Education
ପାଠ୍ୟପୁସ୍ତକ ବିଭ୍ରାଟର କଳାଚିଠା ଖୋଲିଲେ ଗଣଶିକ୍ଷା ମନ୍ତ୍ରୀ: ସ୍ୱୀକାର କଲେ ତ୍ରୁଟି, ସନ୍ଦେହଘେରରେ ୨୪ଜଣିଆ କୋର କମିଟି, ଗୋଟିଏ ଦିନର ସମୀକ୍ଷା
Watch on:
▶️ YouTube
ପାଣ୍ଡୁଲିପି ପ୍ରସ୍ତୁତ ହୋଇ ପ୍ରୁଫରିଡିଂ ହେବାପରେ ବିଷୟ ବିଶେଷଜ୍ଞମାନଙ୍କୁ ଚୂଡ଼ାନ୍ତ ଯାଂଚ ଓ ସମୀକ୍ଷା ପାଇଁ ମାତ୍ର ଗୋଟିଏ ଦିନର ସମୟ ଦିଆଯାଇଥିଲା। ଏହି ତରବରିଆ ଯାଂଚପରେ ଉଚ୍ଚସ୍ତରୀୟ କୋର୍ କମିଟି ଏହାକୁ ସବୁଜ ସଙ୍କେତ ଦେଇ ପାଠ୍ୟପୁସ୍ତକର ପାଣ୍ଡୁଲିପିକୁ ମୁଦ୍ରଣାଳୟକୁ ପଠାଇ ଦେଇଥିଲାରାଜ୍ୟରେ ତ୍ରୁଟିପୂର୍ଣ୍ଣ ସ୍କୁଲ ପାଠ୍ୟପୁସ୍ତକକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଆଜି ବିଧାନସଭାରେ ସରକାର ନିଜେ ସମଗ୍ର ବିଭ୍ରାଟର କଳା ଚିଠା ସାର୍ବଜନୀନ କରିଛନ୍ତି। ଶିକ୍ଷାବିତ୍, ସମୀକ୍ଷକ ଓ ସରକାରୀ କୋର୍ କମିଟିର ମୋହର ବାଜିବା ସତ୍ତ୍ୱେ ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରସ୍ତୁତ ପାଠ୍ୟପୁସ୍ତକଗୁଡ଼ିକରେ ହଜାର ହଜାର ତ୍ରୁଟି ରହିଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ ନିଜେ ସ୍ୱୀକାର କରିଛନ୍ତି। ଏହି ବିଭ୍ରାଟ ରାଜ୍ୟ ସରକାରଙ୍କ ଗୁଣାତ୍ମକ ମାନ ନିୟନ୍ତ୍ରଣ ଓ ଯାଂଚ ପ୍ରକ୍ରିୟା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅବଶ୍ୟ କ୍ରାଇମବ୍ରାଂଚ ମାମଲାର ତଦନ୍ତ କରୁଛି କିନ୍ତୁ ଆଖିଦୃଶିଆ ସଫଳତା ଏପର୍ଯ୍ୟନ୍ତ ମିଳିପାରିନାହିଁ। ଏହି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପାଇଁ ବିଗତ ୩ମାସ ଧରି ଉଭୟ ବିଜେଡି ଓ କଂଗ୍ରେସ ରାଜରାସ୍ତାରେ ବିକ୍ଷୋଭ ସହ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି ଆସୁଛନ୍ତି।ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ଆଜି ବିଧାୟିକା ସୋଫିଆ ଫିର୍ଦ୍ଦୋଷ, ଧ୍ରୁବ ଚରଣ ସାହୁ, ପ୍ରତାପ କେଶରୀ ଦେବ, ପବିତ୍ର ସାଉଁନ୍ତା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ କୁମାର ସାହୁ ଓ କଳିକେଶ ନାରାୟଣ ସିଂହଦେଓଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ରହିଥିବା ସ୍ୱୀକାର କରିଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ, ପ୍ରକାଶିତ କୋରିଜେଣ୍ଡମ ହିସାବରେ ମୋଟ ୧୭୪୧ଟି ତ୍ରୁଟି ଓ ସଂଶୋଧନ ପ୍ରସ୍ତାବ ଚିହ୍ନଟ ହୋଇଛି। ଏଥିମଧ୍ୟରୁ ୫ଟି ଗୁରୁତର ତଥ୍ୟଭିତ୍ତିକ ତ୍ରୁଟି ଥିବାବେଳେ ୧୦୭୫ଟି ବ୍ୟାକରଣଗତ ଓ ବନାନଗତ ତ୍ରୁଟି ରହିଛି। ୬୬୧ଟି ଉନ୍ନତିକରଣ ପ୍ରସ୍ତାବ ସାମିଲ ରହିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଅଷ୍ଟମ ଶ୍ରେଣୀ ବିଜ୍ଞାନ ବହିରେ ସର୍ବାଧିକ ୨୯୪ଟି ତ୍ରୁଟି ପରିଲକ୍ଷିତ ହୋଇଥିବାବେଳେ ଉର୍ଦ୍ଦୁ, ସଂସ୍କୃତ ଓ ସାମାଜିକ ବିଜ୍ଞାନ ଭଳି ମୌଳିକ ବିଷୟଗୁଡ଼ିକରେ ଶହ ଶହ ଭୁଲ ଛାତ୍ରଛାତ୍ରୀଙ୍କୁ ପଢ଼ିବାକୁ ଦିଆଯାଇଥିଲା।
