🔥 TRENDING Poonia says he will apply Haryana’s le... CBI chargesheet alleges cash kickbacks... Haryana Cuts Paddy Stubble‑Burning Inc... Jaishankar Bluntly Responds to Questio... Sun Life CEO Kevin Strain Highlights G... Amarinder Singh Claims BJP Ignored Him...
26 Sep 2026•
ગુજરાતી मराठी ਪੰਜਾਬੀ বাংলা
Crime

ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକାଇ ଅଶାଳୀନ ବ୍ୟବହାର ସହ ମାଡ଼ ମାରିବା ଘଟଣାରେ ‍‍ବାପପୁଅ ଗିରଫ

✍️ Reporter: Deepak Mahapatra 🗓 26 Sep 2026, 01:40 PM 👁 16
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଢେଙ୍କାନାଳର ଦେଓଗାଁ-ଟାଙ୍ଗୀ ରାସ୍ତାରେ ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକାଇ ଅଶାଳୀନ ବ୍ୟବହାର ସହ ମାଡ଼ ମାରିବା ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରିଛି ଗଁଦିଆ ଥାନା ପୁଲିସ। ଗିରଫ ଦୁଇ ଜଣ ବଣିଆ ଗାଁର। ସେମାନେ ହେଉଛନ୍ତି ଦିଜବର ନାୟକ ଓ ତାଙ୍କ ପୁଅ ସଞ୍ଜୟ ନାୟକ। ଏହା ସହିତ ଏହି ମାମଲାରେ ଏଯାବତ୍ ୫ ଜଣଙ୍କୁ ଗିରଫ କରାଗଲାଣି।

ପୂର୍ବରୁ ଏହି ଘଟଣାରେ ବଣିଆ ଗାଁର ସରୋଜ ନାୟକ, ସମୀର ନାୟକ ଓ ସଂଗ୍ରାମ ରଥ ନାମକ ତିନି ଜଣ ଯୁବକଙ୍କୁ ଗିରଫ କରାଯାଇଥିଲା । ଏନେଇ ଅଧିକ ତଦନ୍ତ ଜାରି ରଖିଛି ଗଁଦିଆ ପୁଲିସ୍।
କପିଳାସ ଦର୍ଶନ ସାରି ଫେରିବା ସମୟରେ ଦେଓଗାଁ-ଟାଙ୍ଗି ରାସ୍ତାର ଭଁଅରଗଡା ଠାରେ ଜଣେ ଯୁବତୀ ଓ ତାଙ୍କ ପୁରୁଷବନ୍ଧୁଙ୍କୁ ଅଶାଳୀନ ବ୍ୟବହାର ସହ ମାଡ଼ ମାରି ସେହି ଭିଡିଓକୁ ଭାଇରାଲ କରି ଦିଆଯାଇଥିଲା। ଏହି ଘଟଣାକୁ ନେଇ ଜାତୀୟ ସ୍ତରରେ ମଧ୍ୟ ଚର୍ଚ୍ଚା ହୋଇଥିଲା। କାରଣ ତା’ ପୂର୍ବରୁ ବିହାରର ଜାମୁଇ ସହରରେ ଏମିତି ଏକ ଘଟଣା ଘଟିଥିଲା ଓ ତାହା ପୂରା ଦେଶରେ ବେଶ୍ ଚର୍ଚ୍ଚାରେ ରହିଥିଲେ। ସେଠାରେ ଜଣେ ୧୦ମ ଶ୍ରେଣୀ ଛାତ୍ର ଓ ଛାତ୍ରୀ ଲୋକପ୍ରିୟ ମାଡୱା ପାହାଡ଼କୁ ବୁଲିବାକୁ ଯାଇଥିଲେ। ସେଠାରେ ବୁଲାବୁଲି କରିବା ପରେ ଉଭୟ ସ୍କୁଟିରେ ଫେରୁଥିଲେ। ହେଲେ ଅଧା ରାସ୍ତାରେ ଉଭୟଙ୍କ ଗାଡ଼ିକୁ ଅଟକାଇଥିଲେ କିଛି ଯୁବକ। ସେମାନେ ଗାଡ଼ି ଅଟକାଇ ପ୍ରଥମେ ଦୁଇ ଶିକ୍ଷାର୍ଥୀଙ୍କୁ ମାଡ଼ ମାରିଥିଲେ। ବେଶ କିଛି ସମୟ ଧରି ସେମାନେ ଉଭୟଙ୍କୁ ଟଣାଓଟରା କରିବା ସହ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ଖାଲି ସେତିକି ନୁହେଁ, ପୂରା ଘଟଣାର ଭିଡିଓକୁ ରେକର୍ଡ କରି ସୋଶାଲ ମିଡିଆରେ ଭାଇରାଲ ମଧ୍ୟ କରିଥିଲେ।
📲Get App