🔥 TRENDING કચ્છમાં વ્યાજખોરો પર પોલીસનો સપાટો; ભુ... কৃষকদের জন্য বর্ধমানে ২ টাকা অতিরিক্ত... કંડલા પોર્ટ પર દેશના પ્રથમ પોર્ટ આધારિ... जैसलमेर में सितंबर में मई-जून जैसी गर्... New Railway Line Reaches Rowghat in Ch... Chhattisgarh schools shut down today a...
26 Sep 2026•
ગુજરાતી मराठी ਪੰਜਾਬੀ বাংলা
Local

କେଲୁଅ ନଈକୁ ଡେଇଁଲେ ଅଖା ବ୍ୟବସାୟୀ

✍️ Reporter: Deepak Mahapatra 🗓 26 Sep 2026, 01:30 PM 👁 15
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ବ୍ରିଜ୍ ଉପରୁ ନଈକୁ ଡେଇଁ ଅଖା ବ୍ୟବସାୟୀ ନିଖୋଜ। ଅଗ୍ନିଶମ ବାହିନୀ ଦ୍ୱାର ଖୋଜା ଖୋଜି ଜାରି ରହିଛି । ଘଟଣା ଘଟିଛି ଧର୍ମଶାଳାର କାଏମା ବ୍ରିଜରେ । ନିଖୋଜ ଯୁବକ ଜଣଙ୍କ ହେଉଛନ୍ତି ଧର୍ମଶାଳା ଥାନା ଚଇନିହୁଡ଼ା ଗ୍ରାମର ବାବୁଲି ତରାଇଙ୍କ ପୁଅ ଅଜୟ ତରାଇ ।ବ୍ରିଜ୍ ଉପରୁ ନଈକୁ ଡେଇଁ ଅଖା ବ୍ୟବସାୟୀ ନିଖୋଜ। ଅଗ୍ନିଶମ ବାହିନୀ ଦ୍ୱାର ଖୋଜା ଖୋଜି ଜାରି ରହିଛି । ଘଟଣା ଘଟିଛି ଧର୍ମଶାଳାର କାଏମା ବ୍ରିଜରେ । ନିଖୋଜ ଯୁବକ ଜଣଙ୍କ ହେଉଛନ୍ତି ଧର୍ମଶାଳା ଥାନା ଚଇନିହୁଡ଼ା ଗ୍ରାମର ବାବୁଲି ତରାଇଙ୍କ ପୁଅ ଅଜୟ ତରାଇ । ମିଳିଥିବା ସୂଚନା ଅନୁଯାୟୀ, ଅଜୟ ଅଖା ବ୍ୟବସାୟ କରୁଥିଲେ । କିଛିଦିନ ଧରି ସେ ପାରିବାରିକ ସମସ୍ୟା ଫଳରେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ଗତକାଲି ରାତିରେ ଅଜୟ ଏକ ପଲସର ବାଇକ୍‌ ଯୋଗେ ନିକଟସ୍ଥ କାଏମା କେଲୁଅ ନଦୀ ବ୍ରିଜ୍‌ ଉପରକୁ ଆସିଥିଲେ । ଏହା ପରେ ବ୍ରିଜ୍‌ ଉପରେ ବାଇକ୍‌ ଓ ଚପଲ ରଖି ସେ ନଦୀକୁ ଡେଇଁ ପଡ଼ିଥିଲେ ।
ବ୍ରିଜ୍‌ ଉପରେ ବସିଥିବା କିଛି ସ୍ଥାନୀୟ ବାସିନ୍ଦା ଘଟଣାଟି ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଧର୍ମଶାଳା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କେଲୁଅ ନଦୀରେ ଅଜୟଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ନିଖୋଜ ଯୁବକଙ୍କ ସନ୍ଧାନ ମିଳିନଥିବାର ଜଣାପଡ଼ିଛି।
📲Get App