स्थानीय
ଘର ଭିତରେ ମହାବଳ ବାଘକୁ ତାଲା ପକାଇଲେ ଗାଁ ଲୋକେ
ଘର ଭିତରେ ମହାବଳବାଘ । ବାହାରେ ପଡ଼ିଛି ତାଲା। ଘଟଣା ଦେଖିବାକୁ ମିଳିଛି କରଞ୍ଜିଆ ବନଖଣ୍ଡ ର ଠାକୁରମୁଣ୍ଡା ରେଞ୍ଜ ର ଖପରାଖାଇ ଗାଁ ରେ । ଘର ଭିତରେ ମହାବଳବାଘ ପଶିଯିବାରୁ ବାହାର ପଟୁ ଲୋକେ କବାଟ ବନ୍ଦ କରିଦେଇଛନ୍ତି । ଫଳରେ ବାଘଟି ଘର ଭିତରେ ରହିଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ବାଘଟି ଗୁରୁବାର ଦିନ ଜଣେ ବ୍ୟକ୍ତିଙ୍କ ଗୁହାଳ ଘରେ ଲୁଚିଥିବାବେଳେ ଗ୍ରାମବାସୀ ତାକୁ ଦେଖିଥିଲେ । ହେଲେ ରାତିରେ ମହାବଳବାଟି ଜଙ୍ଗଲ ଆଡ଼କୁ ପଳାଇଥିଲା । କିନ୍ତୁ ଶୁକ୍ରବାର ସକାଳୁ ଗାଁରେ ପୁଣି ସେହି ବାଘକୁ ଦେଖିବାକୁ ମିଳିଥିଲା।ବାଘଟି ଜଣେ ବ୍ୟକ୍ତିଙ୍କ ଘରେ ପଶିଯିବାରୁ ଗ୍ରାମବାସୀମାନେ ଭୟଭୀତ ହୋଇ ବାହାର ପଟୁ କବାଟ ବନ୍ଦ କରିଦେଇଛନ୍ତି । ଗାଁରେ ବାଘଥିବାର କଥା ବ୍ୟାପିବା ପରେ କୋକୁଆ ଭୟରେ ଗ୍ରାମବାସୀମାନେ ଅଛନ୍ତି ।
ଖବରପାଇ ବନବିଭାଗ ସେଠାରେ ପହଞ୍ଚି ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛି । ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏହା ଏକ ଛୁଆ ମହାବଳ ବାଘ । ଯାହାକି ମାଆ ପାଖରେ ରହିଥାଏ । ବାଘଟିର ଅବସ୍ଥା ଦେଖିଲେ ସେ ଅସୁସ୍ଥ ଥିବା ଭଳି ମନେ ହେଉଛି ବୋଲି ଆରସିସିଏଫ କହିଛନ୍ତି ।