🔥 TRENDING BJP Unveils MLC Candidates for Uttar P... Bihar Board Makes Class 10 & 12 Mark S... इचिंग बोर्ड कॉलोनी में दो दिनों से लाव... Fatal Bike Accident in Bagalpur: Conta... रामगढ़ में टीवी मरीजों को 75 पोषण किट... RCA election voting in Jaipur marred b...
29 Sep 2026•
ગુજરાતી मराठी ਪੰਜਾਬੀ বাংলা
Weather

ଶିମିଳିପାଳ ପାହାଡ଼ରୁ ଖସୁଛି ଅତଡା, ଭୟରେ ଗ୍ରାମବାସୀ

✍️ Reporter: Deepak Mahapatra 🗓 29 Sep 2026, 05:04 PM 👁 20
Share: 💬 WhatsApp 📘 Facebook 𝕏 Post
ଶିମିଳିପାଳ ପାହାଡ଼ରୁ ଖସୁଛି ଅତଡା । ଫଳରେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମ୍ପାଝର ଏବଂ କେସଡିହା ଗ୍ରାମପଞ୍ଚାୟତର ୪/୫ଟି ଗ୍ରାମ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବାତ୍ୟା ଅର୍ଣ୍ଣବ ପ୍ରଭାଵରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ରାଜ୍ୟର ସର୍ବାଧିକ ୩୭୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ଆଉ ଏହାର ପ୍ରଭାବ ଏବେ ଦେଖୁବାକୁ ମିଳିଛି ।

ଶିମିଳିପାଳ ଅଭୟାରଣ୍ୟ ପାଦ ଦେଶରେ ଥିବା କେସଡିହା ଗ୍ରାମପଞ୍ଚାୟତର ଚାନ୍ଦିଖମନ, ଡାଙ୍ଗରସାହି ଅଞ୍ଚଳରେ ବ୍ୟାପକ ପାହାଡ଼ରୁ ମାଟି ଅତଡ଼ା ଖସି ବିରାଟ ଖାଇ ସୃଷ୍ଟି ହେଉଛି । ସେହିପରି ଚମ୍ପାଝର ଗ୍ରାମପଞ୍ଚାୟତର ଅସନବଣି ଗ୍ରାମର ଲୋକେ ଏବେ ଆତଙ୍କିତ ଅବସ୍ଥାରେ । କାରଣ ଗତ ୨୭ତାରିଖ ପାଖରୁ ଶିମିଳିପାଳ ଅଭୟାରଣ୍ୟର ଏଇ ପାହାଡ଼ଟିରୁ ଅନବରତ ଅତଡ଼ା ଖସି ଚାଲୁଥିଲା । ଫଳରେ ପାହାଡ଼ଟି ବର୍ତ୍ତମାନ ଏକ କିଲୋମିଟରରୁ ଅଧିକ ଧସିଲାଣି ।
କିଛି ଦିନ ପୂର୍ବରୁ ନେପାଳ ଏବଂ ଆସାମରେ ଯେପରି ଘଟଣା ଘଟିଲା ସେପରି ଆଶଙ୍କା କରି ଏବେ ଆତଙ୍କିତ ଅବସ୍ଥାରେ ୩/୪ଟି ଗ୍ରାମର ବାସିନ୍ଦା । ସ୍ଥାନୀୟ ପ୍ରଶାସନ ସେଠାକୁ ନଯିବା ପାଇଁ ଲୋକଙ୍କୁ ଅନୁରୋଧ କରୁଥିବାର ଦେଖିବାକୁ ମିଳିଛି ।
📲Get App