🔥 TRENDING Chiranjeevi's Netflix Deal Beats His F... गौरव सागर बने भारतीय किसान यूनियन (अमर... Punjab Police Allegedly Use Batons, Te... Violence at Punjab Universities 140 km... Punjab Women’s Commission Demands Repo... Golaghat college student injured in al...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Local

ପୋଖରୀରେ ବୁଡ଼ିଗଲେ ନବମ ଶ୍ରେଣୀ ଛାତ୍ର

✍️ Reporter: Deepak Mahapatra 🗓 28 Sep 2026, 02:44 PM 👁 16
Share: 💬 WhatsApp 📘 Facebook 𝕏 Post
ପୋଖରୀରେ ବୁଡି ନବମଶ୍ରେଣୀ ଛାତ୍ର ମୃତ୍ୟୁ l ପୋଖରିକୁ ଗାଧୋଇବା ପାଇଁ ଯାଇ ଘରକୁ ଫେରି ନଥିଲେ ଛାତ୍ର । ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ବାଲିଆ ଗାଁରେ । ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ଖୋଜା ଖୋଜି କାରିଥିଲେ । ଛାତ୍ର ଜଣକ ନମିଳିବାରୁ ଅଗ୍ନିଶମ ବାହିନୀକୁ ଡାକିଥିଲେ । ଅଗ୍ନିଶମ ବାହିନୀକୁ ପହଞ୍ଚି ଛାତ୍ରକୁ ଉଦ୍ଧାର କରି ଡେରାବିଶ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ଛାତ୍ର ଜଣଙ୍କ ନିରଞ୍ଜନ ପଣ୍ଡାଙ୍କ ପୁଅ ରିତେଶ ପଣ୍ଡା ହୋଇଥିବା ବେଳେ ସେ ବାଲିଆ ପଞ୍ଚାୟତ ସନାତନ ବିଦ୍ୟାପୀଠ ସ୍କୁଲର ନବମଶ୍ରେଣୀ ପାଠ ପଢ଼ୁଥିଲେ । ମୃତ୍ୟୁ ଖବର ବ୍ୟାପିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
📲Get App