बिज़नेस
ବର୍ଷା ବିତ୍ପାତ: ଧସିଲା ରେଳଧାରଣା ଓ ଘାଟି ରାସ୍ତା, ଭାଙ୍ଗିଲା ଘର, ରିଲିଫ-ଉଦ୍ଧାର କାର୍ଯ୍ୟ ଜାରି, ୮ ଜିଲ୍ଲାକୁ ଆଲର୍ଟ
କୋରାପୁଟ–ରାୟଗଡ଼ା ଓ କୋରାପୁଟ–ଜୟପୁର ରେଳ ସେକ୍ସନରେ ପାହାଡ଼ିଆ ମାଟି ଧସି ଟ୍ରାକ୍ ଅବରୋଧ ହେବାପରେ ପୂର୍ବତଟ ରେଳପଥ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି।
ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ନଦୀର ଜଳସ୍ତର ବୃଦ୍ଧି ସହ ପାହାଡ଼ରୁ ଖସୁଥିବା ମାଟି-ପଥର ଚଟାଣ ଯୋଗୁଁ ଜାତୀୟ ରାଜପଥ ଓ ରେଳଧାରଣାରେ ଯାତାୟାତ ଠପ୍ ହୋଇପଡ଼ିଛି। ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଥିବାବେଳେ ଅନେକ ଲୋକଙ୍କ ଘରଦ୍ୱାର ଭାଙ୍ଗିଥିବା ଜଣାପଡ଼ିଛି।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଶେଷକରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ନଦୀର ଜଳସ୍ତର ବୃଦ୍ଧି ସହ ପାହାଡ଼ରୁ ଖସୁଥିବା ମାଟି-ପଥର ଚଟାଣ ଯୋଗୁଁ ଜାତୀୟ ରାଜପଥ ଓ ରେଳଧାରଣାରେ ଯାତାୟାତ ଠପ୍ ହୋଇପଡ଼ିଛି। ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଥିବାବେଳେ ଅନେକ ଲୋକଙ୍କ ଘରଦ୍ୱାର ଭାଙ୍ଗିଥିବା ଜଣାପଡ଼ିଛି। ଏନଡିଆରଏଫର ଗୋଟିଏ ଟିମ୍ ସହ ଓଡ୍ରାଫର ୩୩ଟି ଟିମ୍ ଏବେ ପ୍ରଭାବିତ ଜିଲ୍ଲାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରଖିଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି।ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଏହି ଅବପାତ ଘଣ୍ଟାପ୍ରତି ୧୩ କିମି ବେଗରେ ଉତ୍ତର ଓ ଉତ୍ତରପଶ୍ଚିମ ଦିଗକୁ ଗତି କରି ଏବେ ଉତ୍ତର ଛତିଶଗଡ଼ର ବିଳାସପୁର ନିକଟରେ କେନ୍ଦ୍ରୀଭୂତ ହୋଇଛି। ଯାହା ଉପରେ ସମ୍ବଲପୁର ଓ ରାୟପୁର ଡପଲର ରାଡାର ଜରିଆରେ ନଜର ରଖାଯାଇଛି। ଆସନ୍ତାକାଲି ୨୬ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଅବପାତ ନିଜର ଶକ୍ତି ବଜାୟ ରଖି ଦକ୍ଷିଣପୂର୍ବ ଉତ୍ତରପ୍ରଦେଶ ଓ ଉତ୍ତରପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ଅଗ୍ରସର ହେବ ଏବଂ ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ କ୍ରମଶଃ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ।
