Weather
ଶିଆଳି ଓ ରାମତରାରେ କୂଳ ଲଙ୍ଘିଲା ସମୁଦ୍ର, ଚାଷ ଜମି ଓ ନଦୀରେ ପଶିଲା ଲୁଣି ପାଣି
ଜଗତସିଂହପୁର ଜିଲ୍ଲା ଶିଆଳି ଓ ରାମତରା ନିକଟରେ କୂଳ ଲଙ୍ଘିଲା ସମୁଦ୍ର । ରାମତରା ମୀରା ସି-ବିଚ୍ରେ ବାଲି ବସ୍ତା ଭାଙ୍ଗି ୧୦୦ ଫୁଟର ବିରାଟ ଘାଇ ସୃଷ୍ଟି ହୋଇଛି । ଗତବର୍ଷ ମଧ୍ୟ ଠିକ୍ ଏହି ସ୍ଥାନରେ ଘାଇ ହୋଇଥିଲା । ଏବେ ପୁଣିଥରେ ବାଲି ବସ୍ତା ଭାଙ୍ଗି ସେହି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । କୂଳ ଲଙ୍ଘିବା ଫଳରେ ସମୁଦ୍ରର ଲୁଣା ପାଣି ସିଧାସଳଖ ନଦୀ ଏବଂ ଚାଷ ଜମିରେ ପଶିଯାଇଛି । ଚାଷ ଜମିରେ ଲୁଣା ପାଣି ମାଡ଼ିଯିବା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବା ନେଇ ଆଶଙ୍କା ବଢ଼ିଯାଇଛି । ସମୁଦ୍ରର ଏହି ଉଗ୍ର ରୂପ ଦେଖି ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଲଘୁଚାପ ଯୋଗୁଁ ତିନି ଦିନ ହେଲା ଏଠାରେ ସମୁଦ୍ର ଅଶାନ୍ତ ରହିଛି ।
ଅନ୍ୟପକ୍ଷରେ କଳିଙ୍ଗପଟ୍ଟନମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ଗଭୀର ଅବପାତ । ରାତି ପ୍ରାୟ ସାଢ଼େ ୧୧ଟାରେ ଗଭୀର ଅବପାତ ଅତିକ୍ରମ କରିଥିବାର ସୂଚନା ମିଳିଛି । ପ୍ରାୟ ୩ ଘଣ୍ଟା ଧରି ଜାରି ରହିଥିଲା ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ପବନ ବେଗ ଘଣ୍ଟା ପ୍ରତି ସର୍ବାଧିକ ୫୫ରୁ ୬୫ କିମି ରହିଥିଲା । ଆଉ ଝଟ୍କା ପବନର ବେଗ ଘଣ୍ଟା ପ୍ରତି ୭୫ କିଲୋମିଟର ରହିଥିଲା ।ଲ୍ୟାଣ୍ଡଫଲ୍ ସମୟରେ ପ୍ରାୟ ୫ ମିଟର ମାଡ଼ି ଆସିଥିଲା ସମୁଦ୍ର । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା । ଉପକୂଳ ସମେତ ସାରା ଓଡ଼ିଶାରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଆସନ୍ତା ୧୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛନ୍ତି ।
ଅତ୍ୟନ୍ତ ମନ୍ଥର ଗତିରେ ଆଗକୁ ବଢୁଛି ଗଭୀର ଅବପାତ । ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୩ କିମି ବେଗରେ ଅଗ୍ରସର ହେଉଛ ଅବପାତ । ଆଜି ସନ୍ଧ୍ୟା ମଧ୍ୟରେ କୋରାପୁଟ ମଧ୍ୟ ଦେଇ ରାଜ୍ୟକୁ ପ୍ରବେଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଫଳରେ ଦକ୍ଷିଣ ଓଡ଼ିଶାକୁ ଗଭୀର ଅବପାତ ପ୍ରବେଶ ସମ୍ଭାବନା ରହିଛି ।