मौसम
ଲଗାଣ ବର୍ଷାରେ ଧସିଲା ୫୦ ଫୁଟର ଲୁଣା ଘେରିବନ୍ଧ ରାସ୍ତା
यहाँ देखें:
▶️ YouTube
ଲଘୁଚାପ ଜନିତ ଲଗାଣ ବର୍ଷାରେ ୫୦ ଫୁଟ ଧସିଲା ଲୁଣା ଘେରି ବନ୍ଧ ରାସ୍ତା । ସମୁଦ୍ର କୂଳେ କୂଳେ ନିର୍ମାଣ ହୋଇଥିବା ଏହି ରାସ୍ତାଟି ଧସି ଯାଇଥିବାରୁ ସମୁଦ୍ର କୁଳିଆ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାରେ ଲାଗିଛି ।ଏହା ମଧ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ୫୦ ଫୁଟ ଧସିଲା ଲୁଣା ଘେରି ବନ୍ଧ ରାସ୍ତା । ସମୁଦ୍ର କୂଳେ କୂଳେ ନିର୍ମାଣ ହୋଇଥିବା ଏହି ରାସ୍ତାଟି ଧସି ଯାଇଥିବାରୁ ସମୁଦ୍ର କୁଳିଆ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଜଳ ସମ୍ପଦ ବିଭାଗ ପକ୍ଷରୁ ବର୍ଷେ ତଳେ ଏହି ରାସ୍ତାକୁ ନିର୍ମାଣ କରାଯାଇଥିଲା ।ସମୁଦ୍ର ଦାଉରୁ ରାଜନଗରବାସୀଙ୍କୁ ସୁରକ୍ଷା ଦେବାପାଇଁ ରାଜନଗର ଠାରୁ ଗୋପାଳପୁର ପର୍ଯ୍ୟନ୍ତ ପ୍ରାୟ ୧୫ କିମି ରାସ୍ତା ପାଇଁ ୧୫କୋଟି ଟଙ୍କା ବ୍ୟୟ କରାଯାଇ ଲୁଣା ଘେରିବନ୍ଧ ରାସ୍ତା ନିର୍ମାଣ କରାଯାଇଥିଲା । କିନ୍ତୁ ନିମ୍ନ ମାନର କାର୍ଯ୍ୟ ଯୋଗୁ କାଠୁଆଗଣ୍ଡ ନିକଟରେ ରାସ୍ତା ୫୦ ଫୁଟ ଧସି ଯାଇଛି ।
ଲଘୁଚାପ ପ୍ରଭାବ ଯୋଗୁ ରାଜନଗରରେ ଲଗାଣ ବର୍ଷା ସହ ସମୁଦ୍ର ଅଶାନ୍ତ ରହିଛି । ରାସ୍ତାଟି ଧସି ଯାଇଥିବାରୁ ତୁରନ୍ତ ଏହି ଲୁଣା ଘେରି ବନ୍ଧ ରାସ୍ତାର ମରାମତି ପାଇଁ ଲୋକେ ଦାବି କରିଛନ୍ତି।
ଲଘୁଚାପ ପ୍ରଭାବ ଯୋଗୁ ରାଜନଗରରେ ଲଗାଣ ବର୍ଷା ସହ ସମୁଦ୍ର ଅଶାନ୍ତ ରହିଛି । ରାସ୍ତାଟି ଧସି ଯାଇଥିବାରୁ ତୁରନ୍ତ ଏହି ଲୁଣା ଘେରି ବନ୍ଧ ରାସ୍ତାର ମରାମତି ପାଇଁ ଲୋକେ ଦାବି କରିଛନ୍ତି।