🔥 TRENDING ભુજ શહેર એ-ડીવીઝન પોલીસ સ્ટેશન વિસ્તાર... రిమ్స్ ఘటన ప్రభుత్వ నిర్లక్ష్యమే: కవిత સાયખા સ્થિત હીમાની ક્રોપ કંપનીને પ્રદૂ... સાયખા સ્થિત હીમાની ક્રોપ કંપનીને પ્રદૂ... અમેરિકા સ્થિત ઉદયનભાઈ પટેલ પરિવારે શ્ર... రిమ్స్ ఘటన బాధాకరం: డీసీసీ అధ్యక్షుడు...
23 Sep 2026
ગુજરાતી मराठी ਪੰਜਾਬੀ বাংলা
Crime

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କର ୩୦ ପ୍ଲଟ, ୨ କୋଠା, ମାର୍କେଟ୍ କଂପ୍ଲେକ୍ସ ଓ ଗୋଦାମ ଠାବ; ନଗଦ ୩ ଲକ୍ଷ ଜବତ

✍️ Reporter: Deepak Mahapatra 🗓 23 Sep 2026, 12:26 PM 👁 13
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ବରଗଡ଼ ଜିଲ୍ଲା କଟାଭାଲ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କ ବାସଭବନ ସମେତ ୬ଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ। ଚଢ଼ାଉ ଜାରି ରହିଥିବା ବେଳେ ତାଙ୍କଠାରୁ ପୁଳା ପୁଳା ସଂପତ୍ତି ଠାବ କରିଛି ଭିଜିଲାନ୍ସ। ତାଙ୍କ ସଂପତ୍ତି ମଧ୍ୟରେ ରହିଛି ୩୦ଟି ପ୍ଲଟ୍‌, ଦୁଇଟି ବହୁତଳ କୋଠା, ଗୋଟିଏ ମାର୍କେଟ କମ୍ପ୍ଲେକ୍ସ ଓ ଗୋଟିଏ ଗୋଦାମ। ସେହିପରି ତାଙ୍କ ଘରୁ ନଗଦ ୨ ଲକ୍ଷ ୯୮ ହଜାର ୧୭୭ ଟଙ୍କା ଜବତ କରାଯାଇଛି।

ପିଇଓ କାର୍ତ୍ତିକେଶ୍ୱର ବେହେରାଙ୍କ ଦୁଇଟି ବହୁତଳ କୋଠା ମଧ୍ୟରୁ ଗୋଟିଏ ଗାଇସିଲେଟ ନିକଟସ୍ଥ କନ୍ଦାଗାଡ଼ରେ ଅଛି, ଯାହା ପ୍ରାୟ ୪୮୦୦ ବର୍ଗଫୁଟ ଜାଗା ଉପରେ ନିର୍ମାଣ ହୋଇଛି। ସେହିପରି ଗାଇସିଲେଟରେ ତାଙ୍କର ଏକ ୪ ମହଲା କୋଠା ନିର୍ମାଣାଧୀନ ରହିଛି।କନ୍ଦାଗାଡ଼ରେ ତାଙ୍କର ଏକ ମାର୍କେଟ୍ କମ୍ପ୍ଲେକ୍ସ ରହିଛି। ଏହା ୨୪୦୦ ବର୍ଗଫୁଟ ଜାଗାରେ ତିଆରି ହୋଇଛି। ସେହିପରି ସେଠାରେ ତାଙ୍କ ଏକ ଗୋଦାମ ଅଛି, ଯାହା ୧୫୦୦ ବର୍ଗଫୁଟ ଜାଗାରେ ନିର୍ମାଣ ହୋଇଛି। ତାଙ୍କର ପ୍ଲଟଗୁଡ଼ିକ ଗାଇସିଲେଟ ଓ କନ୍ଦାଗାଡ଼ରେ ଅଛି। ଏଗୁଡ଼ିକର ମୂଲ୍ୟ ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଶାଖା ପକ୍ଷରୁ ମାପଚୁପ ଜାରି ରହିଛି।
ଏସବୁ ବାଦ୍ ତାଙ୍କର ଅନ୍ୟାନ୍ୟ ଜମା ଓ ନିବେଶ ରହିଛି। ସେଗୁଡ଼ିକର ଯାଞ୍ଚ ଜାରି ରହିଛି।

ବର୍ତ୍ତମାନ ମାସିକ ୫୨ ହଜାର ୩୨୦ ଟଙ୍କା ବେତନ ପାଉଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରା ଗାଇସିଲେଟ ପଞ୍ଚାୟତର ସେକ୍ରେଟାରୀ ଭାବେ ସରକାରୀ ଚାକିରୀ ଆରମ୍ଭ କରିଥିଲେ। ସେତେବେଳେ ତାଙ୍କର ପ୍ରାରମ୍ଭିକ ଦରମା ଥିଲା ୫୦୦ ଟଙ୍କା। ୨୦୦୯ରେ ସେ ଭିଏଲ୍‌ଡବ୍ଲ୍ୟୁ ଭାବେ ପଦୋନ୍ନତି ପାଇଥିଲେ। ୨୦୧୨ରେ ସେ ପିଇଓ ହେଲେ। ୨୦୨୪ରୁ ସେ କଟାଭାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଭାବେ କାର୍ଯ୍ୟ କରି ଆସୁଛନ୍ତି। ଏହା ସହିତ ତାଙ୍କୁ ଗାଇସିଲେଟ ବ୍ଲକ୍‌ର ଫିରିଙ୍ଗମାଲ ସମେତ ଆଉ ଏକ ଗ୍ରାମ ପଞ୍ଚାୟତର ଦାୟିତ୍ୱ ଦିଆଯାଇଛି। ସେ ବରଗଡ଼ ଜିଲ୍ଲାରେ ୩୦ରୁ ଅଧିକ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି।
📲Get App