🔥 ट्रेंडिंग *केन्द्र की सब्सिडी के अतिरिक्त राज्य... સાબરકાંઠા LCB દ્વારા હત્યાના ગુનામાં ફ... நாகர்கோவிலில் மதுமிதா வீட்டில் திருடிய... વલસાડ નજીક પુરઝડપે ગયેલી વેન્યૂ કારે ઇ... राजेन्द्रनगर में 34 वर्षीय पुरुष की हत... बॉलीवुड हंगामा ने शर्लिन चोपड़ा की फोट...
29 सित. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ଚଢ଼ାଉ ବେଳେ ମହିଳା ଅବକାରୀ କର୍ମଚାରୀଙ୍କ ମୁଣ୍ଡ ଫଟାଇଲେ ମଦ ମାଫିଆ

✍️ रिपोर्टर: Deepak Mahapatra 🗓 29 सित. 2026, 04:54 PM 👁 17
शेयर करें: 💬 WhatsApp 📘 Facebook 𝕏 Post
ଚଢ଼ାଉ ବେଳେ ଅବକାରୀ ଟିମ୍‌କୁ ମଦ ମାଫିଆଙ୍କ ଆକ୍ରମଣ । ଅବକାରୀ ଟିମ୍‌ର ଗାଡ଼ି ଭାଙ୍ଗିବା ସହ ମାଡ଼ମାରି ଲହୁଲୁହାଣ କଲେ । ଜଣେ ମହିଳା କର୍ମଚାରୀଙ୍କ ମୁଣ୍ଡ ଫାଟିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା । ଧୁରୁଆଡିହି ଥାନା ଅନ୍ତର୍ଗତ ଅଲଙ୍ଗପାଣି ଗାଁରେ । ଧୁରୁଆ ଡ଼ିହି ଥାନା ଅନ୍ତର୍ଗତ ଅଲଙ୍ଗପାଣି ଗ୍ରାମରେ ଚାଲିଥିଲା ବ୍ୟାପକ ଦେଶୀ ମଦ ଓ ବିଦେଶୀର ମଦର କାରବାର । ଖବରପାଇ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ସେଠାରେ ଚଢ଼ାଉ କରିଥିଲେ । ଚଢ଼ାଉ ଦେଖି ମାଫିଆମାନେ ମିଳିତ ଭାବେ ଅବକାରୀ ବିଭାଗର କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଗାଡିକୁ ଭାଙ୍ଗିଦେଇଥିଲେ ।
ଘଟଣା ସାମ୍ନାକୁ ଆସିବା ପରେ ଏବେ ଆକ୍ସନ ମୁଡରେ ପୁଲିସ । ସକାଳୁ ସକାଳୁ ୨ ପ୍ଲାଟୁନ ଫୋର୍ସ ସହ ୨ ଥାନାର ଅଧିକାରୀ ସଦର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଦୁବୃର୍ତ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୫ ଜଣ ଧରା ପଡିଛନ୍ତି । ଆଉ ଘଟଣାରେ ସମ୍ପୃକ୍ତ ଅନେକ ଜଣ ଫେରାର ଅଛନ୍ତି ।

ମାଫିଆଙ୍କ ଆକ୍ରମଣରେ ଅବକାରୀ ବିଭାଗର ଜଣେ ମହିଳା କର୍ମଚାରୀଙ୍କ ମୁଣ୍ଡ ଫାଟିଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି । ଗତକିଛି ଦିନ ହେବ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚାଲିଥିବା ଚୋରା ମଦ ଆଡ୍ଡା ଉପରେ ଚଢ଼ାଉ ଜାରି ରଖିଛନ୍ତି ।
📲Get App