀ ଟ୍ରଫି ସିଜିନ୍‌ ପାଇଁ ୧୭ ଜଣିଆ ଓଡ଼ିଶା ସିନିୟର୍ ପୁରୁଷ କ୍ରିକେଟ ଦଳ ଘୋଷଣା କରାଯାଇଛି।

ଏହି ଦଳର ନେତୃତ୍ୱ ଦାୟତ୍ୱ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଶୁଭ୍ରାଂଶୁ ସେନାପତିଙ୍କୁ ପ୍ରଦାନ କରାଯାଇଛି। ଦଳରେ କିଛି ଯୁବ ତାରିଖଙ୍କୁ ସ୍ଥାନ ମିଳିଥିବାବେଳେ କିଛି ବରିଷ୍ଠ ଖେଳାଳିଙ୍କୁ ବାଦ ଦିଆଯାଇଛି।୧୭ ଜଣିଆ ଦଳରେ ୪ ନୂଆ ମୁହଁ ସାମିଲ୍‌ ହୋଇଛନ୍ତି। ସ୍ବସ୍ତିକ ସାମଲ, ଓମ୍ ଟି ମୁଣ୍ଡେ, ଗୌରବ ଚୌଧୁରୀ, ଶ୍ରେୟାଂଶ ଭରଦ୍ବାଜ, ସନ୍ଦୀପ ପଟ୍ଟନାୟକ, ଶାନ୍ତନୁ ମିଶ୍ର, ଆଶୀର୍ବାଦ ସ୍ବାଇଁ, ଦୀନେଶ ମାଝୀ, ନିନାଦ ରାଠୱା, ଲଳିତ ଯାଦବ, ରାଜେଶ ମହାନ୍ତି, ପ୍ରଶାନ୍ତ ରଣା, ସୌମ୍ୟ ଲେଙ୍କା, ସମ୍ବିତ ବେଜ, ସୟିଦ ତୁଫୈଲ୍ ଅହମ୍ମଦ, ବାଦଲ ବିଶ୍ବାଳ ଅଛନ୍ତି।

ସୂଚନା ଥାଉକି କ୍ଟୋବର ୧୧ରୁ ଆରମ୍ଭ ହେବ ୨୦୨୬-୨୭ ରଣଜୀ ଟ୍ରଫି । ଖେଳ ପାଇଁ ଓଡ଼ିଶା ଟିମ ଗତ ଦୁଇ ମାସ ହେବ ଜୋରସୋରରେ ପ୍ରସ୍ତୁତି ଚଳାଇଛି । ଓଡିଶା ଟିମ ଏଥର କଷ୍ଟକର ଏଲିଟ୍ ଗ୍ରୁ- ସି ରେ ସ୍ଥାନ ପାଇଛି। ଏଥିରେ ଗୁଜରାଟ, ଦିଲ୍ଲୀ,ମହାରାଷ୍ଟ୍ର, ବେଙ୍ଗଲ, ଝାଡ଼ଖଣ୍ଡ, ସର୍ଭିସେସ ଓ କେରଳ ଭଳି ଟିମ୍ ରହିଛନ୍ତି।

ଆସନ୍ତା ଅକ୍ଟୋବର ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଅହମଦାବାଦରେ ଓଡିଶା ଗୁଜରାଟକୁ ତାର ପ୍ରଥମ ମ୍ୟାଚରେ ଭେଟିବ । ଓଡିଶା ଦ୍ବିତୀୟ ମ୍ୟାଚରେ ଅକ୍ଟୋବର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ କେରଳକୁ, ତୃତୀୟ ମ୍ୟାଚରେ ଅକ୍ଟୋବର ୨୬ ରୁ ୨୯ ପର୍ଯ୍ୟନ୍ତ ସର୍ଭିସେସକୁ, ଚତୁର୍ଥ ମ୍ୟାଚରେ ଝାଡ଼ଖଣ୍ଡକୁ ନଭେମ୍ବର ୨ ତାରିଖରୁ ୫ ପର୍ଯ୍ୟନ୍ତ ଭେଟିବ। ସେହିପରି ଓଡିଶା ଦଳ ପଞ୍ଚମ ମ୍ୟାଚ୍ ନଭେମ୍ବର ୧୭ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ବିପକ୍ଷରେ ଖେଳିବ । ଏହା ପରେ ଓଡିଶା ଷଷ୍ଠ ମ୍ୟାଚ ୨୪ ରୁ ୨୭ ଜାନୁଆରୀ ମହାରାଷ୍ଟ୍ର ବିପକ୍ଷରେ ଓ ସପ୍ତମ ତଥା ଅନ୍ତିମ ମ୍ୟାଚ ୧ଫେବ୍ରୁୟାରୀ ୨୦୨୭ ତାରିଖରୁ ୪ ମଧ୍ଯରେ ବେଙ୍ଗଲ ବିପକ୍ଷରେ ଖେଳିବ। ଦୁଇଟି ମ୍ୟାଚ ଛାଡି ଓଡିଶା ସବୁ ମ୍ୟାଚ ବାହାରେ ଖେଳିବ ।
📲Get App