ତେବେ ଏହି ଅବପାତ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ରେକର୍ଡ ପରିମାଣର ବର୍ଷା ହୋଇଛି, ଯେଉଁଥିରେ ନବରଙ୍ଗପୁରର ତେନ୍ତୁଳିଖୁଣ୍ଟିରେ ଗତ ୨୪ଘଣ୍ଟା ମଧ୍ୟରେ ସର୍ବାଧିକ ୩୯୫ ମିଲିମିଟର, ନନ୍ଦାହାଣ୍ଡିରେ ୩୪୪ ମିଲିମିଟର ଓ କୋରାପୁଟର ବୋରିଗୁମ୍ମାରେ ୩୦୭.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ଘାଟି ରାସ୍ତା ଓ ଜାତୀୟ ରାଜପଥରେ ଯୋଗାଯୋଗ ବିପର୍ଯ୍ୟସ୍ତ ହୋଇଛି। କନ୍ଧମାଳର କଳିଙ୍ଗା ଘାଟିରେ ପ୍ରାୟ ୨୦୦ ମିଟର ସୁରକ୍ଷା ପାଚେରି ଧସିଯିବା କାରଣରୁ ମୁଖ୍ୟ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି । ସେହିପରି ଖଲ୍ଲିକୋଟ ବଡ଼ଘାଟି ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ପାହାଡ଼ରୁ ବିରାଟକାୟ ପଥର ଖସିପଡ଼ିବାରୁ ଶହ ଶହ ଯାନବାହନ ଘଣ୍ଟା ଘଣ୍ଟା ଧରି ଫସି ରହିଥିବା ଜଣାପଡ଼ିଛି।
ଏହାବ୍ୟତୀତ ଗଜପତିର ମୋହନା ଘାଟି ଓ ଅନ୍ୟାନ୍ୟ ପାହାଡ଼ିଆ ଅଂଚଳରେ ମଧ୍ୟ ଭୂସ୍ଖଳନ ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି। ପ୍ରତିକୂଳ ପାଗ, ରାସ୍ତା ଅବରୋଧ ଓ ଜଳବନ୍ଦୀ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆସନ୍ତାକାଲି ପାଇଁ କଟକ, ନୂଆପଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।
ଇଷ୍ଟକୋଷ୍ଟ ରେଳବାଇର ସୂଚନା ଅନୁସାରେ ଏହି ବର୍ଷାବିତ୍ପାତ ଯୋଗୁ ଦକ୍ଷିଣ ଓଡ଼ିଶାରେ ରେଳସେବା ପ୍ରଭାବିତ ହୋଇଛି । ରାୟଗଡ଼ା ଡିଭିଜନ ଅଧୀନସ୍ଥ କୋରାପୁଟ–ରାୟଗଡ଼ା ଓ କୋରାପୁଟ–ଜୟପୁର ରେଳ ସେକ୍ସନରେ ପାହାଡ଼ିଆ ମାଟି ଧସି ଟ୍ରାକ୍ ଅବରୋଧ ହେବାପରେ ପୂର୍ବତଟ ରେଳପଥ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି। ମାଲିଗୁଡ଼ାରେ ୧୫୦, ଛତଡ଼ିପୁଟରେ ୬୦ ଓ କେଉଟଗୁଡ଼ା ଓ ରାଉଲିରେ ୭୫ ଜଣଙ୍କ ସମେତ ପାଖାପାଖି ୩୦୦ଜଣ କର୍ମଚାରୀ ଟ୍ରାକ୍ ସଫେଇ ଓ ମରାମତିରେ ଦିନରାତି ନିୟୋଜିତ ଅଛନ୍ତି। ଅଧାବାଟରେ ଅଟକି ରହିଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ପହଂଚାଇବା ପାଇଁ କୋରାପୁଟ ଷ୍ଟେସନରୁ ୫ଟି ୫୮ସିଟ୍ ବିଶିଷ୍ଟ ବସ୍ ଜରିଆରେ ଜଗଦଲପୁର ଓ ଜୟପୁର ପଠାଯାଇଛି।
ଟ୍ରେନ୍ ନମ୍ବର ୧୮୦୦୫, ୧୮୧୦୭ ଓ ୧୮୪୪୭ କୋରାପୁଟରେ ବାତିଲ ହେବା ପରେ ଯାତ୍ରୀଙ୍କ ସୁବିଧାକୁ ପ୍ରାଥମିକତା ଦିଆଯାଇଛି ଏବଂ ଦାମନଯୋଡ଼ି, ଟିକିରି ଓ କୋରାପୁଟ ଷ୍ଟେସନରେ ପାଣି ବୋତଲ ସହ ଶହ ଶହ ଲଂଚ ପ୍ୟାକେଟ୍ ଯୋଗାଇ ଦିଆଯାଇଛି । ଯାତ୍ରୀଙ୍କ ସହାୟତା ପାଇଁ ହେଲପଲାଇନ୍ ନମ୍ବର ୯୨୩୭୬୦୯୬୩୫, ୯୨୩୭୬୦୯୫୦୫ ଓ ରାୟଗଡ଼ା ଡିଭିଜନ୍ ୱାର୍ ରୁମ୍ ନମ୍ବର ୯୨୩୭୬୦୯୫୧୦ କାର୍ଯ୍ୟକ୍ଷମ ରହିଛି ବୋଲି ରେଳବାଇ ପକ୍ଷରୁ ପ୍ରେସ୍ ରିଲିଜ୍ ମାଧ୍ୟମରେ ସୂଚନା ଦିଆଯାଇଛି।
