🔥 TRENDING रास्ते खराबी से भोई कालोनी के बच्चों क... हामिरगढ़ में नई ई‑बाइक एजेंसी का उद्घा... 7 अक्टूबर को 8 बजे से 3 बजे तक बिजली क... ਗੁਰਦੁਆਰਾ ਬਾਬਾ ਜੀਵਨ ਸਿੰਘ ਵਿੱਚ ਨੌਜਵਾਨਾਂ... पटनावासी ADM के घर से बरामद कैश: रिश्व... કીર્તિ પટેલની સાથીદાર અને સસ્પેન્ડ થયે...
05 Oct 2026•
ગુજરાતી मराठी ਪੰਜਾਬੀ বাংলা
ପୁଲିସକୁ ଚ୍ୟାଲେଞ୍ଜ ଦେଇ ଭିଡିଓ ଭାଇରାଲ ପଡ଼ିଲା ମହଙ୍ଗା; ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ
Crime

ପୁଲିସକୁ ଚ୍ୟାଲେଞ୍ଜ ଦେଇ ଭିଡିଓ ଭାଇରାଲ ପଡ଼ିଲା ମହଙ୍ଗା; ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ

✍️ Reporter: Deepak Mahapatra 🗓 05 Oct 2026, 12:18 PM 👁 11
Share: 💬 WhatsApp 📘 Facebook 𝕏 Post
ପୁଲିସକୁ ଚ୍ୟାଲେଞ୍ଜ ଦେଇ ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା । ସୋଶାଲ ମିଡିଆରେ ପୁଲିସ ବିରୋଧରେ ଆପତ୍ତିଜନକ ସ୍ଲୋଗାନ ଦେଇ ଭିଡିଓ ଭାଇରାଲ କରିବା ଅଭିଯୋଗରେ ୪ ଜଣଙ୍କୁ ବାନ୍ଧିଛି ସମ୍ବଲପୁରର ଧନୁପାଲି ଥାନା ପୁଲିସ ।ଭିଡିଓରେ ସମ୍ବଲପୁରୀ ଭାଷାରେ ପୁଲିସକୁ ନଡରିବାକୁ କୁହାଯାଇଥିଲା । ଭିଡିଓର ଗୁଳି ଫୁଟିବାର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ଗୁରୁତ୍ୱର ସହ ନେଇଥିଲା ଧନୁପାଲି ଥାନା ପୁଲିସ ।
ଘଟଣାଟି ସମ୍ବଲପୁରର ଧନୁପାଲି ଥାନା ଅନ୍ତର୍ଗତ ମୋତିଝରଣ କ୍ଷେତିପଡ଼ା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି । ସୋଶାଲ ମିଡିଆରେ ଏଭଳି ଭିଡିଓ ଭାଇରାଲ କରି ଭୟର ବାତାବରଣ ସୃଷ୍ଟି କରିବା ସହ ପୁଲିସକୁ ଚ୍ୟାଲେଞ୍ଜ କରାଯାଇଥିବା ଅଭିଯୋଗ ରହିଛି।

ଧନୁପାଲି ଥାନା ପୁଲିସ ଏହି ଘଟଣାରେ ୧୩ ଜଣଙ୍କ ନାମରେ ମାମଲା ରୁଜୁ କରିଥିବାବେଳେ ସେମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରିଛି । ସମସ୍ତଙ୍କୁ ପଚରାଉତରା ପରେ କୋର୍ଟ ଚାଲାଣ କରାଯାଇଛି।
📲Get App