🔥 TRENDING Two Bangladeshi Nationals Detained at... Human Skeleton Discovered in Scrap Box... Severe Storm in Buxar Topples Trees, T... માનવ મહેરમાન हरियाणा में 400 करोड़ रुपये के निवेश स... দক্ষিণ দিনাজপুরে প্রথমবার বাউল গ্রামে...
26 Sep 2026•
ગુજરાતી मराठी ਪੰਜਾਬੀ বাংলা
Weather

ବାଘୁଆ ନଦୀରେ ଘାଇ; ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ

✍️ Reporter: Deepak Mahapatra 🗓 26 Sep 2026, 01:28 PM 👁 16
Share: 💬 WhatsApp 📘 Facebook 𝕏 Post

ତିନିଦିନ ଲଗାଣ ବର୍ଷା ହେବା ଫଳରେ ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ପାଶ୍ୱରେ ଥିବା ବାଘୁଆ ନଦୀର ହିଡ଼ ଭାଙ୍ଗି ଯାଇ ଘାର ସୃଷ୍ଟି ହୋଇଛି । ଫଳରେ ଅନେକ ଚାଷ ଜମି ଗୁଡ଼ିକ ଜଳମଗ୍ନ ହୋଇଯାଇଛି ।

ରାଜ୍ୟର ଅନେକ ସ୍ଥାନରେ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ଉପୁଜିଛି । ତିନିଦିନ ଲଗାଣ ବର୍ଷା ହେବା ଫଳରେ ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ପାଶ୍ୱରେ ଥିବା ବାଘୁଆ ନଦୀର ହିଡ଼ ଭାଙ୍ଗି ଯାଇ ଘାର ସୃଷ୍ଟି ହୋଇଛି । ଫଳରେ ବନ୍ୟା ଜଳ ବ୍ରାହ୍ମଣଛାଇ, ବୋଲସର, ଟଙ୍କଛାଇ ଭଳି ତଳିଆ ଅଞ୍ଚଳର ଚାଷ ଜମି ଗୁଡ଼ିକ ଜଳମଗ୍ନ ହୋଇଯାଇଛି । ବନ୍ୟାଜଳରେ କେବଳ ଧାନ ଚାଷ ଜମି ପ୍ରଭାବିତ ହୋଇନି ବରଂ ହେକ୍ଟର ହେକ୍ଟର ଜମିରେ ହୋଇଥିବା ପନିପରିବା ଚାଷ ମଧ୍ୟ ପ୍ରଭାବିତ ହୋଇଛି ।
ପଚାଶ ଫୁଟ ଲମ୍ୱର ସୃଷ୍ଟି ହୋଇଥିବା ଘାଇରେ ଅନବରତ ବନ୍ୟା ଜଳ ମାଡ଼ି ଆସୁଛି । ଫଳରେ ଜମିର ପାଣି ନିଷ୍କାସନ ହେବା କଷ୍ଟ ସାଧ୍ୟ ହୋଇପଡ଼ିଛି । ବନ୍ୟା ଜଳରେ ସବୁ ଫସଲ ନଷ୍ଟ ହୋଇଯାଇଥିବାର ଚାଷୀମାନେ ଅଭିଯୋଗ ଆଣିଛନ୍ତି । ଆଉ ଏହାର କ୍ଷତି ପୂରଣ ଦାବି କରିଛନ୍ତି ।
📲Get App