🔥 TRENDING मुरैना पुलिस ने अंतरजिला टावर चोरी गैं... ਖੁਆਸਪੁਰਾ ਵਿਖੇ ਹੋਵੇਗਾ ਬਹੁਜਨ ਨਾਇਕ ਕਾਂਸ਼ੀ... ਵਿਧਾਇਕ ਦਿਨੇਸ਼ ਚੱਢਾ ਨੇ ਬੜੀ ਬਿੱਕੋ ਤੋਂ ਸ੍... ਪਿੰਡ ਭਨੂੰਹਾ ਵਿਖੇ ਵਿਧਾਇਕ ਦਿਨੇਸ਼ ਚੱਢਾ ਨੇ... Jailer 2 Telugu rights sold for approx... Delhi Police Arrest Two DU Students; T...
26 Sep 2026•
ગુજરાતી मराठी ਪੰਜਾਬੀ বাংলা
ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ; ୭ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେଇପାରେ ଆଲୋଚନା
Local

ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ; ୭ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେଇପାରେ ଆଲୋଚନା

✍️ Reporter: Deepak Mahapatra 🗓 26 Sep 2026, 03:10 PM 👁 9
Share: 💬 WhatsApp 📘 Facebook 𝕏 Post
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଶ୍ରୀମନ୍ଦିର ସଦର ସଭାଗୃହ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି। ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଥିବାବେଳେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଅଛନ୍ତି।

ବୈଠକରେ ମୋଟ ୭ଟି ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ଆଲୋଚନା ଓ ଅନୁମୋଦନ କରାଯିବ। ସବୁଠାରୁ ଅଧିକ ଗୁରୁତ୍ୱ ପାଇଛି ଶ୍ରୀଜଗନ୍ନାଥ ମନ୍ଦିର ଭୂମି ପରିଚାଳନା ଅଧିନିୟମ୨୦୨୬ ସମ୍ପର୍କିତ ଅବଗତି। ଏହାସହ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଗଣତି-ମଣତି ସମ୍ପର୍କରେ ସଦସ୍ୟମାନଙ୍କୁ ଅବଗତ କରାଯିବ।

ଏହାବ୍ୟତୀତ ୨୦୨୫-୨୬ ଆର୍ଥିକ ବର୍ଷର ଚୂଡ଼ାନ୍ତ ଅଡିଟ୍ ରିପୋର୍ଟ ଉପସ୍ଥାପନ ଓ ଅନୁମୋଦନ କରାଯିବ। ୧୮ ମାର୍ଚ୍ଚ ଓ ୬ ଜୁଲାଇରେ ଅନୁଷ୍ଠିତ ଶ୍ରୀଜଗନ୍ନାଥ ତତ୍ତ୍ୱ ଗବେଷଣା, ପ୍ରକାଶନ ଓ ପ୍ରସାର ସବ୍-କମିଟି ବୈଠକର କାର୍ଯ୍ୟବିବରଣୀ ମଧ୍ୟ ଦୃଢ଼ୀକରଣ ପାଇଁ ଉପସ୍ଥାପିତ ହେବ।

୫ ଜୁନ୍‌ରେ ହୋଇଥିବା ପୂର୍ବ ପରିଚାଳନା କମିଟି ବୈଠକର କାର୍ଯ୍ୟବିବରଣୀ ପଠନ, ଦୃଢ଼ୀକରଣ ଓ ଅନୁପାଳନ ସମୀକ୍ଷା କରାଯିବ। ସେହିପରି ଚଳିତ ବର୍ଷର ସ୍ନାନଯାତ୍ରା ଓ ରଥଯାତ୍ରାର ସଫଳ ଆୟୋଜନ ଉପରେ ବିସ୍ତୃତ ସମୀକ୍ଷା ହେବ।

ଘୋଷଯାତ୍ରାର ସଫଳ ପରିଚାଳନାରେ ସହଯୋଗ କରିଥିବା ସେବକ, ସେବକ ନିଯୋଗ, ଅଧିକାରୀ, କର୍ମଚାରୀ, ବ୍ୟକ୍ତିବିଶେଷ ଓ ବିଭିନ୍ନ ଅନୁଷ୍ଠାନଙ୍କୁ ବୈଠକରେ କୃତଜ୍ଞତା ଜ୍ଞାପନ କରାଯିବ। ଏଥିସହ ୧୯ ସେପ୍ଟେମ୍ବରରେ ଅନୁଷ୍ଠିତ ସଂସ୍ଥା ସବ୍-କମିଟି ବୈଠକର ବିବରଣୀ ମଧ୍ୟ ଅନୁମୋଦନ କରାଯିବ। ସଭାପତିଙ୍କ ଅନୁମତି କ୍ରମେ ଶ୍ରୀମନ୍ଦିର ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ।
📲Get App