🔥 TRENDING Two Arrested in Separate Rape Cases in... India's Monsoon 15% Below Normal, Drie... Himachal CM Office Costing Rs 20 Cr Sp... BJP Calls for White Paper on Kishau Da... Fire engulfs roadside canteen on Rajpu... Ravindra Singh Bhatti Calls for Nation...
22 Sep 2026
ગુજરાતી मराठी ਪੰਜਾਬੀ বাংলা
Weather

ଅଶାନ୍ତ ସମୁଦ୍ର ମଝିରେ ଫସିଲେ ୨୭ରୁ ଊର୍ଦ୍ଧ୍ୱ ମାଛଧରା ଟ୍ରଲର୍

✍️ Reporter: Deepak Mahapatra 🗓 22 Sep 2026, 11:59 AM 👁 32
Share: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନ ରହିଛି । ସମୁଦ୍ରରେ ତୀବ୍ର ଅବପାତ ଫଳରେ ସମୁଦ୍ର ଅଶାନ୍ତ ରହିଛି । ଏହା ମଧ୍ୟରେ ସମୁଦ୍ର ମଝିରେ ଫସିଗଲେ ୨୭ରୁ ଊର୍ଦ୍ଧ୍ୱ ମାଛଧରା ଟ୍ରଲର୍ । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ସମୁଦ୍ର ମଧ୍ୟରେ ଆନ୍ଧ୍ରପ୍ରଦେଶର ବହୁ ମାଛଧରା ଟ୍ରଲର୍ ଫସି ରହିଥିବାର ସୂଚନା ମିଳିଛି । ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ଫଳରେ ସମୁଦ୍ର ପ୍ରବଳ ଅଶାନ୍ତ ରହିଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ମତ୍ସ୍ୟ ବିଭାଗ ପକ୍ଷରୁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ କଡ଼ା ବାରଣ କରାଯାଇଥିଲା। ମାତ୍ର ଆନ୍ଧ୍ରପ୍ରଦେଶରୁ ଆସିଥିବା ପ୍ରାୟ ୨୭ଟି ମାଛଧରା ଟ୍ରଲର୍ ନିୟମକୁ ଏଡ଼ାଇ ସମୁଦ୍ର ଭିତରକୁ ଚାଲିଯାଇଥିଲେ । ଫଳରେ ସମୁଦ୍ରର ଉଚ୍ଚ ଢେଉ ଓ ପବନ ଯୋଗୁ ସେଗୁଡ଼ିକ ଆର୍ଯ୍ୟପଲ୍ଲୀ ଉପକୂଳ ନିକଟରେ ଫସି ରହିଥିଲେ ।
ଖବର ପାଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ କର୍ତ୍ତୃପକ୍ଷ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରଶାସନର ତତ୍ପରତା ଯୋଗୁଁ ଏସବୁ ଟ୍ରଲର ମଧ୍ୟରୁ କିଛି ଟ୍ରଲରକୁ ନିରାପଦରେ ଉଦ୍ଧାର କରାଯାଇଛି । ଅଭିଯୋଗ ହେଉଛି ବାରମ୍ବାର ସମୁଦ୍ର ଅଶାନ୍ତ ଥିବା ସତ୍ତ୍ୱେ ଆନ୍ଧ୍ରର ମତ୍ସ୍ୟଜୀବୀମାନେ ଜୀବନକୁ ବାଜି ଲଗାଇ ସମୁଦ୍ର ଭିତରକୁ ପଶି ଆସୁଛନ୍ତି ଏବଂ ବିପଦରେ ପଡ଼ୁଛନ୍ତି । ମାନବିକତା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସବୁସମୟରେ ସେମାନଙ୍କୁ ସହାୟତାର ହାତ ବଢ଼ାଇ ସୁରକ୍ଷିତ ଭାବେ ଉଦ୍ଧାର କରିଆସୁଛନ୍ତି ।
📲Get App