🔥 ट्रेंडिंग પશ્ચિમ કચ્છ પોલીસે 6 વર્ષથી ફરાર 9 ગુન... वडील जखमी अवस्थेत विव्हळत होते, मुलगी... नशिराबाद प्रवेशद्वाराजवळ पुन्हा अपघाता... गढ़मुक्तेश्वर में भागवत कथा के दूसरे द... અંબાજી મંદિરમાં આજે પ્રક્ષાલન વિધિ: બપ... ರಸ್ತೆ ಕಾಮಗಾರಿಗೆ ಅನುದಾನ ನೀಡಲು ಮನವಿ
28 सित. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ସୃଷ୍ଟି ହେଲା ଅବପାତ

✍️ रिपोर्टर: Deepak Mahapatra 🗓 28 सित. 2026, 12:58 PM 👁 22
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ମିଆଁମାର ଉପକୂଳରେ ଅବପାତ ସୃଷ୍ଟି । ଘନୀଭୂତ ହୋଇ ଅବପାତରେ ପରିଣତ ହେଲା ସ୍ପଷ୍ଟ ଲଘୁଚାପ । ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ । ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ ।

ଗତକାଲି କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଦକ୍ଷିଣ ମିଆଁମାର ଉପକୂଳ ଉପରେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିଲା । ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୯.୪ କିମି ଉଚ୍ଚତା ଯାଏଁ ବ୍ୟାପିଥିଲା l
ଲଘୁଚାପଟି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଣ୍ଡାମାନ ସାଗର ଏବଂ ମିଆଁମାରର ସଂଲଗ୍ନ ଇରାଓ୍ୱାଡି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଆଗାମୀ ଦୁଇ ଦିନ ମଧ୍ୟରେ ଏହା ମିଆଁମାର-ବାଂଲାଦେଶ ଉପକୂଳ ଦେଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ।

ଲଘୁଚାପଟି ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି l ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ ସେନେଇ ପାଣିପାଗ ବିଭାଗ ତରଫରୁ ସ୍ପଷ୍ଟ କରାଯାଇନି ।
📲Get App