🔥 TRENDING Yellow Alert Issued for 13 Karnataka D... मुख्यमंत्री योगी आदित्यनाथ ने 1000 से... Uttarakhand: 39,815 Rural Families Rec... Opposition March Causes Central Delhi... Haryana Expands Time-Bound Public Serv... Haryana Broadens Drug‑Free Drive to Sc...
08 Oct 2026•
ગુજરાતી मराठी ਪੰਜਾਬੀ বাংলা
ଜେଲରୁ ମୁକୁଳିଲେ ଗିରଫ ଅନଲାଇନ ଅଟୋ ଚାଳକ
Local

ଜେଲରୁ ମୁକୁଳିଲେ ଗିରଫ ଅନଲାଇନ ଅଟୋ ଚାଳକ

✍️ Reporter: Deepak Mahapatra 🗓 23 Sep 2026, 12:35 PM 👁 43
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଜେଲରୁ ମୁକୁଳିଲେ ଗିରଫ ଅନଲାଇନ ଅଟୋ ଚାଳକ । ଦୀର୍ଘ ଦିନ ଧରି ଗିରଫ ହୋଇ ଜେଲରେ ଥିଲେ । ଆଜି ୨୭ଜଣ ଅଟୋ ଚାଳକ ଜାମିନରେ ମୁକୁଳିଛନ୍ତି । ଝାରପଡା ଜେଲରୁ ମୁକୁଳିବା ପରେ ସେଠାରେ ଭାବ ବିହ୍ବଳ ପରିବେଶ।ମାଷ୍ଟରକାଣ୍ଟିନରେ କିଛି ଦିନ ପୂର୍ବରୁ ବିଭିନ୍ନ ଦାବି ନେଇ ସେଠାରେ ଅନଲାଇନ ଅଟୋ ଚାଳକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଏହି ବିକ୍ଷୋଭ ସ୍ଥାନ ରଣକ୍ଷେତ୍ର ପାଲଟିଥିଲା । କିଛି ଅଟୋ ଚାଳକ ବିକ୍ଷୋଭ ନାମରେ ସେଠାରେ ହିଂସା ଘଟାଇଥିଲେ । ଏହି ଘଟଣାରେ ପୁଲିସ ଅନେକ ଅଟୋ ଚାଳକଙ୍କୁ ଗିରଫ କରିଥିଲା । ଏହା ମଧ୍ୟରେ ଆଜି ୨୭ ଜଣ ଅନଲାଇନ ଅଟୋ ଚାଳକ ଜାମିନରେ ମୁକୁଳିଛନ୍ତି । ଝାରପଡା ଜେଲରୁ ମୁକୁଳିବା ପରେ ସେଠାରେ ଭାବ ବିହ୍ବଳ ପରିବେଶ। ବିନା ଦୋଷରେ ସେମାନଙ୍କୁ ଗିରଫ କରି ପୋଲିସ ଜେଲ ପଠାଇଥିବାର ସେମାନେ ଅଭିଯୋଗ କରିଛନ୍ତି ।
ଗତ ମାସରେ ଆନ୍ଦୋଳନବେଳେ ହିଂସାକାଣ୍ଡ ଘଟିଥିଲା । ଘଟଣାରେ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଙ୍ଘର ସଭାପତି ଦୀନବନ୍ଧୁ ନାୟକଙ୍କ ସମେତ ୧୧୫ ଜଣ ଗିରଫ ହୋଇଥିଲେ । ୬୦ ଜଣକୁ ଉତ୍ତମ ବ୍ୟବହାର ପାଇଁ ପୁଲିସ ଛାଡିଦେଇଥିଲା । ଆଉଏହି ଘଟଣାରେ ୩୫୪ଟି ଅଟୋ ଜବତ କରିଥିଲା ପୁଲିସ । ବର୍ତ୍ତମାନ ମଧ୍ୟ ଅନେକ ଅଟୋ ଚାଳକ ଜେଲରେ ଥିବାବେଳେ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଙ୍ଘର ସଭାପତି ଦିନବନ୍ଧୁ ନାୟକ ଏବେ ବି ଜେଲରେ ଅଛନ୍ତି।
📲Get App