🔥 ट्रेंडिंग स्थानीय विधायक ने किया नवनिर्मित सामुद... ਜੈਤੋ ਰੇਲਵੇ ਫਾਟਕ ਕੋਲ ਪੁਲਿਸ ਤੋਂ ਭੱਜਦੇ ਨੌ... மரத்தின் மீது ஏறி போதை ஆசாமியை மீட்ட த... ग्वालियर में अवैध खनन पर प्रशासन का शि... महात्मा गांधी जयंती पर आगरा में स्वच्छ... टॉम क्रूज़ की 'डिगर' फिल्म का भारत में...
03 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
କୌନ ବନେଗା କରୋଡ଼ପତି ହଟ ସିଟରେ ମୟୁରଭଞ୍ଜ ଝିଅ
मनोरंजन

କୌନ ବନେଗା କରୋଡ଼ପତି ହଟ ସିଟରେ ମୟୁରଭଞ୍ଜ ଝିଅ

✍️ रिपोर्टर: Deepak Mahapatra 🗓 03 अक्टू. 2026, 12:54 PM 👁 19
शेयर करें: 💬 WhatsApp 📘 Facebook 𝕏 Post

ପିଲା ବେଳର ସ୍ୱପ୍ନ ପୂରଣ ହେଲା । ପ୍ରସିଦ୍ଧ ରିଆଲିଟି ଶୋ’ କୌନ ବନେଗା କରୋଡ଼ପତି ହଟ ସିଟରେ ବସିଲେ ମୟୁରଭଞ୍ଜ ଖୁଣ୍ଟା ଅଞ୍ଚଳର ଝିଅ ସୋନାଲି ସେଶାଦ୍ରୀ। ସୋନାଲି ପେଶାରେ ଡାକ ବିଭାଗରେ ଜିଡ଼ିଏସ ଭାବେ କାର୍ଯ୍ୟ କରନ୍ତି ।

ସୋନାଲି ପେଶାରେ ଡାକ ବିଭାଗରେ ଜିଡ଼ିଏସ ଭାବେ କାର୍ଯ୍ୟ କରନ୍ତି । କେବିସିରେ ଭାଗ ନେବା ପାଇଁ ତାଙ୍କର ପିଲାଟି ଦିନରୁ ସ୍ୱପ୍ନ ଥିଲା । ତେଣୁ ଗତ ଜାନୁଆରୀ ମାସରେ ସେ କେବିସି ପାଇଁ ରେଜିଷ୍ଟ୍ରେସନ କରିଥିଲେ। ମାର୍ଚ୍ଚ ମାସରେ କ୍ୱାଲିଫାଏ ହେବା ସହିତ ଜୁନ ମାସରେ କଲିକତାରେ ଅଡିସନ ଦେଇଥିଲେ। ଆଉ ଅଡିସନରେ ସେ ମନୋନୀତ ହୋଇଥିଲେ । ଏହା ପରେ ଗତ ୧୭ ତାରିଖରେ ସେ କେବିସିର ହଟସିଟରେ ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନଙ୍କ ସାମ୍ନାରେ ବସି କେବିସି ଖେଳିଥିଲେ । ସମୁଦାୟ ୧୬ ଗୋଟି ପ୍ରଶ୍ନ କେବିସିରେ ତାଙ୍କୁ ପଚରାଯାଇଥିଲା । ସେ ୧୨ଟି ପ୍ରଶ୍ନର ସଠିକ ଉତ୍ତର ଦେବା ପରେ ନିଜ ଆଡୁ ଆଗକୁ ଯିବାକୁ ମନା କରିଦେଇଥିଲେ। ଆଉ ଏହି ଖେଳରୁ ସେ ୧୨ ଲକ୍ଷ ଟଙ୍କା ଜିତିଥିଲେ ।
ଏହି ଶୋ’ରେ ସୋନାଲିଙ୍କ ସହିତ ତାଙ୍କ ମା’ ରୀନା ଦଳେଇ ଉପସ୍ଥିତ ଥିଲେ। ୩ ଘଣ୍ଟା ଧରି ହୋଇଥିବା ଏହି କେବିସି କାର୍ଯ୍ୟକ୍ରମ ସୁଟିଙ୍ଗରେ ଅମିତାଭ ବଚ୍ଚନ ଅନେକ ଥଟ୍ଟା ମଜ୍ଜା କରିବା ସହିତ ପରିବାରର ସମସ୍ୟା ବାବଦରେ ତାଙ୍କୁ ପଚାରିଥିଲେ । ଝିଅର ଏଭଳି ସଫଳତା ପାଇଁ ଘରୋଇ ଶିକ୍ଷକ ଭାବେ ଶିକ୍ଷାଦାନ କରୁଥିବା ଉଭୟ ମା’ ଏବଂ ବାପାଙ୍କ ଖୁସି କହିଲେ ନ ସରେ।
📲Get App