🔥 TRENDING અમરેલી સાવર કુંડલા બાયપાસ રોડ પર પાનના... Jammu Kashmir Bank to Hire Assistants,... घोसी बाजार में बिखरे गड्ढे और जलजमाव स... Porvorim Elevated Corridor Entry-Exit... Congress Launches 'Goy Rakkhon Yatra'... Goa Chronicle Raises Question: Is the...
22 Sep 2026
ગુજરાતી मराठी ਪੰਜਾਬੀ বাংলা
Local

ଟ୍ରେନ୍‌ରେ କଟିଗଲେ ୨ ମହିଳା

✍️ Reporter: Deepak Mahapatra 🗓 22 Sep 2026, 12:10 PM 👁 27
Share: 💬 WhatsApp 📘 Facebook 𝕏 Post

ବସ୍ତା ରେଳ ଷ୍ଟେସନ ନିକଟରେ ଦୁଇ ମହିଳା ଟ୍ରେନରେ କଟି ମୃତ୍ୟୁବରଣ କରିଥିବା ଖବର ମିଳିଥିଲା । ‍ଖବରପାଇ ରେଳ କର୍ମଚାରୀ ଓ ସମ୍ପୃକ୍ତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତ ଦୁଇ ମହିଳାଙ୍କ ପରିଚୟ ଏଯାଏଁ ଜଣାପଡ଼ିନାହିଁ ।

ଟ୍ରେନ୍‌ରେ କଟି ୨ ମହିଳାଙ୍କ ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ବସ୍ତା ରେଳ ଷ୍ଟେସନ୍‌ରେ ଅଘଟଣ । । ଦୁଇ ମହିଳାଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ। ମୃତ ଦୁଇ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଘଟଣାଟି ଦୁର୍ଘଟଣାଜନିତ ନା ଆତ୍ମ ହତ୍ୟା ତାହା ମଧ୍ୟ ଜଣା ପଡ଼ିନାହିଁ । ସେନେଇ ଏବେ ରହସ୍ୟ ଜାରି ରହିଛି।ବସ୍ତା ରେଳ ଷ୍ଟେସନ ନିକଟରେ ଦୁଇ ମହିଳା ଟ୍ରେନରେ କଟି ମୃତ୍ୟୁବରଣ କରିଥିବା ଖବର ମିଳିଥିଲା । ‍ଖବରପାଇ ରେଳ କର୍ମଚାରୀ ଓ ସମ୍ପୃକ୍ତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତ ଦୁଇ ମହିଳାଙ୍କ ପରିଚୟ ଏଯାଏଁ ଜଣାପଡ଼ିନାହିଁ । ସେମାନେ କେଉଁଠାର ବାସିନ୍ଦା, କେଉଁ ପରିସ୍ଥିତିରେ ରେଳ ଧାରଣା ନିକଟକୁ ଆସିଥିଲେ ଏବଂ କେଉଁ ଟ୍ରେନରେ ଏହି ଘଟଣା ଘଟିଛି, ତାହା ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହା ଏକ ଦୁର୍ଘଟଣା ଥିଲା ନା ଘଟଣା ପଛରେ ଅନ୍ୟ କୌଣସି କାରଣ ରହିଛି । ମୃତ ମହିଳାଙ୍କ ପରିଚୟ ମିଳିବା ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ।ଏହାକୁ ଆତ୍ମହତ୍ୟା ବୋଲି ଏଯାବତ୍ ନିଶ୍ଚିତ କରାଯାଇନାହିଁ । ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ରେଳ ପୋଲିସ ଓ ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀଙ୍କ ତଦନ୍ତ ଉପରେ ଏବେ ନଜର ରହିଛି। ମୃତଦେହର ପରିଚୟ ଓ ଘଟଣାର ସମ୍ପୂର୍ଣ୍ଣ କାରଣ ସ୍ପଷ୍ଟ ହେବା ପରେ ହିଁ ଘଟଣାର ରହସ୍ୟ ଉନ୍ମୋଚନ ହୋଇପାରିବ।
📲Get App