🔥 TRENDING ఆదిలాబాద్: ప్రమాదం సంభవించిన కూడా జిల్... સુરતમાં નવું સિવિલ હોસ્પિટલ‑મંજુરા ગેટ... ધારી તાલુકાના વિરપુરમાં સેવા સેતુ કાર્... Two Arrested in Separate Rape Cases in... India's Monsoon 15% Below Normal, Drie... Himachal CM Office Costing Rs 20 Cr Sp...
22 Sep 2026
ગુજરાતી मराठी ਪੰਜਾਬੀ বাংলা
Education

ହଷ୍ଟେଲ ଅବ୍ୟବସ୍ଥା ନେଇ ତାତିଲେ ଛାତ୍ରଛାତ୍ରୀ; ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିବାକୁ ଚାଲିଲେ ୮ କିମି

✍️ Reporter: Deepak Mahapatra 🗓 22 Sep 2026, 12:08 PM 👁 29
Share: 💬 WhatsApp 📘 Facebook 𝕏 Post
ହଷ୍ଟେଲରେ ଦୁଇ ମାସରୁ ଉର୍ଦ୍ଧ ହେବ ମୌଳିକ ସୁବିଧା ନାହିଁ । ମିଳୁଛି ପୋକରା ଚାଉଳର ଭାତ, ପାଣିର ସୁବିଧା ନାହିଁ । ଯାହାକୁ ନେଇ ତାତିଛନ୍ତି ଅନ୍ତେବାସୀ। ବିଦ୍ୟାଳୟ ହଷ୍ଟେଲରୁ ବାହାରି ୮ କିଲୋମିଟର ଚାଲି ଚାଲି ଯାଉଛନ୍ତି ଅନ୍ତେବାସୀ। ଏଭଳି ଘଟଣା ସାମ୍ନାକୁ ଆସିଛି ବିସିପୁର ଆଶ୍ରମ ବିଦ୍ୟାଳୟରୁ।ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ଶହେ ଛାତ୍ର ଏବଂ ୧୫୦ ଛାତ୍ରୀ ରହିଛନ୍ତି। ଏହି ଅନ୍ତେବାସୀଙ୍କ ପାଇଁ ଦୁଇ ମାସରୁ ଉର୍ଦ୍ଧ ହେବ ପାନୀୟ ଜଳ ଏବଂ ବିଦ୍ୟୁତର ସୁବିଧା ନାହିଁ। କେବଳ ତାହା ନୁହେଁ ହଷ୍ଟେଲରେ ଅନ୍ତେବାସୀମାନଙ୍କୁ ପୋକରା ଚାଉଳରେ ଭାତ ଖାଇବାକୁ ଦିଆଯାଇଛି। ଯାହାକୁ ନେଇ ବାରମ୍ବାର ଅନ୍ତେବାସୀମାନେ ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀ ଏବଂ ମେଟ୍ରୋନଙ୍କୁ ଅବଗତ କରିଛନ୍ତି ।
ଏପରିକି ମେଟ୍ରୋନ ଏ ବାବଦରେ ପ୍ରଧାନ ଶିକ୍ଷକଙ୍କୁ ଜଣାଉଥିଲେ ସୁଦ୍ଧା ପ୍ରଧାନ ଶିକ୍ଷକ ଏହି ସମସ୍ୟା ପ୍ରତି କର୍ଣ୍ଣପାତ କରୁନାହାନ୍ତି। ବରଂ ଅନେକ ସମୟରେ ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟ ଆସି ଅନ୍ତେବାସୀମାନଙ୍କୁ ଗାଳିଗୁଲଜ କରୁଥିବାର କହିଛନ୍ତି ଛାତ୍ରଛାତ୍ରୀ। ବାରମ୍ବାର ସମସ୍ୟା ବାବଦରେ ଜଣାଇ କୌଣସି ସମାଧାନ ନହେବାରୁ ଶେଷରେ ଆଜି ଅନ୍ତେବାସୀମାନେ ହଷ୍ଟେଲରୁ ବାହାରି ଚାଲିଚାଲି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏବଂ ଶିକ୍ଷା ଅଧିକାରୀଙ୍କୁ ଭେଟିବାକୁ ଯାଇଛନ୍ତି।

ଉଦଳା - ବାରିପଦା ରାଜ୍ୟ ରାଜପଥରେ ଅନ୍ତେବାସୀମାନେ ଚାଲିଚାଲି ଯାଉଥିବା ବେଳେ ରାସ୍ତାରେ ପୁଲିସ ଏବଂ ବିଦ୍ୟାଳୟ କର୍ତୃପକ୍ଷ ଅଟକାଇ ବୁଝାସୁଝା କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିପାରିନାହିଁ। ଅନ୍ତେବାସୀ ମାନେ ୮ କିଲୋମିଟର ଚାଲିଚାଲି ଅଧିକାରୀଙ୍କୁ ଭେଟିବାକୁ ଯାଇଛନ୍ତି।
📲Get App