🔥 ट्रेंडिंग कोशी स्नातक निर्वाचन: कटिहार में धारा... राजस्व प्राप्ति बढ़ाने और लंबित राजस्व... मोदी ने कहा, सत्ता बढ़े या घटे, बीजेपी... पश्चिम बंगाल ने 250 निजी मदरसे बंद, कम... अडानी ग्रुप ने पश्चिम बंगाल में 1 लाख... बिहार के जमुई में दो बाल यौन शोषण मामल...
24 सित. 2026
ગુજરાતી मराठी ਪੰਜਾਬੀ বাংলা
मौसम

ପାରଦ୍ୱୀପରେ ଆଶ୍ରୟ ନେଇଛନ୍ତି ୩୧୯ ଜଣ ଆନ୍ଧ୍ର ମତ୍ସ୍ୟଜୀବୀ

✍️ रिपोर्टर: Deepak Mahapatra 🗓 24 सित. 2026, 12:22 PM 👁 20
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ପାରାଦ୍ୱୀପ: ଗଭୀର ଅବପାତ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି । ତେଣୁ ପାରଦ୍ୱୀପରେ ପଶି ରହିଛନ୍ତି ୩୦୦ରୁ ଉର୍ଦ୍ଧ୍ୱ ଆନ୍ଧ୍ର ପ୍ରଦେଶ ମତ୍ସ୍ୟଜୀବୀ । ସମସ୍ତେ ସରୁକ୍ଷିତ ଥିବା ଜଣାପଡ଼ିଛି ।

ଅବପାତ ଯୋଗୁଁ ଆନ୍ଧ୍ର ପ୍ରଦେଶର ମତ୍ସ୍ୟଜୀବୀମାନେ ଉପକୂଳକୁ ଫେରି ପାରିନଥିଲେ । ସେଥିପାଇଁ ନିକଟସ୍ଥ ପାରାଦ୍ୱୀପ ଉପକୂଳକୁ ଚାଲି ଆସିଥିଲେ । ପାରାଦୀପ ପୋର୍ଟରେ ୩୬ଟି ମାଛଧରା ଟ୍ରଲର ସୁରକ୍ଷିତ ଆଶ୍ରୟ ନେଇଛନ୍ତି । ଏହି ଟ୍ରଲରଗୁଡ଼ିକରେ ଥିବା ୩୧୯ ଜଣ ମତ୍ସ୍ୟଜୀବୀ ମଧ୍ୟ ସୁରକ୍ଷିତ ଭାବେ ଆଶ୍ରୟ ନେଇଛନ୍ତି ।

ପାଣିପାଗ ବିଭାଗ ୨୫ ତାରିଖ ଯାଏ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି । ଗଭୀର ଅବପାତ ଫଳରେ ସମୁଦ୍ର ଅଶାନ୍ତ ରହିଛି । ପ୍ରାୟ ୫ ମିଟର୍ ଉପରକୁ ସମୁଦ୍ର ଉଠିଛି । ବଡ଼ ବଡ଼ ଲହଡ଼ି ସହିତ ପବନର ବେଗ ଅଧିକ ଥିବାରୁ ସତର୍କତା ଦୃଷ୍ଟିରୁ ମତ୍ସ୍ୟଜୀବୀଙ୍କୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।
📲Get App