🔥 TRENDING ભરૂચ બી ડિવિઝન પોલીસે એમડી ડ્રગ્સના જથ... Bidar ciry news અમરેલી જિલ્લામાં ફરી મેઘરાજાનું આગમન અમરેલી: સાવરકુંડલા રોડ રેલ્વે ફાટક 12... वारिसलीगंज में जाम से निजात: सुबह 8 से... अजमेर: श्रीनगर रोड पर आइसक्रीम विक्रेत...
30 Sep 2026•
ગુજરાતી मराठी ਪੰਜਾਬੀ বাংলা
Weather

ଖଲ୍ଲିକୋଟ ବଡ଼ ଘାଟିରେ ଖସିଲା ବିରାଟ ପଥର, ଯାତାୟାତ ବାଧାପ୍ରାପ୍ତ

✍️ Reporter: Deepak Mahapatra 🗓 25 Sep 2026, 12:40 PM 👁 40
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ପ୍ରବଳ ବର୍ଷା ଫଳରେ ଖଲ୍ଲିକୋଟ ୧୬ ନମ୍ୱର ଜାତୀୟ ରାଜପଥର ବଡ଼ ଘାଟିରେ ବିରାଟ ପଥର ଖସିପଡ଼ିଛି । ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ହଠାତ୍ ପଥର ଖସିବା ପରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ଗଭୀର ଅବପାତ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଫଳରେ ଖଲ୍ଲିକୋଟ ୧୬ ନମ୍ୱର ଜାତୀୟ ରାଜପଥର ବଡ଼ ଘାଟିରେ ବିରାଟ ପଥର ଖସିପଡ଼ିଛି । ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ହଠାତ୍ ପଥର ଖସିବା ପରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏଥିସହିତ ପାହାଡ଼ରୁ ଆହୁରି ଭୂସ୍ଖଳନ ହେବାର ଆଶଙ୍କା ବଢ଼ିଯାଇଥିବାରୁ ଯାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ମାହୋଲ ସୃଷ୍ଟି ହୋଇଛି ।ଖବର ପାଇବା ପରେ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ସହ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ । ସେଠାରେ ପହଞ୍ଚି ସେମାନେ ତୁରନ୍ତ ଉଦ୍ଧାର ଏବଂ ରାସ୍ତା ସଫେଇ କାର୍ଯ୍ୟ ଜାରି ରଖିଛନ୍ତି । ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ୧୬ ନମ୍ବର ଜାତୀୟ ରାଜପଥରେ ଶହ ଶହ ଗାଡି ଅଟକି ରହିଛି ।
ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ବର୍ତ୍ତମାନ NHAI କତୃପକ୍ଷ ବଡ଼ଘାଟିରେ ପହଞ୍ଚି ଖସିଥିବା ପଥରକୁ କୋକିଲ ସାହାର୍ଯ୍ୟରେ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି । ଖୁବଶୀଘ୍ର ରାସ୍ତାରୁ ପଥରକୁ ହଟାଇ ପୂର୍ବପରି ଯାତାୟତକୁ ସ୍ୱାଭାବିକ କରାଯିବ ବୋଲି କତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି ।
📲Get App