🔥 TRENDING Rajasthan Police Blocks 15,000 Numbers... Rajasthan Launches e-Pathshala for Cla... IMD Warns of Heavy Rain and Thundersto... Katrina Kaif Reveals Mother’s Journey... Tamil Nadu POCSO Closure Report Access... Police and protesters clash in Ujjain...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Local

ଯାଜପୁରରୁ ଭାସିଲେ, ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା

✍️ Reporter: Deepak Mahapatra 🗓 28 Sep 2026, 01:10 PM 👁 15
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ବାଲିପାଟଣା ବ୍ରାହ୍ମଣୀ ନଦୀରୁ ବୃଦ୍ଧା ଉଦ୍ଧାର । ବୃଦ୍ଧା ଜଣଙ୍କ ଯାଜପୁର କାଇପଡା ଅଞ୍ଚଳର । ଶୌଚ ପାଇଁ ଯାଇଥିବା ବେଳେ ଭାସି ଯାଇଥିଲେ ବୃଦ୍ଧା । ଯାଜପୁରରୁ ଭାସିଆସି ସେ ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହୋଇଛନ୍ତି । ବଢ଼ୀ ପାଣିରେ ପ୍ରାୟ ୨୦ରୁ ୨୨ କିମି ଭାସି ଯାଇ ଜୀବନ୍ତ ଉଦ୍ଧାର ହୋଇ ନିଜ ପରିବାରବର୍ଗଙ୍କ ପାଖକୁ ଯାଇଛନ୍ତି ।

ସେହିପରି, ବନ୍ୟାପାଣିରେ ଭାସିଯାଇ ଯୁବତୀ ମୃତ । ଧାମନଗର ଥାନା ଦଳାଙ୍ଗ ପଞ୍ଚାୟତ ପଧାନୀ ଭୋଇସାହି ଗ୍ରାମର ପ୍ରଦୀପ ଜେନାଙ୍କ ଝିଅ ଜୋସ୍ନାରାଣୀ ଜେନା ଆଜି ସକାଳେ ଶୌଚ ହେବା ପାଇଁ ଗେଙ୍ଗୁଟି ନଦୀକୁ ଯାଇଥିଲେ । ସେଠାରେ କୌଣସି କାରଣରୁ ଭାରସାମ୍ୟ ହରାଇ ନଦୀର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ଏନେଇ ଖବର ପାଇବା ପରେ, ପରିବାର ଲୋକଙ୍କ ସମେତ ସ୍ଥାନୀୟ ଲୋକେ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ଅନେକ ସମୟ ଧରି ଖୋଜା ଖୋଜି କରିବା ପରେ ନିକଟସ୍ଥ ଜନତା ଖାଇ ମହାରା ନିକଟ ଏକ ସ୍ଥାନରେ ଜୋସ୍ନାରାଣୀଙ୍କୁ ଠାବ କରାଯଇଥିଲା। ସେତେବେଳକୁ ତାଙ୍କର ମୃତ୍ୟୁ ହୋଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ପଧାନୀ ଭୋଇସାହି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ଅନ୍ୟପକ୍ଷରେ, ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ରହିଥିଲା । ହେଲେ ଧୀରେ ଧୀରେ ଖସୁଛି ବୈତରଣୀର ଜଳସ୍ତର । କିନ୍ତୁ ବିପଦ ସଂକେତ ଉପରେ ରହିଛି ଏବେ ବି ଜଳସ୍ତର । ବିପଦ ସଂକେତ ୧୮.୩୩ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୮.୭୦ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି। ବନ୍ୟା ଆସିବା ଦ୍ବାରା ଜିଲ୍ଲାର ଦଶରଥପୁର ୧୦ ଟି ବିଂଝର ପୁର ବ୍ଲକ ର ୨ ଟି ପଞ୍ଚାୟତ ଏବଂ ୩୦ଟି ଗାଁ ପ୍ରଭାବିତ ହୋଇଛି । ସେହିପରି ବନ୍ୟାରେ ପଚାଶ ହଜାର ଲୋକ ପ୍ରଭାବିତ ହୋଇଥିବା ଜଣାପଡିଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ୨ଟି ମେଡିକାଲ୍ ଟିମ୍ ମୁତୟନ କରାଯାଇଥିବା ବେଳେ ୯ଟି ମେଡିକାଲ୍ କ୍ୟାମ୍ପ କରାଯାଇଥିବା କରାଯାଇଛି । ସେପଟେ ବୈତରଣୀ ବନ୍ୟା ରେ ଦଶରଥ ପୁର ବ୍ଲକ ଅଧିକ ପ୍ରଭାବିତ ହୋଇଛି ।

କାଣୀ ନଦୀରେ ପାଟଣା ଠାରେ ଘାଇ ବାଟ ଦେଇ ବନ୍ୟା ଜଳ ନିଷ୍କାସନ ହୋଇ ଗାଁ କୁ ପ୍ରବେଶ କରୁଥିବାରୁ ଜଳବନ୍ଦୀଙ୍କ ଅଞ୍ଚଳ ବୃଦ୍ଧିପାଇଛି । ସେପଟେ ବିଂଝାରପୁର ରେ ଖରସ୍ରୋତା ନଦୀ ଶାଖା ନୂଆ ମାହାରା ନଦୀରେ ଘାଇ ମରାମତି ବନ୍ଧ ଧୋଇ ଯିବାରୁ ଅନେକ ତଳିଆ ଜାଗାକୁ ପାଣି ପଶୁଛି । ବିପନ୍ନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
📲Get App