अपराध
ରେଭେନ୍ସାରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ
ପୁଣି ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଆସିଲା ରାଗିଂ ଅଭିଯୋଗ। ଅନ୍ଲାଇନ୍ ଗେମକୁ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଗନ୍ନାଥ ଛାତ୍ରବାସର ଜଣେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ସେହି ଛାତ୍ରାବାସର ଯୁକ୍ତ ୩ ତୃତୀୟ ବର୍ଷର କିଛି ଛାତ୍ର ତାଙ୍କୁ ରାଗିଂ କରିଥିବା ସେ ଅଭିଯୋଗ କରିଛନ୍ତି। ଅନଲାଇନ ଗେମରେ ସିନିୟର ଛାତ୍ରମାନେ ଚିଟିଂ କରିଥିବାରୁ ଛାତ୍ର ଜଣଙ୍କ ସେମାନଙ୍କୁ ବିରୋଧ କରିଥିଲେ । ତେଣୁ ସେହି ସିନିୟର ଛାତ୍ରମାନେ ରାଗିଯାଇ ତାଙ୍କୁ ହଷ୍ଟେଲର ଏକ ରୁମ୍କୁ ଡାକି ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି।
ସେ ଆଣ୍ଟି ରାଗିଂ ସେଲ ସହିତ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳସଚିବ ଓ ଚିଫ ୱାର୍ଡେନଙ୍କୁ ମେଲ କରି ତାଙ୍କ ଅଭିଯୋଗ ଜଣାଇଛନ୍ତି। ତେବେ ଏ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ସେ ଆଣ୍ଟି ରାଗିଂ ସେଲ ସହିତ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳସଚିବ ଓ ଚିଫ ୱାର୍ଡେନଙ୍କୁ ମେଲ କରି ତାଙ୍କ ଅଭିଯୋଗ ଜଣାଇଛନ୍ତି। ତେବେ ଏ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।