ଏଥିରେ ଓଡ଼ିଶାର ଐତିହ୍ୟ, ଇତିହାସ ଓ ଭୌଗୋଳିକ ସୀମାକୁ ସାଂଘାତିକ ଭାବେ ବିକୃତ କରାଯାଇଥିଲା । ସପ୍ତମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିରେ ଓଡ଼ିଶାର ଐତିହାସିକ ନିୟମଗିରି ପାହାଡ଼କୁ 'ଝାଡ଼ଖଣ୍ଡର ନିୟମଗିରି' ବୋଲି ଉଲ୍ଲେଖ କରାଯାଇଥିଲା ଓ ଅଷ୍ଟମ ଶ୍ରେଣୀ ଇଂରାଜୀ ପୁସ୍ତକ 'ଜାସମିନ୍' ରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଚିତ୍ର ବଦଳରେ ହାମ୍ପି ମନ୍ଦିରର ଫଟୋ ଲଗାଇ ଦିଆଯାଇଥିଲା। ପଂଚମ ଶ୍ରେଣୀ 'ଆମ ବିଚିତ୍ର ବିଶ୍ୱ'ରେ ଗଞ୍ଜାମ ଜିଲ୍ଲା ସ୍ଥାନରେ 'ବ୍ରହ୍ମପୁର ଜିଲ୍ଲା' ଓ ଓଡ଼ିଶା ବିଧାନସଭାର ଫଟୋଚିତ୍ର ସମ୍ପର୍କିତ ତ୍ରୁଟି ମଧ୍ୟ ସାମ୍ନାକୁ ଆସିଥିଲା। ସପ୍ତମ ଶ୍ରେଣୀର 'ସାହିତ୍ୟ ସୁମନ' ପୁସ୍ତକରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂହଙ୍କ ଇତିହାସକୁ ନିମ୍ନମାନର ଭାବେ ଉପସ୍ଥାପନ କରାଯାଇଥିଲା।
ମନ୍ତ୍ରୀଙ୍କ ଉତ୍ତରରୁ ଯେଉଁ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି, ତାହା ହେଉଛି , ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ସମୀକ୍ଷାରେ ଅବଲମ୍ବନ କରାଯାଇଥିବା ସଙ୍ଗୀନ ବେପରୁୱା ମନୋଭାବ । ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦସଭାପତି, ସିଏଚଏସଇ ଅଧ୍ୟକ୍ଷ, ଏନସିଇଆରଟି ପ୍ରତିନିଧି, ଆରଆଇଇ ଅଧ୍ୟକ୍ଷ ତଥା ବରିଷ୍ଠ ଶିକ୍ଷାବିତ୍ ଓ ପ୍ରଫେସରମାନଙ୍କୁ ନେଇ ଏକ ୨୪ଜଣିଆ ହାଇପାୱାର କୋର୍ କମିଟି ଗଠନ କରାଯାଇଥିଲା। ଏହି ସର୍ବୋଚ୍ଚ କମିଟି ୨୦୨୫ ମସିହା ଜୁଲାଇ ୨୨ ତାରିଖରେ ୧୨ଟି, ଅଗଷ୍ଟ ୧୯ ତାରିଖରେ ୧୨ଟି, ସେପ୍ଟେମ୍ବର ୧୧ ତାରିଖରେ ୧୪ଟି ଓ ଡିସେମ୍ବର ୬ ତାରିଖରେ ୧୭ଟି ପାଠ୍ୟପୁସ୍ତକକୁ ଛାପିବା ପାଇଁ ଚୂଡ଼ାନ୍ତ ଅନୁମୋଦନ ଦେଇଥିଲା । ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ (ଟିବିପିଏମ୍) ଦ୍ୱାରା ଏଗୁଡ଼ିକ ମୁଦ୍ରିତ ହୋଇଥିଲା।
ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଭିନ୍ନ ୱାର୍କସପ୍ ମାଧ୍ୟମରେ ପାଣ୍ଡୁଲିପି ପ୍ରସ୍ତୁତ ହୋଇ ପ୍ରୁଫରିଡିଂ ହେବାପରେ ବିଷୟ ବିଶେଷଜ୍ଞମାନଙ୍କୁ ଚୂଡ଼ାନ୍ତ ଯାଂଚ ଓ ସମୀକ୍ଷା ପାଇଁ ମାତ୍ର ଗୋଟିଏ ଦିନ ବା ଚବିଶ ଘଣ୍ଟାର ସମୟ ଦିଆଯାଇଥିଲା। ମାତ୍ର ଗୋଟିଏ ଦିନର ଏହି ତରବରିଆ ଯାଂଚପରେ ଉଚ୍ଚସ୍ତରୀୟ କୋର୍ କମିଟି ଏହାକୁ ସବୁଜ ସଙ୍କେତ ଦେଇ ମୁଦ୍ରଣାଳୟକୁ ପଠାଇ ଦେଇଥିଲା, ଯାହା ବିଭାଗର କ୍ୱାଲିଟି କଣ୍ଟ୍ରୋଲ୍ ଓ ଫ୍ୟାକ୍ଟ-ଚେକିଂ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଧୂଳିସାତ୍ କରିଦେଇଥିଲା। ଏହାସହ ନିଜ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଏସସିଇଆରଟି ନିର୍ଦ୍ଦେଶକ ପୂର୍ବରୁ ସରକାରୀ ଚିଠିରେ ଏହାକୁ 'ପରୀକ୍ଷାମୂଳକ ସଂସ୍କରଣ’ ବୋଲି ଦର୍ଶାଇ ଖସିଯିବାକୁ ଉଦ୍ୟମ କରିଥିବା ମଧ୍ୟ ପଦାକୁ ଆସିଛି।
ଏହି ବିଭ୍ରାଟର କାରଣ ଖୋଜିବା ପାଇଁ କ୍ରାଇମବ୍ରାଂଚକୁ ତଦନ୍ତ ପାଇଁ ସରକାର ହସ୍ତାନ୍ତର କରିଥିବାବେଳେ ରାଜ୍ୟ ଏସସିଇଆରଟି ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଛି ଓ ଅନ୍ୟ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି । କିନ୍ତୁ ପାଠ୍ୟପୁସ୍ତକ ଛାପିବା ପାଇଁ ଅନୁମତି ଦେଇଥିବା ୨୪ଜଣିଆ କୋର ଗ୍ରୁପ୍ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ସରକାର ନେଇନଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ବ୍ୟାପକ ସମାଲୋଚନା ଓ ପ୍ରତିବାଦ ପରେ ରାଜ୍ୟ ସରକାର ପୁନଃମୁଦ୍ରିତ ତ୍ରୁଟିଶୂନ୍ୟ ପୁସ୍ତକ ବଣ୍ଟନ ପ୍ରକ୍ରିୟା ଜାରି ରହିଛି, ଯେଉଁଥିରେ ଚଳିତମାସ ୨୦ରୁ ୨୩ତାରିଖ ମଧ୍ୟରେ ଖୋର୍ଦ୍ଧା, କଟକ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ପୁରୀ ଓ ଜଗତସିଂହପୁର ଭଳି ଜିଲ୍ଲାଗୁଡ଼ିକରେ ପ୍ରାଥମିକ ପର୍ଯ୍ୟାୟରେ ମୋଟ ୨,୨୬,୫୦୦ଟି ସଂଶୋଧିତ ପୁସ୍ତକ ବଣ୍ଟନ ସରିଛି।
ତେବେ ସମଗ୍ର ଘଟଣାରେ ବିଧାନସଭାରେ ଆଜି ଗଣଶିକ୍ଷା ମନ୍ତ୍ରୀ ନିଜେ ସମସ୍ତ ତ୍ରୁଟି ତାଲିକା ଓ କମିଟି ସଦସ୍ୟଙ୍କ ନାମ ସାର୍ବଜନୀନ କରିବା ପରେ, ଶୀର୍ଷସ୍ତରର ଅଧିକାରୀ ଓ କୋର୍ କମିଟି ସଦସ୍ୟମାନଙ୍କୁ କ୍ରାଇମବ୍ରାଂଚ ତଦନ୍ତ ପରିସରଭୁକ୍ତ କରାଯିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳାଯିବା, ମାତ୍ର ଗୋଟିଏ ଦିନର ସମୀକ୍ଷାରେ ( Odisha Textbook) ପୁସ୍ତକ ଛାପିବା ଓ କୋଟି କୋଟି ଟଙ୍କାର ସରକାରୀ ରାଜକୋଷ ହରିଲୁଟ୍ ହେବା ପ୍ରସଙ୍ଗରେ କେବଳ ତଳିଆ କର୍ମଚାରୀ ନୁହେଁ, ବରଂ ଶୀର୍ଷ ସ୍ତରର ଅଫିସରମାନଙ୍କ ବିରୋଧରେ କେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ, ତାହା ଉପରେ ସମସ୍ତଙ୍କ ନଜର।