Crime
ହାଟରେ ମହିଳାଙ୍କ ଅଶ୍ଲୀଳ ଭିଡିଓ ଉତ୍ତୋଳନ କରି ବିଦ୍ୟୁତ୍ କର୍ମଚାରୀ ଗିରଫ
Watch on:
▶️ YouTube
ମହିଳାଙ୍କ ଅଶୀଳ ଭିଡିଓ ଉତ୍ତୋଳନ କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ପୁଲିସ। ଗିରଫ ବ୍ୟକ୍ତିଙ୍କ ନାଁ ପରେଶ ନାୟକ। ତାଙ୍କ ଘର ଚାନ୍ଦୋଳ ଅଞ୍ଚଳରେ। ସେ ବିଦ୍ୟୁତ୍ ବିଭାଗରର ଫ୍ଲାଇଂ ସ୍କ୍ୱାଡ୍ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ମହିଳା ଜଣଙ୍କ ତାଙ୍କ ଦିଅରଙ୍କ ସହିତ ପରିବା କିଣିବା ପାଇଁ ନିଆଳ ହାଟକୁ ଯାଇଥିଲେ। ସେମାନେ ପରିବା କିଣିବା ସମୟରେ ପରେଶ ନାୟକ ତାଙ୍କର ଅଶ୍ଳୀଳ ଭିଡିଓ ଉତ୍ତୋଳନ କରୁଥିଲେ। ଏହା ଦେଖିପାରି ତାଙ୍କ ଦିଅର ବିରୋଧ କରିଥିଲେ। ହେଲେ ପରେଶ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଧକ୍କା ମାରି ସେଠାରୁ ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ହାଟରେ ଥିବା ଲୋକେ ତାଙ୍କୁ କାବୁ କରିଥିଲେ ଏବଂ ତାଙ୍କ ମୋବାଇଲ୍ ଫୋନ୍ ସହ ତାଙ୍କୁ ପୁଲିସ ଜିମାରେ ଦେଇଥିଲେ।
ଅନ୍ୟପକ୍ଷରେ ଅଭିଯୁକ୍ତ ପରେଶ ନାୟକ ତାଙ୍କ ବିରୋଧରେ ଆସିଥିଭା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଭୁଲ୍ରେ କ୍ୟାମରେ ଅନ୍ ହୋଇଯାଇଥିବ। ସେ
ଅନ୍ୟପକ୍ଷରେ ଅଭିଯୁକ୍ତ ପରେଶ ନାୟକ ତାଙ୍କ ବିରୋଧରେ ଆସିଥିଭା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଭୁଲ୍ରେ କ୍ୟାମରେ ଅନ୍ ହୋଇଯାଇଥିବ। ସେ