🔥 TRENDING સાબરકાંઠા: તલોદ તાલુકા ભાજપ અનુસૂચિત જ... New Builang residents stage protest ou... Mizoram CM Lalduhoma Reviews Teacher V... Assam Regiment Soldier Killed in Road‑... Punjab shooters clinch bronze at Asian... Bihar Police Officer Kills Sister with...
23 Sep 2026
ગુજરાતી मराठी ਪੰਜਾਬੀ বাংলা
Education

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା

✍️ Reporter: Deepak Mahapatra 🗓 23 Sep 2026, 12:30 PM 👁 18
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଅକ୍ଟୋବର ୩କୁ ଘୁଞ୍ଚିଲା ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା। ଅବପାତ ପ୍ରଭାବରେ ହେଉଥିବା ବର୍ଷା ତଥା ଏହାଯୋଗୁ ଓ ସମ୍ଭାବ୍ୟ ଗଭୀର ଅବପାତ ପ୍ରଭାବରେ ଆଗକୁ ହେବାକୁ ଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୨୪ ତାରିଖରେ ହେବାକୁ ଥିବା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଅକ୍ଟୋବର ୩ରେ ଦିନ ୧୦ଟାରୁ ୧୨ଟା ଯାଏ ହେବ ପରୀକ୍ଷା। ପ୍ରବଳ ବର୍ଷାକୁ ଦୃଷ୍ଟିରେ ବିଭିନ୍ନ ଜିଲ୍ଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। କେଉଁ ଦୁଇ ଦିନ ତ କେଉଁଠି ତିନି ଦିନ ପାଇଁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।

ଲଘୁଚାପ ପରବର୍ତ୍ତୀ ଅବପାତ ତଥା ସମ୍ଭାବ୍ୟ ଗଭୀର ଅବପାତ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ମାଲକାନଗିରି ଜିଲ୍ଲାର ସମସ୍ତ ସ୍କୁଲ୍‌ ଓ ଅଙ୍ଗନବାଡ଼ିଗୁଡ଼ିକୁ ୩ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାରେ ଆସନ୍ତାକାଲିଠୁ ୨୫ ତାରିଖ ଯାଏ ଅଙ୍ଗନବାଡ଼ି ସହିତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ୍‌ ବନ୍ଦ ରହିବ। ତେବେ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ। ସେହିପରି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାରେ ୨ ଦିନ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ଓ ସମସ୍ତ ସ୍କୁଲ୍‌କୁ ଛୁଟି ଘୋଷଣା କରାଯାଇଛି। ଆସନ୍ତାକାଲି ଓ ୨୪ ତାରିଖରେ ଜିଲ୍ଲାରେ ଅଙ୍ଗନବାଡ଼ି ସହିତ ସମସ୍ତର ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ତା’ ସହିତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦେଶୀ ଡଙ୍ଗା ଯାତାୟାତ ଉପରେ ଲାଗିଛି ରୋକ୍‌।

ଏହା ପୂର୍ବରୁ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଥିଲା। ଏହି ଦୁଇ ଜିଲ୍ଲାରେ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ର ସହିତ ଶିଶୁବାଟିକାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ରହିବ। ଗଜପତି ଜିଲ୍ଳାରେ ଆଜି ଓ ଆସନ୍ତାକାଲି ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜଗତସିଂହପୁର ଜିଲ୍ଲାରେ ଆଜି ସମସ୍ତ ସ୍କୁଲ ଛୁଟି ରହିଛି। ଗଞ୍ଜାମ ଜିଲ୍ଲା ସମସ୍ତ ଡିଗ୍ରୀ କଲେଜ, ବୈଷୟିକ ଅନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି।
📲Get App