ପଂଚାୟତିରାଜ ମନ୍ତ୍ରୀ ରବି ନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଚାରି ଦିନର ପ୍ରବଳ ବର୍ଷାରେ ୪ଟି ଜିଲ୍ଲାର ପ୍ରାୟ ୪୫ରୁ ୫୦ଟି ଘର ଭାଙ୍ଗି ନଷ୍ଟ ହୋଇଛି ଓ ଆଗାମୀ ଦିନରେ ଏହି ଆକଳନ ଆହୁରି ବଢ଼ିପାରେ। ଭାଙ୍ଗିଯାଇଥିବା ଘରଗୁଡ଼ିକ ପାଇଁ ରାଜ୍ୟ ସରକାର ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ତୁରନ୍ତ ନୂଆ ପକ୍କା ଘର ଯୋଗାଇଦେବେ ଓ ବର୍ଷା କମିବାର ୫ଦିନ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ଆକଳନ କରାଯିବ। ଇନ୍ଦ୍ରାବତୀ ନଦୀର ଜଳସ୍ତର ବଢ଼ିବାରୁ ୬ଟି ପଂଚାୟତର ଲୋକେ ପ୍ରଭାବିତ ହୋଇଛନ୍ତି, ଯାହାଙ୍କ ପାଇଁ ରହିବା, ଶୁଖିଲା ଓ ରନ୍ଧା ଖାଦ୍ୟ, ରାସନ ତଥା କମ୍ବଳର ବ୍ୟବସ୍ଥା କରାଯାଇଛି । ନବରଙ୍ଗପୁରରୁ ଝରିଗାଁ ସମେତ ବିଭିନ୍ନ ଅଂଚଳରେ ବ୍ୟାପକ ମକା ଚାଷ ଜମି ଜଳମଗ୍ନ ହୋଇ ଫସଲ ପଚି ନଷ୍ଟ ହୋଇଯାଇଥିବା ବେଳେ ୨୦ରୁ ୨୫ଟି ସ୍ଥାନରେ ଭୂସ୍ଖଳନ ହୋଇଛି ଓ ମାଲକାନଗିରିର ୬ଟି ମୁଖ୍ୟ ରାସ୍ତା ଉପରେ ପାଣି ଚାଲିଛି ବୋଲି ସେ ସୂଚନା ଦେଇଥିଲେ।
ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶରେ ଗଜପତିରେ ଗୋଟିଏ ଏନଡିଆରଏଫ୍ ସହ ୩ଟି ଓଡ୍ରାଫ୍ ଟିମ୍, ଗଞ୍ଜାମରେ ୯ଟି ଓଡ୍ରାଫ ଟିମ୍, କୋରାପୁଟରେ ୬ଟି,ମାଲକାନଗିରି ଓ ରାୟଗଡ଼ାରେ ୩ଟି ଲେଖାଏଁ, କଳାହାଣ୍ଡିରେ ୨ଟି, ବଲାଙ୍ଗୀରରେ ଗୋଟିଏ ଓ ଛତ୍ରପୁର ୬ଟି ରିଜର୍ଭ ଟିମ୍ ସମେତ ମୋଟ୍ ୩୩ଟି ଓଡ୍ରାଫ ଟିମ୍ ମୁତୟନ ହୋଇଛନ୍ତି।
ସେହିପରି ଅଗ୍ନିଶମ ଆଇଜି ଉମାଶଙ୍କର ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଅଗ୍ନିଶମ ବାହିନୀ ଏପର୍ଯ୍ୟନ୍ତ ୨୫୦ ଜଣ ଲୋକଙ୍କ ସମେତ ୧୦ଟି ପ୍ରାଣୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ମାଲକାନଗିରିର କୋଡ଼ମୁଲଗୁମ୍ମା, ଖଇରପୁଟ ଓ ମାଥିଲି ଅଂଚଳରେ ଫସିଥିବା ୯୦ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ବୟାପଡ଼ା ଘାଟିରେ ମାଟି ଅତଡ଼ା ସଫା କରାଯାଇଛି । ରାସ୍ତାରେ ଉପୁଡ଼ି ପଡ଼ିଥିବା ଗଛ କାଟି ପ୍ରାୟ ୫୦୦ଟି ସ୍ଥାନରେ ଯାତାୟାତ ସ୍ୱାଭାବିକ କରାଯାଇଛି। କଟକ-ଭୁବନେଶ୍ୱରର ୨୩ଟି ସ୍ଥାନ ସମେତ ରାଜ୍ୟର ୧୩୦ଟି ସ୍ଥାନରେ ହାଇପାୱାର ପମ୍ପ ଲଗାଇ ପାଣି ନିଷ୍କାସନ ଜାରି ରହିଛି।
ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ଝଡ଼ପବନ ହେବା ଆଶଙ୍କା ଥିବାରୁ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି। ଉପକୂଳ ଓ ଆଭ୍ୟନ୍ତରୀଣ ଅଂଚଳର ଅନ୍ୟ ୧୫ଟି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ପାଇଁ ‘ୟେଲୋ ଆଲର୍ଟ’ ବଳବତ୍ତର ରହିଛି। ସମୁଦ୍ର ଅତ୍ୟନ୍ତ ଅଶାନ୍ତ ଥିବାରୁ ଆଗାମୀ ୧୨ ଘଣ୍ଟା ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ କଡ଼ା ଚେତାବନୀ ଦିଆଯାଇଛି। ସମସ୍ତ ଜିଲ୍ଲାପାଳଙ୍କୁ ବନ୍ୟା ଓ ଭୂସ୍ଖଳନ ପ୍ରବଣ ଅଂଚଳ ଉପରେ ସର୍ବୋଚ୍ଚ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।