🔥 ट्रेंडिंग न्यू बुइलांग निवासियों ने कोलासिब जेल... मिज़ोरम के सीएम लल्दुहोमा ने स्कूल शिक... असम रेजिमेंट जावन को शराबी युवाओं ने र... एशियाई खेलों में पंजाब के निशानेबाजों... बिहार पुलिस अधिकारी ने सेवा पिस्तौल से... छत्तीसगढ़ में जूनियर डॉक्टरों ने वेतन...
23 सित. 2026
ગુજરાતી मराठी ਪੰਜਾਬੀ বাংলা
अपराध

ଜଳଖିଆ ଦୋକାନୀଙ୍କୁ ଘୋଷାଡ଼ି ନେଲା ଅଜଣା ଗାଡ଼ି

✍️ रिपोर्टर: Deepak Mahapatra 🗓 23 सित. 2026, 12:20 PM 👁 20
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ବରଗଡ଼ ଜିଲ୍ଲା ଅତାବିରା ଥାନା ଅଧୀନ ଲାଦେରପାଲି ଛକରେ ସଡ଼କ ଦୁର୍ଘଟଣାରେ ଜଣେ ଜଳଖିଆ ଦୋକାନୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ବସନ୍ତ ଚୌଧୁରୀ।ସେ ଜଳଖିଆ ଠେଲା ଧରି ଘରକୁ ଫେରିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେବା ପରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା ଓ ପରେ ଫେରାର ହୋଇଯାଇଥିଲା ବୋଲି ଜଣାପଡ଼ିଛି।
ଏହି ଘଟଣା ପରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ଶବ ରଖି ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଶତାଧିକ ଗାଡ଼ି ଅଟକି ରହିଛି। ଘଟଣାସ୍ଥଳରେ ଅତାବିରା ପୁଲିସ ପହଞ୍ଚି ଲୋକଙ୍କ ସହ ଆଲୋଚନା କରୁଛି।
📲Get App