🔥 TRENDING Woman alleges six-year rape under marr... Congress Leader Stages Sit-in Protest... Patient dies at Alwar General Hospital... Congress Candidate Sushil Midha Wins S... Violent clash over ₹5,000 washing‑mach... સુરતમાં ભક્તિમય માહોલમાં ગણેશજીની ભવ્ય...
25 Sep 2026•
ગુજરાતી मराठी ਪੰਜਾਬੀ বাংলা
Business

ଭୁବନେଶ୍ୱର ବିମାନବନ୍ଦରକୁ ବଡ଼ ଝଟକା; ବନ୍ଦ ସବୁ ଅନ୍ତର୍ଜାତୀୟ ଉଡ଼ାଣ, ୩୩ରୁ ଖସି ୧୯କୁ ଆସିଲା ଘରୋଇ ରୁଟ୍

✍️ Reporter: Deepak Mahapatra 🗓 25 Sep 2026, 01:00 PM 👁 17
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ବିମାନ ପ୍ରବେଶଦ୍ୱାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA)କୁ ନେଇ ବିଧାନସଭାରେ ଆସିଛି ବଡ଼ ତଥ୍ୟ। ବର୍ତ୍ତମାନ ଭୁବନେଶ୍ୱରରୁ କୌଣସି ଅନ୍ତର୍ଜାତୀୟ ବିମାନ ସେବା ଚାଲୁ ନାହିଁ। ଏହା ସହିତ ଘରୋଇ ବିମାନ ସଂଯୋଗ ମଧ୍ୟ ଗତ ବର୍ଷ ତୁଳନାରେ ଯଥେଷ୍ଟ କମିଯାଇଛି।

ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ, ୨୦୨୫ରେ ଭୁବନେଶ୍ୱରରୁ ୩୩ଟି ଘରୋଇ ଗନ୍ତବ୍ୟସ୍ଥଳକୁ ବିମାନ ସେବା ଥିଲା, କିନ୍ତୁ ୨୦୨୬ରେ ଏହି ସଂଖ୍ୟା ୧୯କୁ ହ୍ରାସ ପାଇଛି। ଇନ୍ଦୋର, ଦେହରାଦୁନ, କୋଚି, ପୁଣେ ଓ ଗୋଆ ଭଳି ଲୋକପ୍ରିୟ ରୁଟ୍‌ରେ ବିଭିନ୍ନ ସମୟରେ ସେବା ବନ୍ଦ ହୋଇଯାଇଛି।

ଅନ୍ତର୍ଜାତୀୟ ସଂଯୋଗରେ ମଧ୍ୟ ଆସିଛି ବଡ଼ ପରିବର୍ତ୍ତନ। ପୂର୍ବରୁ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର, ଆବୁଧାବି ଓ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ଚଳାଚଳ କରୁଥିଲା। ମାତ୍ର କମ୍ ଯାତ୍ରୀ ସଂଖ୍ୟା, ବାଣିଜ୍ୟିକ ଲାଭଜନକତାର ଅଭାବ, କମ୍ ପ୍ୟାସେଞ୍ଜର ଲୋଡ୍ ଫ୍ୟାକ୍ଟର, ପରିଚାଳନାଗତ ସମସ୍ୟା ଓ ଋତୁଭିତ୍ତିକ ଚାହିଦା ଯୋଗୁଁ ଏହି ରୁଟ୍‌ଗୁଡ଼ିକ ପର୍ଯ୍ୟାୟକ୍ରମେ ବନ୍ଦ ହୋଇଛି। ଦୁବାଇ ଓ ସିଙ୍ଗାପୁର ସେବାକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ସରକାର ପୂର୍ବରୁ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (VGF) ମଧ୍ୟ ପ୍ରଦାନ କରିଥିଲେ, ତଥାପି ସେବା ଜାରି ରହିପାରିନଥିଲା।

ତେବେ ଓଡ଼ିଶାର ଯାତ୍ରୀଙ୍କ ପାଇଁ ଆଶାର ଖବର ମଧ୍ୟ ଆସିଛି। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଇଣ୍ଡିଗୋ ଆସନ୍ତା ଅକ୍ଟୋବର ୧, ୨୦୨୬ରୁ ଭୁବନେଶ୍ୱର–ବ୍ୟାଙ୍କକ୍ ସିଧାସଳଖ ବିମାନ ସେବା ଆରମ୍ଭ କରିବାକୁ ଯୋଜନା କରିଛି। ଏହି ସେବା ଆରମ୍ଭ ହେଲେ ଦୀର୍ଘ ଦିନ ପରେ ଭୁବନେଶ୍ୱରର ଅନ୍ତର୍ଜାତୀୟ ଆକାଶ ପୁଣିଥରେ ସକ୍ରିୟ ହେବ ବୋଲି ଆଶା କରାଯାଉଛି।
📲Get App