🔥 TRENDING Gujarat University launches two facult... Veteran Kannada Actor Anant Nag Receiv... રાજકોટ LCB ટીમ પર ૧.૨૦ લાખની વસૂલીનો આ... રાધનપુરના ધારાસભ્ય શ્રી લવિંગજી ઠાકોરે Tom Cruise signs on to sci‑fi film ‘Di... मुख्यमंत्री डॉ. प्रमोद सावंत ने टीम टे...
23 Sep 2026
ગુજરાતી मराठी ਪੰਜਾਬੀ বাংলা
Crime

ଭୁଜାଲି ଦେଖାଇ ନେଇଗଲେ ୧୦ ଇନଭର୍ଟର !

✍️ Reporter: Deepak Mahapatra 🗓 23 Sep 2026, 12:38 PM 👁 15
Share: 💬 WhatsApp 📘 Facebook 𝕏 Post
ତେଲେଙ୍ଗା କଟୁରୀ ଦେଖାଇ ଲୁଟ । କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରୁ ଇନଭଟର ନେଇ କଣ୍ଟାବାଜି ଯାଉଥିବା ଏକ ପିକଅପ ଭ୍ୟାନରୁ ଲକ୍ଷାଧିକ ଟଙ୍କାର ଇନଭଟର ଚୋରି । ଡ୍ରାଇଭରକୁ ନିଦ ଆସିବାରୁ ଅନୁଗୋଳ ଜିଲ୍ଲା ସଦର ଥାନା ମୁଶାପାପୁଲି ଗାଁ ନିକଟ ବସଯାତ୍ରୀ ପ୍ରତ୍ୟକ୍ଷାଳୟରେ ଡ୍ରାଇଭରଙ୍କ ସମେତ ଗାଡ଼ିରେ ଥିବା ବାପା ପୁଅ ସେଠାରେ ଶୋଇଥିଲେ ।ଏହି ସମୟରେ ୫ରୁ ୭ ଦୁର୍ବୃତ୍ତ ଭୁଜାଲି ଦେଖାଇ ବାପା ଓ ପୁଅଙ୍କ ଠାରୁ ଲୁଟି ନେଲେ ଇନଭର୍ଟର । ସେମାନେ ଶହେରୁ ଊର୍ଦ୍ଧ୍ବ ଇନଭର୍ଟର ନେଇ ଟାଙ୍ଗୀରୁ କଣ୍ଟାବାଞ୍ଜି ସପ୍ଲାଏ କରିବାକୁ ଯାଉଥିଲେ ।
ଏ ନେଇ ସଦର ଥାନାକୁ ଜଣାଇବା ପରେ ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସଦର ଥାନା ଠାରୁ ମାତ୍ର ୨ କିଲୋମିଟର ଦୂରରେ ଏଭଳି ଘଟଣା ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଛି । ହାଇୱେରେ ପେଟ୍ରିଲିଂ ଠିକ୍ ଭାବରେ ହେଉନଥିବାର ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି ।
📲Get App