शिक्षा
ଓଡ଼ିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟ ହଷ୍ଟ୍ରେଲରେ ମାରପିଟ , ସ୍ଥିତି ନିୟନ୍ତ୍ରଣ କଲା ପୁଲିସ
କେନ୍ଦୁଝର ସ୍ଥିତ ଓଡ଼ିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟର ଗନ୍ଧମାର୍ଦ୍ଧନ ଛାତ୍ରାବାସରେ ତୃତୀୟ ବର୍ଷର ଛାତ୍ରଙ୍କ ଆକ୍ରମଣରେ ଦ୍ୱିତୀୟ ବର୍ଷର ଜଣେ ଛାତ୍ର ଆହତ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଛାତ୍ରାବାସରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି। ଏହା ସହିତ ଘଟଣାର ତଦନ୍ତ କରୁଛି ପୁଲିସ।
ସୂଚନା ଅନୁସାରେ, ଗତକାଲି ମଦ୍ୟପାନକୁ ନେଇ ଦ୍ୱିତୀୟ ବର୍ଷର କିଛି ଛାତ୍ରଙ୍କ ଓ ତୃତୀୟ ବର୍ଷର କିଛି ଛାତ୍ରଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ପରବର୍ତ୍ତୀ ସମୟରେ ମାରପିଟର ରୂପ ନେଇଥିଲା। ତୃତୀୟ ବର୍ଷର ଛାତ୍ରଙ୍କ ଆକ୍ରମଣରେ ଦ୍ୱିତୀୟ ବର୍ଷର ଜଣେ ଛାତ୍ର ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଘଟଣାର ପ୍ରକୃତ କାରଣ କ’ଣ ଓ ମାରପିଟରେ କେତେ ଜଣ ଛାତ୍ର ସାମିଲ ଥିଲେ ଆଦି ବିଷୟରେ ଜାଣିବା ପାଇଁ ତଦନ୍ତ କରୁଛି ପୁଲିସ। ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଏହି ଘଟଣାକୁ ନେଇ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି।