🔥 TRENDING ‘ਸਾਡੇ ਬਜ਼ੁਰਗ, ਸਾਡਾ ਮਾਣ’ ਤਹਿਤ 14 ਅਕਤੂਬਰ... Meghalaya Man to Take SSLC Exam After... Tripura Admin Launches Mask Enforcemen... Tripura Reports Two More COVID-19 Deat... Tripura Reports 431 New COVID-19 Cases... Kharge Accuses Election Commission of...
29 Sep 2026•
ગુજરાતી मराठी ਪੰਜਾਬੀ বাংলা
Crime

ପୁଲିସ କର୍ମଚାରୀଙ୍କ ସ୍ଵାମୀଙ୍କୁ ଗୁଳି କରି ହତ୍ୟା

✍️ Reporter: Deepak Mahapatra 🗓 29 Sep 2026, 04:58 PM 👁 6
Share: 💬 WhatsApp 📘 Facebook 𝕏 Post
କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଜଣେ ପୁଲିସ କର୍ମଚାରୀଙ୍କ ସ୍ଵାମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। କେନ୍ଦେଇପଶି ଅଞ୍ଚଳରେ ତାଙ୍କର ଏକ ଜନସେବା କେନ୍ଦ୍ର ଅଛି । ସବୁଦିନ ପରି ଗତକାଲି ରାତିରେ ସେ ଜନସେବା କେନ୍ଦ୍ର ବନ୍ଦ କରି ତାଙ୍କ ପତ୍ନୀଙ୍କ ସରକାରୀ ବାସଭବନକୁ ଫେରୁଥିଲେ।କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଜଣେ ପୁଲିସ କର୍ମଚାରୀଙ୍କ ସ୍ଵାମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାମ ତ୍ରିଲୋଚନ ମହାନ୍ତ (୪୨) ।

କେନ୍ଦେଇପଶି ଅଞ୍ଚଳରେ ତାଙ୍କର ଏକ ଜନସେବା କେନ୍ଦ୍ର ଅଛି । ସବୁଦିନ ପରି ଗତକାଲି ରାତିରେ ସେ ଜନସେବା କେନ୍ଦ୍ର ବନ୍ଦ କରି ତାଙ୍କ ପତ୍ନୀଙ୍କ ସରକାରୀ ବାସଭବନକୁ ଫେରୁଥିଲେ। ବାଟରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ।

ଯାହା କୁହାଯାଉଛି, ଦୁର୍ବୃତ୍ତମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଟଙ୍କା ଲୁଟ୍ କରିଥିଲେ। ତେବେ ଏହି ସମୟରେ ସେ ତାଙ୍କ ପତ୍ନୀଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ କହିଥିଲେ। ସେ ପୁଲିସକୁ ଫୋନ୍ କରିଥିବା ଜାଣିପାରି ଦୁବୃର୍ତ୍ତମାନେ ତାଙ୍କୁ ପୁଣି ଥରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହିତ ତାଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ।
ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝରର ଧରଣୀଧର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ମୃତ୍ୟୁ ଘଟିଥିଲା।

ପାଟଣା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଲୁଟ୍ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ଘଟିଛି ନା ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଛି- ସେ ଦିଗରେ ତଦନ୍ତ କରୁଛି ପୁଲିସ।
📲Get App