🔥 ट्रेंडिंग नेरज पांडे ने जामुई घटना के बाद बीजेजे... बिहार की सड़क पर लड़की को छेड़ने वाले... दिल्ली के मुखर्जी नगर में सफारी कार वा... समस्तीपुर के जगतसिंहपुर में वीडियो वाय... छत्तीसगढ़ के रायपुर में आग लगने की वीड... शिवभक्त ने 50 किमी पैदल चलकर 54 फीट की...
24 सित. 2026
ગુજરાતી मराठी ਪੰਜਾਬੀ বাংলা
अपराध

୪୫ ଦିନ ପାଇଁ ୩୫୪ଟି ଅଟୋ-ରିକ୍ସାର ପରମିଟ୍‌ ବାତିଲ୍ କଲା ପରିବହନ ବିଭାଗ

✍️ रिपोर्टर: Deepak Mahapatra 🗓 24 सित. 2026, 12:40 PM 👁 16
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ରାଜ୍ୟ ପରିବହନ ବିଭାଗ ପକ୍ଷରୁ ୩୫୪ଟି ଅଟୋ-ରିକ୍ସାର ପରମିଟ୍‌କୁ ୪୫ ଦିନ ପାଇଁ ବାତିଲ କରାଯାଇଛି। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ହୋଇଥିବା ହିଂସାତ୍ମକ ଆନ୍ଦୋଳନ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍‌ଲାଇନ ରାଇଡ୍-ହେଲିଂ ଆପ୍ ଚାଳକମାନଙ୍କର ଏହି ବେଆଇନ ପ୍ରତିବାଦ ଏବଂ ରାସ୍ତା ଅବରୋଧ ପରେ ସରକାର ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ପରିବହନ ବିଭାଗ ପକ୍ଷରୁ ୩୫୪ଟି ଅଟୋର ପରମିଟ୍ ସସପେଣ୍ଡ କରାଯିବା ସହ ସେଗୁଡ଼ିକର ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ମଧ୍ୟ ବାତିଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଆନ୍ଦୋଳନ ସମୟରେ ପୋଲିସ ସହ ଧସ୍ତାଧସ୍ତି ଓ ହିଂସାକାଣ୍ଡ ଘଟାଇବା ଅଭିଯୋଗରେ ୧୧୫ ଜଣ ଚାଳକଙ୍କୁ ଗିରଫ କରାଯାଇଥିଲା ଏବଂ ସମସ୍ତ ୩୫୪ଟି ଗାଡ଼ିକୁ ପୋଲିସ ଜବତ କରି ରିଜର୍ଭ ଗ୍ରାଉଣ୍ଡରେ ରଖିଛି। ଗିରଫ ଚାଳକଙ୍କ ମଧ୍ଯରୁ କିଛି ଜଣ ଜାମିନରେ ମୁକୁଳିଛନ୍ତି ।
ସୂଚନା ଥାଉକି ଅନ୍‌ଲାଇନ ଆପ୍‌ଗୁଡ଼ିକର ଭଡ଼ା ନିର୍ଦ୍ଧାରଣ ଓ ସରକାରୀ ନିୟନ୍ତ୍ରଣ ଦାବିରେ ଏହି ଚାଳକମାନେ ଷ୍ଟେସନ ସ୍କୋୟାର ଓ ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳରେ ରାସ୍ତା ଜାମ କରିବା ସହ ଉତ୍ପାତ କରିଥିଲେ। ଯାଞ୍ଚ ସମୟରେ ଅନେକ ଅଟୋ ବିନା ପରମିଟ୍‌ରେ ଚାଲୁଥିବା ମଧ୍ୟ ଜଣାପଡ଼ିଛି। ତେବେ ସ୍ମାର୍ଟ ସିଟି ଅନ୍‌ଲାଇନ ଅଟୋ-ଟାକ୍ସି ଡ୍ରାଇଭର୍ସ ୟୁନିଅନ ପକ୍ଷରୁ ଜନସାଧାରଣଙ୍କୁ ହୋଇଥିବା ଅସୁବିଧା ପାଇଁ କ୍ଷମା ମଗାଯାଇଛି ଏବଂ ଜବତ ଗାଡ଼ିଗୁଡ଼ିକୁ ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି ।
📲Get App