Crime
ଘରେ ପଶି ଲୁଟ୍ କଲେ, ଭାଗବଣ୍ଟା କରି ବିଳମ୍ବିତ ରାତିରେ ଫେରାର ହୋଇଗଲେ
Watch on:
▶️ YouTube
ମୁଖା ପିନ୍ଧି ଘରେ ପଶିଲେ। ଛୁରୀ ଦେଖାଇ ସମସ୍ତଙ୍କୁ ଡରାଇ ବାନ୍ଧି ଦେଲେ। ଘରେ ଥିବା ଟଙ୍କା ଓ ସୁନାଗହଣା ଏକାଠି କଲେ। ସେଇଠି ବସି ଭାଗବଣ୍ଟା କଲେ। ରାତି ଅଧିକ ହେବା ପରେ ପଳାଇଯାଇଥିଲେ। ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁରେ ଘଟିଛି ଏହି ଘଟଣା।
ମୁଖା ପିନ୍ଧି ଘରେ ପଶିଲେ। ଛୁରୀ ଦେଖାଇ ସମସ୍ତଙ୍କୁ ଡରାଇ ବାନ୍ଧି ଦେଲେ। ଘରେ ଥିବା ଟଙ୍କା ଓ ସୁନାଗହଣା ଏକାଠି କଲେ। ସେଇଠି ବସି ଭାଗବଣ୍ଟା କଲେ। ରାତି ଅଧିକ ହେବା ପରେ ପଳାଇଯାଇଥିଲେ। ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁରେ ଘଟିଛି ଏହି ଘଟଣା।ଗତକାଲି ରାତି ପ୍ରାୟ ୯ଟା ବେଳେ ୪ ଜଣ ଡକାୟତ ସବିରା ଗାଁର କୈଳାସ ମହାନ୍ତିଙ୍କ ଘରେ ପଶି ଯାଇଥିଲେ। ସେମାନେ ସମସ୍ତେ ମୁଖା ପିନ୍ଧିଥିଲେ। ସେତେବଳେ କୈଳାସ ମହାନ୍ତି ଓ ତାଙ୍କ ପରିବାରର ଅନ୍ୟ ୩ ଜଣ ସଦସ୍ୟ ଘରେ ଉପସ୍ଥିତ ଥିଲେ।
ଡକାୟତମାନେ ସେମାନଙ୍କୁ ଛୁରୀ ଦେଖାଇ ମାରିଦେବାକୁ ଧମକ ଦେଇଥିଲେ। ସେମାନଙ୍କୁ ଚିତ୍କାର ନ କରିବାକୁ ଚେତାବନୀ ଦେଇଥିଲେ। ତା’ ପରେ ଘରର ସମସ୍ତ ସଦସ୍ୟଙ୍କୁ ବାନ୍ଧି ଦେଇଥିଲେ।
ଘରେ ଥିବା ସୁନାଗହଣା ଓ ୫ ହଜାର ଟଙ୍କାକୁ ସଂଗ୍ରହ କରି ଗୋଟିଏ ସ୍ଥାନରେ ରଖିଥିଲେ। ସେଠାରେ ହିଁ ସେମାନଙ୍କ ମଧ୍ୟରେ ସୁନାଗହଣା ଭାଗବଣ୍ଟା କରିଥିଲେ। ବିଳମ୍ବିତ ରାତିରେ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ।
ଡକାୟତମାନେ ଯିବା ପରେ କୈଳାସ ମହାନ୍ତିଙ୍କ ଘର ଲୋକେ ପଡ଼ୋଶୀଙ୍କୁ ଡାକି ସୋର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି। ତଦନ୍ତ ଜାରି ରହିଥିବା ବେଳେ ଡକାୟତମାନଙ୍କ ସଂପର୍କରେ କିଛି ତଥ୍ୟ ମିଳିପାରି ନଥିବା ଜଣାପଡ଼ିଛି।