🔥 TRENDING Kiccha Sudheep Issues Stern Rebuke to... भाजपा के मुकेश तिवारी का भुसावर नगरपाल... ધારી નગરપાલિકાના વિકાસ માટે ૨.૩૩ કરોડન... Ada Sharma Returns to Kannada Cinema w... વેરાવળમાં ખારવા સમાજે યોજી ભવ્ય રામદેવ... आपके नाम पर फर्जी सिम कार्ड से बन सकता...
21 Sep 2026
ગુજરાતી मराठी ਪੰਜਾਬੀ বাংলা
Local

ଜଙ୍ଗଲରେ ହାତୀର ଗଳିତ ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

✍️ Reporter: Deepak Mahapatra 🗓 21 Sep 2026, 12:18 PM 👁 15
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଆମ୍ବତୁମ୍ବା ଜଙ୍ଗଲରୁ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି । ଜଙ୍ଗଲ ଭିତରେ ପ୍ରାୟ ୨୦ ଦିନରୁ ଅଧିକ ସମୟ ଧରି ହାତୀଟି ମୃତ ଅବସ୍ଥାରେ ପଡ଼ିଥିବା ସନ୍ଦେହ କରାଯାଉଛି । ଆଜି ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲ ଭିତରକୁ ଯାଇଥିବା ବେଳେ ମୃତ ହାତୀକୁ ଦେଖି ବନବିଭାଗକୁ ଖବର ଦେଇଥିଲେ । ଖବର ପାଇବା ପରେ ଘଟଣାସ୍ଥଳରେ ବନ ବିଭାଗର ଟିମ୍ ପହଞ୍ଚିଥିଲା । ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଡାକ୍ତରୀ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତ୍ୟୁର କାରଣ ନେଇ ତଦନ୍ତ ଆରମ୍ଭ କରିଛନ୍ତି ।ସୂଚନା ଅନୁସାରେ, ଆମ୍ବତୁମ୍ବା ଜଙ୍ଗଲରେ ପ୍ରାୟ ୧୯ଟି ହାତୀ ରହୁଥିବା ବେଳେ ଗତ ୨୦ ଦିନରୁ ଅଧିକ ସମୟ ଧରି ଗୋଟିଏ ହାତୀର ସନ୍ଧାନ ମିଳୁନଥିଲା । ଜଙ୍ଗଲ ଭିତରେ ହାତୀଟିର ମୃତଦେହ ମିଳିବା ପରେ ବନବିଭାଗର ନଜରଦାରୀ ଓ ହାତୀ ଗଣନା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ହାତୀଟିର ମୃତ୍ୟୁ କେମିତି ହେଲା, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ । ହାତୀଟି କୌଣସି ଦୁର୍ଘଟଣାରେ ମୃତ୍ୟୁବରଣ କରିଛି କି, ନା ଅନ୍ୟ କୌଣସି କାରଣରୁ ତାହାର ମୃତ୍ୟୁ ଘଟିଛି, ସେନେଇ ତଦନ୍ତ କରାଯାଉଛି । ଏପରିକି ଦୁର୍ବୃତ୍ତମାନେ ହାତୀଟିକୁ ହତ୍ୟା କରିଥିବା ସମ୍ଭାବନାକୁ ମଧ୍ୟ ବନବିଭାଗ ତଦନ୍ତ ପରିସରରେ ରଖିଛି ।
ମୃତ ହାତୀର ଶରୀରର ବିଭିନ୍ନ ଅଂଶର ଯାଞ୍ଚ ସହ ପୋଷ୍ଟମର୍ଟମ୍ ଓ ଆବଶ୍ୟକ ନମୁନା ସଂଗ୍ରହ କରାଯିବ । ରିପୋର୍ଟ ଆସିବା ପରେ ହାତୀର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରେ । ଘଟଣାକୁ ନେଇ ବନବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି । ଆମ୍ବତୁମ୍ବା ଜଙ୍ଗଲରେ ଦୀର୍ଘଦିନ ଧରି ହାତୀଟିର ମୃତଦେହ ପଡ଼ି ରହିଥିବା ଘଟଣା ପରେ ବନ୍ୟଜନ୍ତୁ ସୁରକ୍ଷା ଓ ଜଙ୍ଗଲ ଅଞ୍ଚଳରେ ନିୟମିତ ନଜରଦାରୀକୁ ନେଇ ପ୍ରଶ୍ନ ଉଠିଛି । ତଦନ୍ତ ପରେ ହାତୀର ମୃତ୍ୟୁ ପଛର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।
📲Get App