🔥 TRENDING Shahpura Toll Plaza on Bhopal-Jabalpur... Woman alleges six-year rape under marr... Congress Leader Stages Sit-in Protest... Patient dies at Alwar General Hospital... Congress Candidate Sushil Midha Wins S... Violent clash over ₹5,000 washing‑mach...
25 Sep 2026•
ગુજરાતી मराठी ਪੰਜਾਬੀ বাংলা
Politics

ମୌସୁମୀ ଅଧିବେଶନରେ ଅଚଳାବସ୍ଥା ଜାରି, ପୁଣି ଗୃହ ମୁଲତବୀ

✍️ Reporter: Deepak Mahapatra 🗓 25 Sep 2026, 12:54 PM 👁 15
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନରେ ଅଚଳାବସ୍ଥା ଜାରି ରହିଛି । ଏମ୍ଏମଡିଆର ଆଇନ ଉପରେ ଆଲୋଚନା ଏବଂ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଚତୁର୍ଥ ଦିନରେ ମଧ୍ୟ ଗୃହ ମୁଲତବୀ ଘୋଷଣା କରାଯାଇଛି ।

ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ଶିଳ୍ପ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଥିଲା । ପ୍ରଶ୍ନକାଳରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତର ରଖିଥିଲେ । ଏହା ପରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉତ୍ତର ଦେଉଥିବାବେଳେ ବିଜେଡ଼ି ଓ କଂଗ୍ରେସ ବିଧାୟକମାନେ ପୂର୍ବ ଦିନ ଭଳି ହଟ୍ଟଗୋଳ ଆରମ୍ଭ କରିଥିଲେ । ଏମଏମଡିଆର ପ୍ରସଙ୍ଗରେ ଉଭୟ ଦଳର ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ଯାହା ଫଳରେ ପ୍ରଶ୍ନୋତ୍ତର କାଳ ଚାଲିପାରିନଥିଲା । ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି । ସମସ୍ତ ବିରୋଧୀ ସଦସ୍ୟମାନେ କକ୍ଷ ତ୍ୟାଗ କରିବା ପରେ ବିଧାନସଭା ପରିସରରେ ଶୋଭାଯାତ୍ରା କରିଥିଲେ ।

ଲଗାତର ଚାରି ଦିନ ହେବ ଗୃହ ଅଚଳ ରହିଛି । ସମାନ ପ୍ରସଙ୍ଗରେ ବିରୋଧୀ ସଦସ୍ୟମାନେ ହଙ୍ଗାମା କରିବା ସହିତ ଗୃହକୁ ଚଳାଇ ଦେଉ ନାହାଁନ୍ତି ।
📲Get App