Crime
ଚଢ଼ାଉ ବେଳେ ମହିଳା ଅବକାରୀ କର୍ମଚାରୀଙ୍କ ମୁଣ୍ଡ ଫଟାଇଲେ ମଦ ମାଫିଆ
ଚଢ଼ାଉ ବେଳେ ଅବକାରୀ ଟିମ୍କୁ ମଦ ମାଫିଆଙ୍କ ଆକ୍ରମଣ । ଅବକାରୀ ଟିମ୍ର ଗାଡ଼ି ଭାଙ୍ଗିବା ସହ ମାଡ଼ମାରି ଲହୁଲୁହାଣ କଲେ । ଜଣେ ମହିଳା କର୍ମଚାରୀଙ୍କ ମୁଣ୍ଡ ଫାଟିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା । ଧୁରୁଆଡିହି ଥାନା ଅନ୍ତର୍ଗତ ଅଲଙ୍ଗପାଣି ଗାଁରେ । ଧୁରୁଆ ଡ଼ିହି ଥାନା ଅନ୍ତର୍ଗତ ଅଲଙ୍ଗପାଣି ଗ୍ରାମରେ ଚାଲିଥିଲା ବ୍ୟାପକ ଦେଶୀ ମଦ ଓ ବିଦେଶୀର ମଦର କାରବାର । ଖବରପାଇ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ସେଠାରେ ଚଢ଼ାଉ କରିଥିଲେ । ଚଢ଼ାଉ ଦେଖି ମାଫିଆମାନେ ମିଳିତ ଭାବେ ଅବକାରୀ ବିଭାଗର କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଗାଡିକୁ ଭାଙ୍ଗିଦେଇଥିଲେ ।
ଘଟଣା ସାମ୍ନାକୁ ଆସିବା ପରେ ଏବେ ଆକ୍ସନ ମୁଡରେ ପୁଲିସ । ସକାଳୁ ସକାଳୁ ୨ ପ୍ଲାଟୁନ ଫୋର୍ସ ସହ ୨ ଥାନାର ଅଧିକାରୀ ସଦର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଦୁବୃର୍ତ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୫ ଜଣ ଧରା ପଡିଛନ୍ତି । ଆଉ ଘଟଣାରେ ସମ୍ପୃକ୍ତ ଅନେକ ଜଣ ଫେରାର ଅଛନ୍ତି ।
ମାଫିଆଙ୍କ ଆକ୍ରମଣରେ ଅବକାରୀ ବିଭାଗର ଜଣେ ମହିଳା କର୍ମଚାରୀଙ୍କ ମୁଣ୍ଡ ଫାଟିଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି । ଗତକିଛି ଦିନ ହେବ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚାଲିଥିବା ଚୋରା ମଦ ଆଡ୍ଡା ଉପରେ ଚଢ଼ାଉ ଜାରି ରଖିଛନ୍ତି ।