🔥 ट्रेंडिंग सूखनी नदी में पाँच लोगों की मौत, स्थान... झारखंड के किसान निशांत केरकेटा की शर्ट... खुंटी यात्रा के बाद 30 छात्रों को उल्ट... केरल में आदोर प्रकाश के उग्र बयान के ब... केरल में भाग्यथारा BT-74 लॉटरी ड्रॉ मे... केरल में 22K सोने की नई कीमतें – खरीदन...
05 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ

✍️ रिपोर्टर: Deepak Mahapatra 🗓 05 अक्टू. 2026, 12:05 PM 👁 16
शेयर करें: 💬 WhatsApp 📘 Facebook 𝕏 Post
ସୁନ୍ଦରଗଡ଼ ସହରର ପୋଷ୍ଟ ଅଫିସ ନିକଟସ୍ଥ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆଜିସକାଳେ ହଠାତ୍ ଅଗ୍ନିକାଣ୍ଡ ଘଟିଛି । ପ୍ରାୟ ସକାଳ ୯ଟାରୁ ସାଢ଼େ ୯ଟା ମଧ୍ୟରେ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବା ଦେଖାଯିବା ପରେ ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।

ଖବରପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ସୁନ୍ଦରଗଡ଼ ଅଗ୍ନିଶମ ବିଭାଗ। ଦୁଇଟି ଦମକଳ ଗାଡ଼ି ଓ ଅଗ୍ନିଶମ କର୍ମଚାରୀଙ୍କ ଦୀର୍ଘ ପ୍ରୟାସ ପରେ ନିଆଁକୁ ଆୟତ୍ତ କରାଯାଇଛି । ଏହା ସହିତ ଟାଉନ ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିରୀକ୍ଷଣ କରିଛି ଏବଂ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।
ପ୍ରାଥମିକ ସୂଚନା ଅନୁସାରେ, ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ନିଆଁରେ ବ୍ୟାଙ୍କର କିଛି ସାମଗ୍ରୀ ଓ ଉପକରଣ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡରେ ପ୍ରକୃତରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି, ସେନେଇ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ସୂଚନା ମିଳିନାହିଁ । ବର୍ତ୍ତମାନ ନିଆଁ ସମ୍ପୂର୍ଣ୍ଣ ଭାବେ ଆୟତ୍ତରେ ରହିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତିର ଆକଳନ ନେଇ ପୁଲିସ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ଯାଞ୍ଚ ଜାରି ରହିଛି।
📲Get App