🔥 ट्रेंडिंग पटना: दीघा के पास एक व्यक्ति लापता, तल... ବିରୁପା ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ୩... દહેગામ પોલીસે નંબર પ્લેટ વગરની અને કાળ... અરબ સાગરમાં કોસ્ટ ગાર્ડનું સફળ ઓપરેશન:... कौशाम्बी के मोहम्मदपुर गांव में कार मे... અરબ સાગરમાં કોસ્ટ ગાર્ડનું સફળ ઓપરેશન:...
30 सित. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ନାବାଳିକା ଦୁଷ୍କର୍ମ ମାମଲାରେ ୩୨ ବର୍ଷୀୟ ରତିକାନ୍ତ ଦଳେଇକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ, ୩୦ ହଜାର ଟଙ୍କା ଜୋରିମାନା

✍️ रिपोर्टर: Deepak Mahapatra 🗓 30 सित. 2026, 12:55 PM 👁 22
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଜଣେ ନାବାଳିକାଙ୍କୁ ଏକାଧିକ ଥର ଦୁଷ୍କର୍ମ କରିବା ଓ ତାଙ୍କୁ ଗର୍ଭବତୀ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ରତିକାନ୍ତ ଦଳେଇ ଓରଫ ବାବୁଲା (୩୨)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦାର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ଏହା ସହିତ ତା’ ଉପରେ ୩୦ ହଜାର ଟଙ୍କା ଜୋରିମାନା ପକାଇଛନ୍ତି କୋର୍ଟ। ଜୋରିମାନା ଅର୍ଥ ଅନାଦେୟ ଦୋଷୀ ରତିକାନ୍ତ ଦଳାଇକୁ ଆଉ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ରତିକାନ୍ତ ଦଳେଇର ଘର ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ମଜୁରାପୋଷି ଗାଁରେ। ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କ ସହିତ ତାର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ସେ ସେହି ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲା। ପରବର୍ତ୍ତୀ ସମୟରେ ନାବାଳିକାଙ୍କ ଇଚ୍ଛା ବିରୋଧରେ ଯାଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲା ସେ। ଥରେ ନୁହେଁ, ଏକାଧିକ ଥର ସେ ନାବାଳିକାଙ୍କ ସହ ଶାରୀରିକ ସଂପର୍କ ରଖିଥିଲା। ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲେ ଓ ଏକ ସନ୍ତାନ ଜନ୍ମ ଦେଇଥିଲେ। ଏନେଇ ରତିକାନ୍ତକୁ କୁହାଯିବା ପରେ ସେ ଆଉ ଧରାଛୁଆଁ ଦେଇ ନଥିଲା। ବରଂ ଜୀବନରେ ମାର ଦେବାକୁ ଧମକ ଦେଇଥିଲା ଫେରାର ହୋଇଯାଇଥିଲା। ନାବାଳିକାଙ୍କ ତରଫରୁ ଠାକୁରମୁଣ୍ଡା ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ରତିକାନ୍ତଙ୍କୁ ଗିରଫ କରିଥିଲା। ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ମାମଲାର ଣୁଣାଣି ଚାଲିଥିବା ସମସ୍ତ ସାକ୍ଷ୍ୟ, ପ୍ରମାଣ ଆଧାରରେ ବିଚାରପତି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି।
ଏହି ମାମଲାର ପରିଚାଳନା କରୁଥିବା ସରକାରୀ ଓକିଲ ଅଶ୍ୱିନୀ କୁମାର ମହାନ୍ତ କହିଛନ୍ତି ଯେ ନାବାଳିକାଙ୍କ ପରିବାର ଲୋକଙ୍କର ଏକ ପାନ ଦୋକାନ ଅଛି। ନାବାଳିକା ସେଠାରେ ବସାଉଠା କରନ୍ତି। ରତିକାନ୍ତ ଦଳେଇ ସେଠାକୁ ଯିବାଆସିବା କରିବା ଭିତରେ ନାବାଳିକାଙ୍କୁ ଭଲ ପାଇବାର ଅଭିନୟ କରିଥିଲେ। ଗୋଟିଏ ଦିନ ସେ ନାବାଳିକାଙ୍କୁ ପୋଖରୀ ନିକଟକୁ ଡାକି ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସଂପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ମଧ୍ୟ ସେ ନାବାଳିକାଙ୍କ ସହିତ ୩/୪ ଥର ଶାରୀରିକ ସଂପର୍କ ରଖିଥିଲେ। ଫଳରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲେ। ୨୦୨୧ ଜୁନ୍ ମାସରେ ନାବାଳିକା ଜଣଙ୍କ ଠାକୁରମୁଣ୍ଡା ଡାକ୍ତରଖାନାରେ ଏକ ଶିଶୁ କନ୍ୟ ଜନ୍ମ ଦେଇଥିଲେ। ରତିକାନ୍ତଙ୍କୁ ଏ କଥା ଜଣାଇବା ପରେ ସେ ନାବାଳିକାଙ୍କୁ ମାରି ଦେବାକୁ ଧମକ ଦେଇଥିଲେ। ସେ ନାବାଳିକାଙ୍କୁ ଛାଡ଼ି ପଳାଇ ଯାଇଥିଲେ। ନାବାଳିକା ଜଣଙ୍କ ନିରାଶ ହୋଇ ଶେଷରେ ଠାକୁରମୁଣ୍ଡା ଥାନାରେ ଏତଲା ଦେଇଥିଲେ। ଠାକୁରମୁଣ୍ଡା ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲେ।
📲Get App